Bihar CM Nitish Kumar: ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର। ପ୍ରାୟ ୨୧ ମାସ ପରେ ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ବିହାର ରାଜନୀତିରେ ଏକ ନୂଆ ରେକର୍ଡ କରିଛନ୍ତି ନୀତିଶ କୁମାର।


COMMERCIAL BREAK
SCROLL TO CONTINUE READING

ବିଗତ କିଛି ଦିନ ହେବ ଗତ ବିହାର ରାଜନୀତିରେ (Bihar Politics) ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ରାଜ୍ୟରେ କ୍ଷମତାସୀନ ବିଜେପି-ଜେଡିୟୁ ମେଣ୍ଟ (Breakdown of JDU BJP Alliance) ସରକାର ଭାଙ୍ଗିଯିବା ପରେ ନୀତୀଶ କୁମାର (Nitish Kumar) ମହାଗଠବନ୍ଧନ (Mahagathbandhan) ସହ ମିଶି ସରକାର ଗଠନ କରିଛନ୍ତି। ଶପଥ ଗ୍ରହଣ କରିବା ପରେ ତେଜସ୍ୱୀ ଯାଦବ (Tejashwi Yadav) ନୀତୀଶ କୁମାରଙ୍କ ଆଶୀର୍ବାଦ ନେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରିଥିଲେ। ଶପଥ ନେବା ପରେ ନୀତୀଶ କୁମାର କହିଛନ୍ତି ଯେ ପୁରୁଣା ଲୋକ ଏକାଠି ହୋଇଥିଲେ ଏବଂ ବାହାର ଲୋକ ବାହାରି ଗଲେ। ଅନ୍ୟପଟେ ତେଜସ୍ୱୀ ଯାଦବ କହିଛନ୍ତି ଯେ ଆମେ ଯୁବପିଢିଙ୍କ ପାଇଁ କାମ କରିବୁ।


ନୀତିଶ କୁମାର ୨୦୧୩ ବର୍ଷରେ ବିଜେପି ଏବଂ ୨୦୧୭ ବର୍ଷରେ ଆରଜେଡି (RJD) ସହ ମେଣ୍ଟ ଭାଙ୍ଗିଥିଲେ। ଉଭୟ ଦଳ ସହ ସେ ମେଣ୍ଟ କରି ସରକାର ଗଠନ କରିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୁଣି ଥରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସହିତ ସମ୍ପର୍କ ଭାଙ୍ଗିବା ପାଇଁ ବହୁତ ନୀରବ ରହିଥିଲା। ଯାହା ନୀତୀଶ କୁମାର ତାଙ୍କ ନୀରବ ରାଜନୈତିକ ଶୈଳୀରେ କରିଥିଲେ।


ଅନେକ ବର୍ଷର ରାଜନୈତିତ ହଟଚମଟ ଏବ ରାଜନୈତିକ ଘଟଣାକ୍ରମ ମଧ୍ୟରେ ଗୋଟିଏ କଥା କେବେ ବଦଳିନାହିଁ ତାହା ହେଉଛି ବିହାର ମୁଖ୍ୟମନ୍ତ୍ରୀ ପଦ (Bihar CM Post) ଉପରେ ନୀତୀଶ କୁମାରଙ୍କ ନାମ। ନୂତନ ମେଣ୍ଟ ଏବଂ ନୂତନ ସରକାରଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ମଧ୍ୟରେ ଏନଡିଏ ମେଣ୍ଟ  ଭାଙ୍ଗିବା ବିରୋଧରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିଲା।


Also Read: Bihar Politics: ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର   


ମଙ୍ଗଳବାର ସନ୍ଧ୍ୟାରେ ନୀତୀଶ କୁମାର ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ ପତ୍ର ଏବଂ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସମର୍ଥନ ପତ୍ର ପ୍ରଦାନ କରିବା ସମୟରେ ନୀତୀଶଙ୍କ ସହ ତେଜସ୍ୱୀ ଯାଦବ ମଧ୍ୟ ରାଜଭବନ ଠାରେ ଉପସ୍ଥିତ ଥିଲେ। ରାଜ ଭବନ ଛାଡିବା ଉଭୟ ନେତା ସେମାନଙ୍କ ସମର୍ଥକ ଏବଂ ବାହାରେ ଉପସ୍ଥିତ କର୍ମୀଙ୍କୁ ଭେଟି ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହା ପରେ ଉଭୟେ ରାଜ ଭବନରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ତେଜସ୍ୱୀ ଯାଦବ ବିଜେପି ବିରୋଧରେ ବର୍ଷିଥିଲେ। ଏନେଇ ସେ କହିଥିଲେ ବିଜେପି ସହିତ କୌଣସି ମେଣ୍ଟ ସହଯୋଗୀ ଦଳ ରହିପାରିବ ନାହିଁ। ଇତିହାସ କହିଛି ଯେ ଯେଉଁ ଦଳ ବିଜେପି ସହ ମେଣ୍ଟ କରୁଛି ସେହି ଦଳକୁ ବିଜେପି ଶେଷ କରିଦେଉଛି। ପଞ୍ଜାବ ଏବଂ ମହାରାଷ୍ଟ୍ର ରାଜନୀତିରେ ଘଟିଥିବା ଘଟଣଆକ୍ରମ ହେଉଛି ଏହାର ଉଦାହରଣ।