ନୂଆଦିଲ୍ଲୀ: JDU: ବିହାରରେ ଗୋଟିଏ ପଟେ ନୀତିଶ କୁମାର (Nitish Kumar) ଭାରତୀୟ ଜନତା ପାର୍ଟି (BJP) ସହ ରାଜନୈତିକ ଖେଳ ଖେଳି ମହାମେଣ୍ଟ ସହିତ ସରକାର ଗଠନ କରିଛନ୍ତି ତ ଅନ୍ୟପଟେ ମଣିପୁର (Manipur) ରେ ଜେଡିୟୁ (JDU) କୁ ମଧ୍ୟ ବଡ଼ ଝଟକା ଲାଗିଛି । ଜନତା ଦଳ ୟୁନାଇଟେଡ (JDU) ର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ଯୋଗ ଦେଇଛନ୍ତି । ବିଳମ୍ବିତ ରାତିରେ ଏହି ରାଜନୈତିକ ଗତିବିଧି ଉଭୟ ମଣିପୁର ଓ ବିହାର ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଗୋଟିଏ ପଟେ ଜେଡିୟୁ ଏହାକୁ ଅସାମ୍ବିଧାନିକ ବୋଲି କହୁଥିବାବେଳେ ବିଜେପି ଏହି ବିଧାୟକମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରୁଛି ।


COMMERCIAL BREAK
SCROLL TO CONTINUE READING

ମଣିପୁର ବିଧାନସଭା ସଚିବ କେ ମେଘଜିତ ସିଂଙ୍କ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ପାଞ୍ଚ ଜଣ ଜେଡିୟୁ ବିଧାୟକଙ୍କ ବିଜେପି ସହ ବିଲୟକୁ ଗ୍ରହଣ କରାଯାଇଛି । ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ ଏହାକୁ ଗ୍ରହଣ କରାଯାଇଛି । ଯାହା ପରେ ବର୍ତ୍ତମାନ ମଣିପୁରରେ ଜେଡିୟୁକୁ ବଡ଼ ଝଟକା ଲାଗିଛି । କାରଣ ଚଳିତ ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଦଳ ୩୮ଟି ଆସନ ମଧ୍ୟରୁ ୬ଟି ଜିତିଛି । କିନ୍ତୁ ବର୍ତ୍ତମାନ ସେହି ୬ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ଜଣେ ଜେଡିୟୁରେ ରହିଛନ୍ତି ଓ ଅବଶିଷ୍ଟ ୫ ଜଣ ବିଜେପିରେ ଯୋଗ ଦେଇଛନ୍ତି ।


ଯେଉଁ ୫ ଜଣ ବିଧାୟକ ଦଳ ପରିବର୍ତ୍ତନ କରିଛନ୍ତି, ସେମାନେ ହେଉଛନ୍ତି କେ.ଏଚ୍ ଜୋୟକିଶାନ୍, ଏନ ସନାତେ, ମହମ୍ମଦ ଆଖାବୁଦ୍ଦିନ, ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ଏମ୍ ଖାଉଟେ ଏବଂ ଥାଙ୍ଗଜାମ ଅରୁଣ କୁମାର । ଏପର୍ଯ୍ୟନ୍ତ ଏହି ବିଧାୟକଙ୍କ ଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ, କିନ୍ତୁ ଏହା କେବଳ ଜେଡିୟୁ ପାଇଁ ଏକ ଝଟକା ନୁହେଁ ବରଂ ଉତ୍ତର-ପୂର୍ବରେ ଦଳର ଦୁର୍ବଳ ହେବାର ସଙ୍କେତ ମଧ୍ୟ ଦେଇଛି । ବାସ୍ତବରେ କିଛି ସମୟ ପୂର୍ବରୁ ଅରୁଣାଚଳ ପ୍ରଦେଶରେ ଏକମାତ୍ର ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ଏଭଳି ପରିସ୍ଥିତିରେ ସେହି ରାଜ୍ୟରୁ ଜେଡିୟୁର ପ୍ରତିନିଧିତ୍ୱ ଶେଷ ହୋଇଥିଲା ।


ଏହା ବି ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଯିବାର ଭବିଷ୍ୟବାଣୀ କଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ


ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ବର୍ବାଦ କଲା ଚୀନ! ବାକି କାମ କରୁଛି ପାଣିପାଗ...


ଏହା ବି ପଢ଼ନ୍ତୁ:-ଏହି ୫ଟି ଖାଦ୍ୟ ଖାଇବା ଦ୍ୱାରା ପୁରୁଷମାନଙ୍କର ବଢ଼ିବ 'ଶକ୍ତି', ଦାମ୍ପତ୍ୟ ଜୀବନ ହେବ ସୁଖମୟ


ବର୍ତ୍ତମାନ ଏହି ସବୁ ସେତେବେଳେ ଘଟୁଛି ଯେତେବେଳେ ବିହାରରେ ନୀତିଶ କୁମାର ଗୋଟିଏ ଝଟକାରେ ଏନଡିଏରୁ ଅଲଗା ହୋଇ ମହାମେଣ୍ଟ ସହିତ ଯିବାକୁ ନିଷ୍ପତ୍ତି ନେଇଥିଲେ । ସେ ଯାହା ହେଉନା କାହିଁକି, ସେ ତାଙ୍କର ଗୋଟିଏ ଝଟକାରେ ବିଜେପିକୁ କ୍ଷମତାରୁ ବହିଷ୍କାର କରିଥିଲେ ଓ ନିଜ ସିଏମ୍ ଗାଦିକୁ ମଧ୍ୟ ରକ୍ଷା କରିଥିଲେ । ନୀତିଶ ପୁଣି ଥରେ ତେଜସ୍ୱୀ ଯାଦବଙ୍କ ସହ ହାତ ମିଳାଇଲେ ଓ ମୋଟ ୭ଟି ଦଳ ମିଳିତ ଭାବରେ ସରକାର ଗଠନ କଲେ । ନୂତନ ସରକାରକୁ ନେଇ ବିବାଦ ନିଶ୍ଚିତ ଭାବେ ଚାଲିଛି, ଅପରାଧି ମନ୍ତ୍ରୀକୁ ନେଇ ବିବାଦ ଲାଗି ରହିଛି । କିନ୍ତୁ ବିହାର ରାଜନୀତିରେ ନୀତିଶ-ତେଜସ୍ୱୀଙ୍କ ଏକାଠି ହେବା ବିଜେପିର ଚିନ୍ତାକୁ ବଢ଼ାଇଦେଇଛି । ଯେଉଁ ରାଜ୍ୟରେ ଗତ ଲୋକସଭା ନିର୍ବାଚନରେ ବିଜେପି ଜେଡିୟୁ ସହ ମିଶି ୩୯ଟି ଆସନ ଦଖଲ କରିଥିଲା, ୨୦୨୪ରେ ସେହି ପ୍ରଦର୍ଶନ ଦୋହରାଇବା ଏକ ଚ୍ୟାଲେଞ୍ଜ ହୋଇପାରେ ।