ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଯିବାର ଭବିଷ୍ୟବାଣୀ କଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ
Advertisement

ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଯିବାର ଭବିଷ୍ୟବାଣୀ କଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ

Rohit Sharma: ବିରାଟ କୋହଲି (Virat Kohli) ସମସ୍ତ ତିନୋଟି ଫର୍ମାଟରୁ ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମା (Rohit Sharma) ଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯାଇଛି । ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଇଂଲଣ୍ଡରେ ଖେଳାଯାଇ ଥିବା ODI ଓ T20I ସିରିଜକୁ ଦଖଲ କରିବାରେ ସଫଳ ହୋଇଥିଲା । 

ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଯିବାର ଭବିଷ୍ୟବାଣୀ କଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ: Mohammad Hafeez: ଏସିଆ କପ 2022 (Asia Cup 2022) ରେ ଟିମ୍ ଇଣ୍ଡିଆ ଅତି ସହଜରେ ସୁପର-4 ରାଉଣ୍ଡରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ଏହା ପରେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ହଂକଂକୁ ୪୦ ରନରେ ପରାସ୍ତ କରିଛି । ଭାରତୀୟ ଦଳର ଏହି ଚମତ୍କାର ପ୍ରଦର୍ଶନ ଯୋଗୁଁ  ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୌଲ ଦେଖାଦେଇଛି । ଅନ୍ୟପଟେ ପାକିସ୍ତାନର ପୂର୍ବତନ କ୍ରିକେଟର ମହମ୍ମଦ ହାଫିଜ (Mohammad Hafeez) ରୋହିତ ଶର୍ମାଙ୍କ ଅଧିନାୟକତ୍ୱ (Rohit Sharma Captaincy) ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ।

ବାସ୍ତବରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ମହମ୍ମଦ ହାଫିଜ (Mohammad Hafeez) ରୋହିତ ଶର୍ମା (Rohit Sharma) ଙ୍କ ବଡି ଲାଙ୍ଗୁଏଜ୍ ଉପରେ ପିଟିଭି ସ୍ପୋର୍ଟସ ନ୍ୟୁଜରେ ବିଶେଷଜ୍ଞ ଭାବରେ ଟିପ୍ପଣୀ କରୁଛନ୍ତି । ଭିଡିଓରେ ହାଫିଜ କହିଛନ୍ତି ଯେ, "ହଂକଂରୁ ମ୍ୟାଚ୍ ଜିତିବା ପରେ କେବଳ ରୋହିତ ଶର୍ମାଙ୍କ ଅଙ୍ଗଭଙ୍ଗୀ (Rohit Sharma Body Language) କୁ ଦେଖନ୍ତୁ । ମୁଁ ପୂର୍ବରୁ କହିଥିଲି ଯେ ଯେତେବେଳେ ରୋହିତ ଶର୍ମା ଟସ୍ ପାଇଁ ଆସିଥିଲେ, ତାଙ୍କ ବଡି ଲାଙ୍ଗୁଏଜ୍ ବହୁତ ଦୁର୍ବଳ ଥିଲା । ସେ ଭୟଭୀତ ଦେଖାଯାଉଥିଲେ । ଦ୍ୱନ୍ଦ୍ୱରେ ମଧ୍ୟ ଥିଲେ । ସେହି ରୋହିତ ଶର୍ମା ଦେଖାଯାଉ ନାହିଁ, ଯାହାଙ୍କୁ ମୁଁ ଦେଖିଥିଲି ଚମତ୍କାର ଇନିଂସ ଖେଳୁଥିବାର ।"

ପାକିସ୍ତାନର ପୂର୍ବତନ ଅଧିନାୟକ ହାଫିଜ (Mohammad Hafeez) କହିଛନ୍ତି ଯେ, "ମୁଁ ଭାବୁଛି ରୋହିତ ଶର୍ମା (Rohit Sharma) ଙ୍କ କାନ୍ଧରେ ଅଧିନାୟକତ୍ୱର ଅଧିକ ଚାପ ରହିଛି । ତାଙ୍କୁ ଅସୁବିଧା ହେଉଛି । ତାଙ୍କର ଫର୍ମ ଖରାପ ଅଛି ଓ ଆଇପିଏଲ୍ ମଧ୍ୟ ଭଲରେ ଚାଲିନାହିଁ । ତାଙ୍କର ଫର୍ମ ଫେରି ଆସୁନାହିଁ । ରୋହିତଙ୍କ ବଡ଼ ବଡ଼ ଜିନିଷ ତାଙ୍କ ବଡି ଲାଙ୍ଗୁଏଜରେ ପ୍ରତିଫଳିତ ହୁଏ ନାହିଁ । ମୁଁ ଅନୁଭବ କରୁଛି ରୋହିତଙ୍କ ପାଇଁ ଦୀର୍ଘ ସମୟ ଧରି ଅଧିନାୟକ ରହିବା କଷ୍ଟକର ହେବ । ମୁଁ ଭାବୁନାହିଁ ଯେ ସେ ଅଧିକ ସମୟ ପାଇଁ ଅଧିନାୟକ ହୋଇରହିପାରିବେ ।"

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ବର୍ବାଦ କଲା ଚୀନ! ବାକି କାମ କରୁଛି ପାଣିପାଗ...

ଏହା ବି ପଢ଼ନ୍ତୁ:-ଏହି ୫ଟି ଖାଦ୍ୟ ଖାଇବା ଦ୍ୱାରା ପୁରୁଷମାନଙ୍କର ବଢ଼ିବ 'ଶକ୍ତି', ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: ଏହି ସରକାରୀ କର୍ମଚାରୀଙ୍କ ପୁଣି ବଢ଼ିଲା ଦରମା, ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

 

ସୂଚନାଯୋଗ୍ୟ, ବିରାଟ କୋହଲି (Virat Kohli) ସମସ୍ତ ତିନୋଟି ଫର୍ମାଟରୁ ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମା (Rohit Sharma) ଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯାଇଛି । ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଇଂଲଣ୍ଡରେ ଖେଳାଯାଇ ଥିବା ODI ଓ T20I ସିରିଜକୁ ଦଖଲ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଏସିଆ କପରେ ମଧ୍ୟ ଦଳ ଭଲ ସ୍ଥିତିରେ ଅଛି । ଯଦିଓ ରୋହିତ ଶର୍ମା ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ଏସିଆ କପରେ କୌଣସି ବଡ଼ ଇନିଂସ ଖେଳିବାକୁ ସକ୍ଷମ ହୋଇନାହାଁନ୍ତି ।