ଆସିଯାଇଛି ମେ' ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement

ଆସିଯାଇଛି ମେ' ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

Commercial LPG Gas Cylinder Price Hike: ଏଥି ସହିତ ୫ କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୬୫୫ ଟଙ୍କା ହୋଇଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ଏପ୍ରିଲ୍ ପ୍ରଥମ ଦିନରେ LPG ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବାସ୍ତବରେ, ଅଧିକାଂଶ ବ୍ୟବସାୟିକ ସିଲିଣ୍ଡରଗୁଡିକ ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକ ଦ୍ୱାରା ବ୍ୟବହୃତ ହୁଏ । 

ଆସିଯାଇଛି ମେ' ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Commercial LPG Gas Cylinder Price Hike: ମେ’ର ପ୍ରଥମ ଦିନରେ ସାଧାରଣ ଜନତାଙ୍କୁ ପୁଣି ଥରେ ଝଟକା ଲାଗିଛି । ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସର ମୂଲ୍ୟ ୧୦୨.୫୦ଟଙ୍କା ବୃଦ୍ଧି କରିଛନ୍ତି । ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର (Commercial LPG Gas Cylinder) ଉପରେ ଏହି ମୂଲ୍ୟ ବୃଦ୍ଧି କରାଯାଇଛି । ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଏହି ସିଲିଣ୍ଡରର ମୂଲ୍ୟ ୨୩୫୫.୫୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବରୁ ୨୨୫୩ ଟଙ୍କା ଥିଲା ।

ଏଥି ସହିତ ୫ କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୬୫୫ ଟଙ୍କା ହୋଇଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ଏପ୍ରିଲ୍ ପ୍ରଥମ ଦିନରେ LPG ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବାସ୍ତବରେ, ଅଧିକାଂଶ ବ୍ୟବସାୟିକ ସିଲିଣ୍ଡରଗୁଡିକ ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକ ଦ୍ୱାରା ବ୍ୟବହୃତ ହୁଏ । ୧୦୨.୫୦ ଟଙ୍କା ବୃଦ୍ଧି ନିଶ୍ଚିତ ଭାବରେ ସେମାନଙ୍କ ମାସିକ ବଜେଟକୁ ଖରାପ କରିଦେବ । ଏଥି ସହିତ ଆସନ୍ତା ମାସରେ ବିବାହର ସିଜନ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ଏହି ସିଲିଣ୍ଡରଗୁଡ଼ିକର ବିଶେଷ ଆବଶ୍ୟକତା ରହିଥାଏ । ଯେଉଁଥିପାଇଁ କ୍ୟାଟରିଂ ସେବା ଲୋକମାନେ ମଧ୍ୟ ସେମାନଙ୍କର ମୂଲ୍ୟ ବୃଦ୍ଧି କରିପାରନ୍ତି ।

ଏହା ବି ପଢ଼ନ୍ତୁ:-ଜିନ୍ସର ରଙ୍ଗ କାହିଁକି ହୋଇଥାଏ ନୀଳ? ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-କୌଣସି ତୃତୀୟ ସାମ୍ମୁଖ୍ୟ ଜିତି ପାରିବନି ନିର୍ବାଚନ, ବିଜେପିକୁ ମାତ୍ ଦେବା ପାଇଁ ରହିଛି କେବଳ ଗୋଟିଏ ବିକଳ୍ପ: ପ୍ରଶାନ୍ତ କିଶୋର

ଆଜି ରବିବାର ଅର୍ଥାତ ମେ ୧ରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ଏହା ୨୩୫୫.୫୦କୁ ପହଞ୍ଚିଛି । କୋଲକାତାରେ ଏହାର ମୂଲ୍ୟ ୨୪୫୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ମୁମ୍ବାଇରେ ୨୩୦୭ ଟଙ୍କା ମୂଲ୍ୟର ଏକ ସିଲିଣ୍ଡର ମିଳିବ । ଚେନ୍ନାଇରେ ଏହାର ମୂଲ୍ୟ ୨୫୦୮ ଟଙ୍କାକୁ ବୃଦ୍ଧି ପାଇଛି । ସେପଟେ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୯୪୯.୫୦ ଟଙ୍କା, କୋଲକାତାରେ ୯୭୬ ଟଙ୍କା, ମୁମ୍ବାଇରେ ୯୪୯.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬୫.୫୦ ଟଙ୍କା ରିଫିଲ ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଏହା ୯୭୬ ଟଙ୍କାରେ ମିଳୁଛି ।

ଆପଣଙ୍କୁ କହିରଖୁଛୁ ଯେ, ମାର୍ଚ୍ଚ ୧ରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ଦରରେ ୧୦୫ ଟଙ୍କାର ବୃଦ୍ଧି ଘଟିଥିଲା । ପରେ ମାର୍ଚ୍ଚ ୨୨ରେ ଏହା ୯ ଟଙ୍କା ଶସ୍ତା ହୋଇଥିଲା । ଏଥି ସହିତ ଅକ୍ଟୋବର ୨୦୨୧ରୁ ଫେବୃଆରୀ ୧, ୨୦୨୨ ମଧ୍ୟରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୭୦ ଟଙ୍କା ବୃଦ୍ଧି ପାଇଥିଲା । ଗତବର୍ଷ ଅକ୍ଟୋବର ୧ରେ ଦିଲ୍ଲୀର ଏକ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୭୩୬ ଟଙ୍କା ଥିଲା । ନଭେମ୍ବର ୨୦୨୧ରେ ଏହା ୨୦୦୦ ହୋଇଗଲା ଓ ଡିସେମ୍ବର ୨୦୨୧ରେ ୨୧୦୧ ଟଙ୍କା ହେଲା । ଏହା ପରେ ଜାନୁଆରୀରେ ଏହା ପୁଣି ଶସ୍ତା ହେଲା ଓ ଫେବୃଆରୀ ୨୦୨୨ ଆହୁରି ଶସ୍ତା ୧୯୦୭ ଟଙ୍କାକୁ ଖସି ଆସିଲା । ଏହା ପରେ ଏପ୍ରିଲ ୧, ୨୦୨୨ରେ ଏହା ୨୨୫୩ ଟଙ୍କାରେ ପହଞ୍ଚିଛି ।