ଭୋପାଳ: ମଧ୍ୟପ୍ରଦେଶରେ ବିଧାନସଭାର ୨୭ଟି ଆସନ ପାଇଁ ଉପନିର୍ବାଚନ (MP Bypolls) ହେବାର ଅଛି । ଏଥିପାଇଁ ଉଭୟ କଂଗ୍ରେସ (Congress) ଓ ବିଜେପି (BJP) ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଛି । ନିର୍ବାଚନ ଜିତିବା ପାଇଁ ବିଜେପି ପୁରା ଶକ୍ତି ଲଗାଇଦେଇଛି । ଏହି କାରଣରୁ ଶୁକ୍ରବାର ଶିବପୁରୀରେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ଏକ ସଭା ଆୟୋଜିତ ହୋଇଥିଲା । ଏହି ସମୟ ମଧ୍ୟରେ ସିନ୍ଧିଆ ମଞ୍ଚ ଉପରକୁ ଯିବା ମାତ୍ରେ ଓବିସି (OBC) କାର୍ଯ୍ୟକର୍ତ୍ତାମାନେ ଜୋରଦାର ହଙ୍ଗମା କରିବା ଆରମ୍ଭ କରିଥିଲେ । ସିନ୍ଧିଆ ନିଜ ଭାଷଣ ଆରମ୍ଭ କରିଥିଲେ କିନ୍ତୁ ନାରା ବଢିବା ସହିତ ତାଙ୍କୁ ମଝିରେ ଅଟକିବାକୁ ପଡିଥିଲା । ବାସ୍ତବରେ, ଓବିସି କାର୍ଯ୍ୟକର୍ତ୍ତାମାନେ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ନାରା ଲଗାଉଥିଲେ । ଏହି ସମୟ ମଧ୍ୟରେ ସିନ୍ଧିଆ ପରିସ୍ଥିତିକୁ ବୁଝି ମଞ୍ଚରୁ ଓହ୍ଲାଇ ଜନତାଙ୍କ ନିକଟରେ ପହଞ୍ଚିଥିଲେ । ସେ ଓବିସି କାର୍ଯ୍ୟକର୍ତ୍ତାଙ୍କ କଥା ଶୁଣିଲେ ଏବଂ ପରିବେଶକୁ ଶାନ୍ତ କରିବା ପାଇଁ ସେମାନଙ୍କଠାରୁ ଜ୍ଞାପନ ନେଇଥିଲେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗଡ଼ରୁ ହଠାତ୍ କାହିଁକି ଦୂରେଇ ଗଲେ ବିଜେପିର 'ସଙ୍କଟମୋଚକ' ?


ସେପଟେ ଜ୍ୟୋତିରାଦିତ୍ୟ ସିନ୍ଧିଆ କମଳ ନାଥ (KamalNath) ଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଜ୍ୟୋତିରାଦିତ୍ୟ କହିଛନ୍ତି ଯେ, ଆମର ବିଧାୟକ ଗଦ୍ଦାର ନୁହଁନ୍ତି, ଗଦ୍ଦାର କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଥିଲେ । ସେପଟେ ସିନ୍ଧିଆଙ୍କ ଭାଷଣ ସମୟରେ ବହୁ ସଂଖ୍ୟାରେ ଲୋକ ମଧ୍ୟ ଉପସ୍ଥିତ ଥିଲେ । ଓବିସି କାର୍ଯ୍ୟକର୍ତ୍ତାମାନେ ମଧ୍ୟ ନାରାବାଜି କରୁଥିଲେ । ସେମାନେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରୁଥିଲେ । ସିନ୍ଧିଆ ଭିଡ଼ରେ ପହଞ୍ଚି ସେମାନଙ୍କ ଅଭିଯୋଗକୁ ଶୁଣିଥିଲେ । 


ଅଧିକ ପଢ଼ନ୍ତୁ:-କଙ୍ଗନା ବିବାଦରୁ ଶିବସେନାକୁ ମିଳିବ ଏହି ୪ଟି ଲାଭ !


ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ୨୭ଟି ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଗ୍ୱାଲିଅର୍-ଚମ୍ବଲରେ ବିଜେପି ପ୍ରଚାରର ବିଗୁଲ ବଜାୟ ସାରିଛି । ଗୁରୁବାର ସିଏମ ଶିବରାଜ ସିଂ ଚୌହାନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁରୈନ ଓ ଭିଣ୍ଡ ଗସ୍ତ କରିଥିଲେ । ଏଭଳି ପରିସ୍ଥିତିରେ ସିନ୍ଧିଆ ସିଏମ ଶିବରାଜଙ୍କୁ ପ୍ରଶଂସା କରି କହିଥିଲେ ଯେ, ୧୫ ଦିନ ପୂର୍ବେ ଗ୍ୱାଲିଅରରେ ମୁଖ୍ୟମନ୍ତ୍ରୀଙ୍କ ଏକ ସରକାରୀ ବୈଠକ ହୋଇଥିଲା । ରାଜ୍ୟରେ ବେଆଇନ ବାଲି ଖନନକୁ ରୋକିବା ଦିଗରେ କାର୍ଯ୍ୟ କରିବାକୁ ସେ ବହୁତ କଠୋର ନିର୍ଦ୍ଦେଶ ଦେଇଛନ୍ତି । ଆଇନଗତ ଉଦ୍ୟୋଗକୁ ଉତ୍ସାହିତ କରାଯିବ । କିନ୍ତୁ ବେଆଇନ ସଂସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିବ ।