ନୂଆଦିଲ୍ଲୀ: Sachin Pilot VS Ashok Gehlot: ରାଜସ୍ଥାନ କଂଗ୍ରେସ (Rajasthan Congress) ରେ ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉନାହିଁ । ଗେହଲୋଟ କ୍ୟାମ୍ପ (Gehlot Camp) ଓ ପାଇଲଟ କ୍ୟାମ୍ପ (Pilot Camp) ମଧ୍ୟରେ ବିବାଦ ଲାଗି ରହିଛି । ପ୍ରାୟ ଦିନ ଉଭୟ ଗୋଷ୍ଠୀ  ପରସ୍ପରକୁ ଟାର୍ଗେଟ କରୁଥିବାର ନଜରକୁ ଆସୁଥାଏ । ଏହା ମଧ୍ୟରେ କଂଗ୍ରେସ (Congress) ର ବରିଷ୍ଠ ନେତା ତଥା ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ଶାନ୍ତି ଧାରିୱାଲ (Shanti Dhariwal) ଶନିବାର କହିଛନ୍ତି ଯେ, ଅଶୋକ ଗେହଲୋଟ (Ashok Gehlot) ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟରେ ବିଧାନସଭା ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢ଼ାଯିବ । 


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ତଥା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଆସିଥିବା ଧାରିୱାଲ ଏହା ମଧ୍ୟ କହିଛନ୍ତି ଯେ ରାଜସ୍ଥାନର ଜନତା, କଂଗ୍ରେସ ବିଧାୟକ ତଥା ପାର୍ଟି ହାଇକମାଣ୍ଡ ଚାହୁଁଛନ୍ତି ଯେ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ଭାବେ ନିଜ କାର୍ଯ୍ୟ ଜାରି ରଖନ୍ତୁ । ଗହଲୋଟଙ୍କ ନିକଟୀୟ ମନେ କରାଯାଉଥିବା ରାଜସ୍ଥାନର ସହରାଞ୍ଚଳ ବିକାଶ, ଆଇନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଧାରିୱାଲଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ ବିଗତ ଦିନରେ ଗଣମାଧ୍ୟମର ଏକ ଖବର ଆସିଥିଲା ​​ଯେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ଠିକ୍ ସମୟରେ କଂଗ୍ରେସ ହାଇକମାଣ୍ଡଙ୍କୁ ରାଜସ୍ଥାନ ସରକାରରେ ନେତୃତ୍ୱ ପରିବର୍ତ୍ତନ କରିବାକୁ ଅନୁରୋଧ କହିଛନ୍ତି । କିନ୍ତୁ କଂଗ୍ରେସ ଆଧିକାରୀକ ଭାବେ ଏହି ରିପୋର୍ଟକୁ ମିଛ ବୋଲି କହିଛି ।


ରାଜସ୍ଥାନରେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନାର ଖବର ଉପରେ  ପଚରାଯାଇଥିବା ସମୟରେ ଧାରିୱାଲ ପାଇଲଟଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଗଣମାଧ୍ୟମରେ ଛାପିବା ଜାରି ରଖନ୍ତୁ ଯାହା ଦ୍ୱାରା ଏହା ଜୀବତ ରହିବ । ସେ କହିଛନ୍ତି ଯେ ବାସ୍ତବତା ହେଉଛି ଲୋକମାନେ ଏହା ଚାହୁଁଛନ୍ତି, ହାଇକମାଣ୍ଡ ମଧ୍ୟ ଏହା ଚାହୁଁଛନ୍ତି ଏବଂ ସମସ୍ତ ବିଧାୟକ ଅଶୋକ ଗେହଲୋଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଜାରି ରଖନ୍ତୁ ବୋଲି ଚାହୁଁଛନ୍ତି । 


ବିଗତ ଦିନରେ କଂଗ୍ରେସ ନେତୃତ୍ୱ ସହିତ ପାଇଲଟଙ୍କ ସାକ୍ଷାତ ବିଷୟରେ ଧାରିୱାଲ କହିଛନ୍ତି ଯେ, ହାଇକମାଣ୍ଡ ଅଧିକାଂଶ ଲୋକଙ୍କୁ ଭେଟିଛନ୍ତି । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତି । ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ପଞ୍ଜାବ ଭଳି ପରିସ୍ଥିତି ସୃଷ୍ଟି ହେବ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏଠାରେ ପଞ୍ଜାବ ଭଳି ପରିସ୍ଥିତି କେଉଁଠାରେ ଘଟିବ । ଏଭଳି ପରିସ୍ଥିତି ସୃଷ୍ଟି କରିବାକୁ ଏଠାରେ କିଏ ଅଛନ୍ତି?  ଗେହଲୋଟଙ୍କ ନେତୃତ୍ୱରେ ୨୦୨୩ ବିଧାନସଭା ନିର୍ବାଚନ ଲଢ଼ାଯିବ କି ନାହିଁ ପଚରାଯିବାରୁ ଧାରିୱାଲ କହିଛନ୍ତି, ଅବଶ୍ୟ ଶତ ପ୍ରତିଶତ । ତାଙ୍କ ନେତୃତ୍ୱରେ ହିଁ ନିର୍ବାଚନ ଲଢ଼ାଯିବ ।


ଏହା ବି ପଢ଼ନ୍ତୁ:-ଆସିଯାଇଛି ମେ' ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍


ଏହା ବି ପଢ଼ନ୍ତୁ:-ଜିନ୍ସର ରଙ୍ଗ କାହିଁକି ହୋଇଥାଏ ନୀଳ? ଜାଣନ୍ତୁ ଏହା ପଛର କାରଣ


ଏହା ବି ପଢ଼ନ୍ତୁ:-କୌଣସି ତୃତୀୟ ସାମ୍ମୁଖ୍ୟ ଜିତି ପାରିବନି ନିର୍ବାଚନ, ବିଜେପିକୁ ମାତ୍ ଦେବା ପାଇଁ ରହିଛି କେବଳ ଗୋଟିଏ ବିକଳ୍ପ: ପ୍ରଶାନ୍ତ କିଶୋର


ଆପଣଙ୍କୁ କହିରଖୁଛୁ ଯେ, ରାଜସ୍ଥାନରେ କଂଗ୍ରେସରେ ଚାଲିଥିବା ଗୋଷ୍ଠୀ କନ୍ଦଳ  ପୃଷ୍ଠଭୂମିରେ ପ୍ରଥମ ଥର ପାଇଁ ଦଳର ଜଣେ ବରିଷ୍ଠ ନେତା ଖୋଲାଖୋଲି ଭାବେ ଏପରି ମନ୍ତବ୍ୟ ଦେଇଛନ୍ତି । ଗେହଲୋଟ ଓ ପାଇଲଟ ରାଜସ୍ଥାନ କଂଗ୍ରେସରେ ଗତ କିଛି ବର୍ଷ ଧରି ଦୁଇଟି ବିପରୀତ ଧ୍ରୁବ ଭାବରେ ଦେଖାଯାଉଛି । ପାଇଲଟଙ୍କ ସମର୍ଥକ ନେତା ଓ ବିଧାୟକମାନେ ସମୟ ସମୟରେ ଏହି ଦାବି କରନ୍ତି ଯେ ରାଜସ୍ଥାନ ସରକାରଙ୍କ କମାଣ ପାଇଲଟଙ୍କୁ ହସ୍ତାନ୍ତର କରାଯାଉ, ଅନ୍ୟପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ ଖୋଲାଖୋଲି ଭାବେ କିଛି ସ୍ପୋଷ୍ଟକ୍ତି ଆସିନାହିଁ । ପାଇଲଟ ନିକଟ ଅତୀତରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଥିଲେ । ପ୍ରଶାନ୍ତ କିଶୋର ପ୍ରସଙ୍ଗରେ ଦଳର ମନ୍ଥନ ସମୟରେ ଗେହଲୋଟ୍ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ । ୨୦୨୩ ଶେଷରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।