Bihar Politics: କୁହାଯାଏ ଧିର ପାଣି ପଥର କାଟେ, ଆଉ ଏହି ଉକ୍ତିକୁ ଯଥାର୍ଥରେ ପାଳନ କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Bihar CM Nitish Kumar)। ଯଦି ଆମେ ୨୦୧୪ ଲୋକସଭା ନିର୍ବାଚନ କଥା ଆଲୋଚନା କରିବା ତେବେ ନରେନ୍ଦ୍ର ମୋଦିଙ୍କ (Narendra Modi) ନେତୃତ୍ତ୍ବାଧିନ ବିଜେପି ଏବଂ ଶାସନରେ ଥିବା କଂଗ୍ରେସ ମଧ୍ୟରେ ଫାଇଟ ଦେଖିବାକୁ ମିଳିଥିଲା। ହେଲେ ସେତେବେଳେ ଆଉ ଜଣେ ନେତାଙ୍କ ନାମ ଜାତୀୟ ରାଜନୀତିରେ (National Politics) ଖୁବ ଚର୍ଚ୍ଚା ହୋଇଥିଲା। ସେ ଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। କାରଣ ସେ ମଧ୍ୟ ଥିଲେ ପ୍ରଧାନମନ୍ତ୍ରୀ ଦଉଡରେ। ଭାରତାୟ ରାଜନୀତି କଥା କହିଲେ ସାଧାରଣତଃ ପରିବାରବାଦର କଥା ସାମ୍ନାକୁ ଚାଲିଆସେ। ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ଏକ ରାଜନୈତିକ ପୃଷ୍ଠଭୂମିରୁ ଆସିଛନ୍ତି ଯାହାଙ୍କ ଦେହରେ କେବେ ପରିବାରବାଦର ଦାଗ ଲାଗିନାହିଁ। ହେଲେ ଆଜିବି ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜ କିଛି କମ୍ ନାହିଁ। ସେପରି ସ୍ଥଳେ ବାରବାର ଦଳ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ପଦକୁ ଜାବୁଡି ଧରିଥିବା ନୀତିଶ କମାରଙ୍କ ଭାବମୂର୍ତ୍ତୀକୁ ବିହାରବାସୀ ଗ୍ରହଣ କରିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ? ତେଣୁ ୨୦୧୪ର ପରେ ସେ ରଣନୀତି ପ୍ରସ୍ତୁତ କରୁଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଆଉ ଏହାରି ଭିତରେ ନୀତିଶ କୁମାର ତାଙ୍କ ରାଜନୈତିକ ଗୋଟି ଚାଳନାରେ ଅନେକ ଥର ପରିବର୍ତ୍ତନ କରିସାରିଛନ୍ତି। ତାଙ୍କ ନଜର ଏବେ ଦିଲ୍ଲୀ ସିଂହାସନ ଉପରେ ପଡିଥିବା ଭଳି ମନେ ହେଉଛି। 


COMMERCIAL BREAK
SCROLL TO CONTINUE READING

ଗତ ଶୁକ୍ରବାର ଠାରୁ ରାଜ୍ୟ କାର୍ଯ୍ୟାଳୟରେ ଜେଡିୟୁ ପକ୍ଷରୁ ଦଳର ତିନି ଦିନିଆ ବୈଠକ ଚାଲିଛି। ଜେଡିୟୁ କାର୍ଯ୍ୟାଳୟର (JDU Office)  କର୍ପୁରୀ ଅଡିଟୋରିୟମରେ ଏହି ବୈଠକ ହେଉଛି। JDUର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ। ଏହାରି ମଧ୍ୟରେ ଏକ ବଡ ଖବର ମଧ୍ୟ ସାମ୍ନାରୁ ଆସିଛି ଯେ, ସିଏମ ନୀତୀଶ କୁମାର (CM Nitish Kumar) ମିଶନ ୨୦୨୪କୁ ଦୃଷ୍ଟିରେ ରଖି  ଦିଲ୍ଲୀ ଯିବେ। ଦିଲ୍ଲୀରେ ବିରୋଧୀ ଦଳର ନେତାମାନଙ୍କୁ ଏକଜୁଟ କରିବା ଉପରେ ଆଲୋଚନା ହେବ ବୋଲି କୁହାଯାଉଛି।


ସୂଚନାନୁସାରେ, ସିଏମ୍ ନୀତିଶ ସେପ୍ଟେମ୍ବର ୫ ତାରିଖ ଦିନ ପାଟନାରୁ ଦିଲ୍ଲୀ ଯିବେ। ନୀତିଶ କୁମାର ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ। ସେଠାରେ ସେ ବିରୋଧୀ ଦଳର ନେତାଙ୍କୁ ଭେଟିବେ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ କରିବେ। ସେହି ମିଶନ ପାଇଁ ଦିଲ୍ଲୀ ଯିବା ପାଇଁ ନୀତିଶ କୁମାରଙ୍କର ଏହା ହେଉଛି ଯୋଜନା। କୁହାଯାଉଛି ଯେ, ବିଜେପି ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଏହା ଜେଡିଏର ମାଷ୍ଟରପ୍ଲାନ ହୋଇପାରେ।


ଗତ ଶୁକ୍ରବାର ଠାରୁ JDUର ତିନି ଦିନିଆ ବୈଠକ ଚାଲିଛି। ଜାତୀୟ ପରିଷଦର ବୈଠକରେ ପ୍ରାୟ ୨୫୦ ନେତା ଯୋଗଦେବେ ବୋଲି ଆଶା କରାଯାଉଛି। ସଭାରେ ନୀତିଶଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ନିଷ୍ପତ୍ତି ନିଆଯାଇପାରେ। ଯଦିଓ ନତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି ବୋଲି ଲଲନ ସିଂ ସ୍ପଷ୍ଟ କରିଦେଇଛନ୍ତି। କେବଳ ବିରୋଧୀଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ସେ ଚେଷ୍ଟା କରୁଛନ୍ତି ବୋଲି କୁହାଯାଇଛି।


ଏହି ବୈଠକରେ ବିରୋଧୀଙ୍କ ଏକତା ଉପରେ ବିଚାର ବିମର୍ଶ କରାଯିବ ବୋଲି କୁହାଯାଉଛି। ବେରୋଜଗାରୀ, ମହଙ୍ଗାଇ ଉପରେ କେନ୍ଦ୍ର ସରକାରଙ୍କୁ କିପରି ଘେରାଯାଇ ପାରିବ ସେନେଇ ଆଲୋଚନା ହେବ। ଦଳର ସଦସ୍ୟତା ଅଭିଯାନ, ସାଂଗଠନିକ ନିର୍ବାଚନ ଉପରେ ମନ୍ଥନ ହେବ। ଅନ୍ୟ ରାଜ୍ୟରେ ସଂଗଠନର ବିସ୍ତାର, ଗୁଜୁରାଟ, ହିମାଚଳ ସମେତ ଅନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ମୋହର ଲାଗିପାରେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ।