Sidhu Road Rage Case: ରୋଡରେଜ୍ ମାମଲାରେ (Road Rage Case) ପଟିଆଲା ଜେଲରେ ଦଣ୍ଡ ଭୋଗୁଥିବା ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ମଉନ ବ୍ରତ ଧାରଣ କରିଛନ୍ତି। ସିଦ୍ଧୁ ନବରାତ୍ରୀ (Navratri) ମଧ୍ୟରେ ସମସ୍ତ ୧୦ ଦିନ ପାଇଁ ଏକ ଉପବାସର ମଉନ ବ୍ରତ କରିବେ ଏବଂ ତାଙ୍କର ମଉନ ବ୍ରତ ଅକ୍ଟୋବର ୫ ପର୍ଯ୍ୟନ୍ତ ଅର୍ଥାତ୍ ବିଜୟ ଦାଶମି ପର୍ଯ୍ୟନ୍ତ ଚାଲିବ। ତାଙ୍କ ପତ୍ନୀ ଡକ୍ଟର ନବଜୋତ କୌର (Navjot Kaur) ଏହି ସୂଚନା ଦେଇଛନ୍ତି। ଡକ୍ଟର ନବଜୋତ କୌର ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ଲେଖିଛନ୍ତି, 'ନବରାତ୍ରୀ ସମୟରେ ମୋ ସ୍ୱାମୀ ମଉନ ରହିବେ। ସେ ଅକ୍ଟୋବର ୫ ପରେ ଭିଜିର୍ସ ମାନଙ୍କୁ ଭେଟିବେ। କହିରଖୁଛୁ ଯେ, ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ୧୯୯୮ ମସିହାରେ ହୋଇଥିବା ଏକ ରୋଡରେଜ୍ ମାମଲାରେ ଜେଲ ଦଣ୍ଡ ଭୋଗୁଛନ୍ତି।


COMMERCIAL BREAK
SCROLL TO CONTINUE READING

୨୭ ଡିସେମ୍ବର ୧୯୮୮ ମସିହା ସନ୍ଧ୍ୟାରେ ଯେତେବେଳେ ସିଦ୍ଧୁ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁଙ୍କ ସହ ପଟିଆଲାର ଶେରୱାଲ ଗେଟ୍ ବଜାରକୁ ଯାଇଥିଲେ। ସେଠାରେ ପାର୍କିଂକୁ ନେଇ ୬୫ ବର୍ଷିୟ ଗୁରୁନାମ ସିଂଙ୍କ ସହ ଯୁକ୍ତିତର୍କ ହୋଇଥିଲା ଏବଂ ଘଟଣା ହାତାହାତି ପର୍ଯ୍ୟନ୍ତ ଚାଲି ଯାଇଥିଲା। ଏହି ସମୟରେ ସିଦ୍ଧୁ ସେହି ବୃଦ୍ଧଙ୍କ ମୁହଁକୁ ପିଟିଦେଇଥିଲେ। ପୀଡିତଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।


ମେ ୧୯ରେ ସୁପ୍ରିମକୋର୍ଟ କ୍ରିକେଟରୁ ରାଜନେତା ବନିଥିବା ସିଦ୍ଧୁଙ୍କୁ ଏହି ମାମଲାରେ ଏକ ବର୍ଷ ଦଣ୍ଡିତ କରିଥିଲେ। ଜଷ୍ଟିସ୍ ଏ.ଏମ୍ ଖାନୱିଲକର ଏବଂ ଏସ.କେ କୌଲଙ୍କ ଏକ ଖଣ୍ଡପିଠ ସିଦ୍ଧୁଙ୍କୁ ଦିଆଯାଇଥିବା ଦଣ୍ଡ ପ୍ରସଙ୍ଗରେ ପୀଡିତ ପରିବାର ପକ୍ଷରୁ ଦାଖଲ ହୋଇଥିବା ପୁନର୍ବିଚାର ଆବେଦନକୁ ସ୍ବୀକାର କରିନେଇଛନ୍ତି।


ଯଦିଓ ସର୍ବୋଚ୍ଚ ନ୍ୟାୟଳୟ ମେ ୨୦୧୮ରେ ସିଦ୍ଧୁଙ୍କୁ ଏହି ଘଟଣାରେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ "ଜାଣିଶୁଣି ଆଘାତ ଦେବା" ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ, କିନ୍ତୁ ୧୦୦୦ ଟଙ୍କା ଜୋରିମାନା କରି ଖଲାସ କରିଦେଇଥିଲେ। ମେ ୨୦ରେ ନବଜୋତ ସିଂ ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେବେଠାରୁ ନବଜୋତ ସିଂ ସିଦ୍ଧୁ ପଟିଆଲା ଜେଲରେ ରହିଛନ୍ତି।


ଏଠାରେ କହିରଖୁଛୁ ଯେ, ଏକଦା ପଞ୍ଜାବ ରାଜନୀତି (Panjab Politics)କୁ ଏକ ପ୍ରକାର ନିଜ ହାତ ମୁଠାରେ ରଖି ଚଳାଉଥିବା ନବଜୋତ ସିଂ ସିଦ୍ଧୁ ଅତୀତରେ ଅନେକ ବିବାଦରେ ଛନ୍ଦି ହୋଇପଡିଥିଲେ। କଂଗ୍ରେସରେ ଲାଗିଥିବା ଦ୍ବନ୍ଦ୍ବ ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା କ୍ୟାପ୍ଟେନ ଅମରେନ୍ଦର ସିଂହଙ୍କୁ ଇସ୍ତଫା ଦେବାକୁ ପଡିଥିଲା। କ୍ୟାପ୍ଟେନ ଦଳ ଛାଡିବା ସମୟରେ ନିଜ ଭିତରେ ଥିବା ବେଦନାକୁ ମଧ୍ୟ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଥିଲେ ଓ ନବଜୋତ ସିଂ ସିଦ୍ଧୁଙ୍କ ଉପରେ ପ୍ରବଳ ବର୍ଷିଥିଲେ। ସିଦ୍ଧୁଙ୍କୁ ପଞ୍ଜାବର ସୁରକ୍ଷା ପ୍ରତି ବିପଦ ଦର୍ଷାଇ ଅନେକ ଅକଥା କହିଥିଲେ। ପଞ୍ଜାବକୁ ଏକ ସୀମାବର୍ତ୍ତୀ ଅଞ୍ଚଳ କହିବା ସହିତ କୌଣସି ପ୍ରକାରେ ସିଦ୍ଧୁଙ୍କୁ ନହରାଇ ସେ ଶାନ୍ତିରେ ବସିବେ ନାହିଁ ବୋଲି କହିଥିଲେ। ପରେ ଅବଶ୍ୟ କ୍ୟାପ୍ଟେନ ଏକ ନୂଆ ଦଳ ଗଢି ପରେ ବିଜେପି ସହିତ ମିଶିଯାଇଥିଲେ। କିନ୍ତୁ କ୍ୟାପ୍ଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଓ ଚରଣଜିତ ସିଂହ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ସିଦ୍ଧୁଙ୍କ ଯଥେଷ୍ଟ ଭୂମିକା ରହିଥିଲା।