Maharashtra Politics: ଜୁଲାଇ ୪ ତାରିଖ ସୋମବାର ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ବହୁମତ ସାବ୍ୟସ୍ତ ପରୀକ୍ଷାରେ ପାସ ହୋଇଛି ବିଜେପି ସମର୍ଥିତ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାର। ଅନ୍ୟପଟେ ରବିବାର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇପାରେ। କାରଣ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାର ଆସନ୍ତା ୬ ମାସ ମଧ୍ୟରେ ଗାଦିଚ୍ୟୁତ ହୋଇପାରେ। 


COMMERCIAL BREAK
SCROLL TO CONTINUE READING

ରବିବାର ସନ୍ଧ୍ୟାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଦଳୀୟ ବୈଠକରେ ଯୋଗ ଦେଇଥିବା ଜଣେ ଏନସିପି ନେତା କହିଛନ୍ତି ଯେ ମହାରାଷ୍ଟ୍ରରେ ନବ ଗଠିତ ସରକାର ଆସନ୍ତା ୬ ମାସ ମଧ୍ୟରେ ଗାଦିଚ୍ୟୁତ ହୋଇପାରେ। ମଧ୍ୟବର୍ତ୍ତୀ ନିର୍ବାଚନ ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ। କାରଣ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ରହିଥିବା ଅନେକ ବିଦ୍ରୋହୀ ବିଧାୟକ ବର୍ତ୍ତମାନର ବ୍ୟବସ୍ଥାରେ ଖୁସିନାହାଁନ୍ତି। ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯିବା ପରେ ସେମାନଙ୍କ ଅସନ୍ତୋଷ ସାମ୍ନାକୁ ଆସିବ। ଯାହା ଫଳରେ ସିନ୍ଦେ ସରକାରର ପତ୍ତନ ହେବ।


ଏହି ପରୀକ୍ଷଣର ବିଫଳତା ହେତୁ ଅନେକ ବିଦ୍ରୋହୀ ବିଧାୟକ  ସେମାନଙ୍କ ମୂଳ ଦଳକୁ ଫେରି ଆସିବେ। ଏହି ବୈଠକରେ ଯୋଗ ଦେଇଥିବା ନେତା ଏହା ମଧ୍ୟ କହିଛନ୍ତି ଯେ ଦଳର ଅଧ୍ୟକ୍ଷ ଶରଦ ପାୱାର ଏନସିପି ବିଧାୟକଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ବିତାଇବାକୁ କହିଛନ୍ତି।


ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ଦଳୀୟ ବୈଠକକୁ ସମ୍ବୋଧିତ କରି ଏନସିପି ମୁଖ୍ୟ ଶରଦ ପାୱାର କହିଥିଲେ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇପାରେ। କାରଣ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାର ୫-୬ ମାସ ପାଇଁ କ୍ଷମତାରେ ରହିପାରେ। ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ଅନେକ ବିଦ୍ରୋହୀ ବିଧାୟକ ସାମ୍ପ୍ରତିକ ପରିସ୍ଥିତିରେ ଖୁସି ନାହାଁନ୍ତି। ସେମାନଙ୍କ ମଧ୍ୟରୁ ମନ୍ତ୍ରୀ ହେବାକୁ ଯାଉଥିବା ନେତାଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯିବା ପରେ ସେମାନଙ୍କ ଅସନ୍ତୋଷ ସାମ୍ନାକୁ ଆସିପାରେ। ଯାହା ଏକନାଥ ସିନ୍ଦେଙ୍କ ସରକାରର ପତ୍ତନର କାରଣ ହେବ। 


Also Read: Maharashtra Political Crisis: ମହା ବିକାଶ ଅଗାଡି ସରକାର ଭାଙ୍ଗିଲେ ବିଜେପି ସହ ମେଣ୍ଟ କରିବ କି ଏନସିପି?