ମଧ୍ୟପ୍ରଦେଶ ଉପନିର୍ବାଚନ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗଡ଼ରୁ ହଠାତ୍ କାହିଁକି ଦୂରେଇ ଗଲେ ବିଜେପିର 'ସଙ୍କଟମୋଚକ' ?

ନରୋତ୍ତମ ମିଶ୍ର (Narottam Mishra) ଗ୍ୱାଲିଅର ଜୋନରେ କ୍ଷମତା ପରିବର୍ତ୍ତନ ସହିତ ସର୍ବ ପ୍ରଥମେ ବିଜେପିର ଅସନୁଷ୍ଟ ନେତାମାନଙ୍କୁ ମନାଇବା ଆରମ୍ଭ କରିଥିଲେ । 

ମଧ୍ୟପ୍ରଦେଶ ଉପନିର୍ବାଚନ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗଡ଼ରୁ ହଠାତ୍ କାହିଁକି ଦୂରେଇ ଗଲେ ବିଜେପିର 'ସଙ୍କଟମୋଚକ' ?

ଭୋପାଳ: ମଧ୍ୟପ୍ରଦେଶରେ ଖୁବ୍ ଶୀଘ୍ର ବିଧାନସଭାର ୨୭ଟି ଆସନରେ ଉପନିର୍ବାଚନ (MP Bypolls) ହେବାକୁ ଯାଉଛି । ଯାହାକୁ ନେଇ ବିଜେପି (BJP) ଓ କଂଗ୍ରେସ (Congress) ସମ୍ପୂର୍ଣ୍ଣ ରୂପେ ନିର୍ବାଚନୀ ମୁଡକୁ ଆସିଯାଇଛନ୍ତି । ସରକାର ପରିବର୍ତ୍ତନ ପରେ ଅଧିକାଂଶ ସିନ୍ଧିଆ ସମର୍ଥକଙ୍କ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chouhan)ଙ୍କ ଠାରୁ ଆରମ୍ଭ କରି ସଂଗଠନର ପଦାଧିକାରୀମାନେ ସମ୍ପୂର୍ଣ୍ଣ ବଳ ସହିତ ମୈଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ରାଜ୍ୟର ପୂର୍ବତନ ସିଏମ୍ କମଳ ନାଥ (Kamal Nath) ଙ୍କ ସହିତ ଏକ କଂଗ୍ରେସ ଦଳ ଗ୍ୱାଲିଅର ଚମ୍ବଲରେ କ୍ୟାମ୍ପ କରିଛନ୍ତି । କିନ୍ତୁ ଏହି ପୁରା ପ୍ରକରଣରେ ଗ୍ୱାଲିଅର ଅଞ୍ଚଳରୁ ଆସୁଥିବା ବିଜେପିର ସଙ୍କଟମୋଚକ ନରୋତ୍ତମ ମିଶ୍ରା (Narottam Mishra) କେଉଁଠି ନଜରକୁ ଆସୁନାହାଁନ୍ତି । ଗୃହମନ୍ତ୍ରୀ (MP Home Minister) ନରୋତ୍ତମ ମିଶ୍ର କ୍ଷମତା ପରିବର୍ତ୍ତନ ସମୟରେ ମଧ୍ୟ ବହୁତ ସକ୍ରିୟ ଥିଲେ, କିନ୍ତୁ ଆଜିକାଲି ତାଙ୍କୁ ଗ୍ୱାଲିଅର-ଚମ୍ବଲଠାରୁ ଦୂରେଇ ଦୂରେଇ ଥିବାର ଦେଖାଯାଉଛି ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଦେଲେ କମଳ ନାଥ

ନରୋତ୍ତମ ମିଶ୍ର (Narottam Mishra) ଗ୍ୱାଲିଅର ଜୋନରେ କ୍ଷମତା ପରିବର୍ତ୍ତନ ସହିତ ସର୍ବ ପ୍ରଥମେ ବିଜେପିର ଅସନୁଷ୍ଟ ନେତାମାନଙ୍କୁ ମନାଇବା ଆରମ୍ଭ କରିଥିଲେ । ସେ ପ୍ରଥମେ ପୂର୍ବତନ ମନ୍ତ୍ରୀ ଅନୁପ ମିଶ୍ରାଙ୍କୁ ଭେଟିବାକୁ ଆସିଥିଲେ । ଅନ୍ୟପକ୍ଷେ ଦଳ ଅନେକ ବଡ଼ ନେତାଙ୍କ ଅସନ୍ତୋଷକୁ ଦୂର କରିବାର କାର୍ଯ୍ୟରେ ଲାଗିବା ବେଳେ ନରୋତ୍ତମ ନଜରକୁ ଆସୁନାହାଁନ୍ତି । ବର୍ତ୍ତମାନ ବିଜେପିର ଅନ୍ୟ ବରିଷ୍ଠ ନେତାଗଣ ଗ୍ୱାଲିଅର ଚମ୍ବଲରେ ଉପନିର୍ବାଚନ ପାଇଁ ମୋର୍ଚ୍ଚା ସମ୍ଭାଳିଛନ୍ତି । ବର୍ତ୍ତମାନ ରାଜନୈତିକ ଗୋଳିରେ ଏକ ଗୁଜବ ସୃଷ୍ଟି ହୋଇଛି ଯେ ନରୋତ୍ତମ ମିଶ୍ର ନିଜେ ଉପନିର୍ବାଚନରୁ ଦୂରେଇ ଯାଇଛନ୍ତି କିମ୍ବା ତାଙ୍କୁ ଜାଣିଶୁଣି ହଟାଇ ଦିଆଯାଇଛି । ବର୍ତ୍ତମାନ ଗ୍ୱାଲିଅର୍-ଚମ୍ବଲରେ ୧୬ଟି ଆସନରେ ଉପନିର୍ବାଚନ ହେବାର ଅଛି । ଏଭଳି ପରିସ୍ଥିତିରେ ତାଙ୍କର ଦୂରେଇ ଯିବା ମଧ୍ୟ ଅନେକ ପ୍ରଶ୍ନ ଉଠାଉଛି । ତେବେ ଦଳର ବରିଷ୍ଠ ନେତା ତଥା ନରୋତ୍ତମ ମିଶ୍ର ନିଜେ ଏହି ଖବରକୁ ଖଣ୍ଡନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଅବସରରୁ ଫେରିବେ ଯୁବରାଜ ସିଂ ! ଗାଙ୍ଗୁଲିଙ୍କଠୁ ମାଗିଲେ ଅନୁମତି

କଂଗ୍ରେସରେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ବିଦ୍ରୋହ ସମୟରେ ନରୋତ୍ତମ ମିଶ୍ର ଦିଲ୍ଲୀରୁ ଭୋପାଳ ପର୍ଯ୍ୟନ୍ତ ଶିବରାଜ ସିଂ ଚୌହାନଙ୍କ ସହ ସବୁଠାରୁ ଅଧିକ ସକ୍ରିୟ ଥିଲେ । ସରକାର ଗଠନ ପରେ ଗ୍ୱାଲିଅର-ଚମ୍ବଲର କିଛି ବରିଷ୍ଠ ନେତା ଏଥିରେ ଅସନ୍ତୁଷ୍ଟ ହୋଇଯାଇଥିଲେ । ନରୋତ୍ତମ କ୍ରମାଗତ ଭାବରେ ସେମାନଙ୍କ ଅସନ୍ତୁଷ୍ଟ ଦୂର କରିବାକୁ ପ୍ରଚେଷ୍ଟା କରୁଥିଲେ । ଗୃହମନ୍ତ୍ରୀ ହେବା ପରେ ସେ ପ୍ରତି ସପ୍ତାହରେ ଗ୍ୱାଲିଅର-ଚମ୍ବଲରେ ଗସ୍ତ କରୁଥିଲେ । ଗ୍ୱାଲିଅରରେ ସେ ଜୟଭାନ ସିଂ ପାୱାର, ଅନୁପ ମିଶ୍ରା, ଲାଲ ସିଂ ଆର୍ଯ୍ୟ, ମାୟା ସିଂଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ଭେଟିଥିଲେ । ଏହି ସମସ୍ତ ପ୍ରୟାସ କେବଳ ଉପନିର୍ବାଚନ ପାଇଁ ଥିଲା ।

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, ପୁଣି ଗେହଲଟ-ପାଇଲଟ କ୍ୟାମ୍ପ ମୁହାଁମୁହିଁ

ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କ ଗ୍ୱାଲିଅର-ଚମ୍ବଲ ଠାରୁ ଦୂରେଇ ରହିବା ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି । ପ୍ରଦେଶାଧ୍ୟକ୍ଷଙ୍କ ସଫେଇ ପରେ ଶେଷରେ ନରୋତ୍ତମ ମିଶ୍ରା ନୀରବତା ଭାଙ୍ଗି କହିଛନ୍ତି ଯେ ମୁଁ ସେତେବେଳେ ସକ୍ରିୟ ଥିଲି ଏବଂ ଆଜି ମଧ୍ୟ ଅଛି । ମୁଁ ମଧ୍ୟ ସେହି କାର୍ଯ୍ୟକ୍ରମରେ ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଥିଲି। ଯେଉଁଠାରେ ପାର୍ଟି ପଠାଏ, ମୁଁ ସେଠାକୁ ଯାଏ । ଦତିଆରେ ମୁଁ ପାର୍ଟିକୁ ପଚାରି ଯାଇଥିଲି । ମୁଁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଦିନ ବିତାଉଛି । ଏହାକୁ ଅନ୍ୟ କୌଣସି ଜିନିଷରେ ଯୋଡନ୍ତୁ ନାହିଁ, ମୁଁ ଦଳର ଜଣେ ଶୃଙ୍ଖଳିତ ସିପାହୀ ।