କୋଲକାତା: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍(Amartya Sen) କହିଛନ୍ତି କି ବିଭାଜନକୁ ମୁକାବିଲା କରିବାରେ ନ୍ୟାୟପାଳିକାର କମ୍ ଭୂମିକାକୁ ଦୃଷ୍ଟିରେ ରଖି ଦେଶରେ ଥିବା ରାଜ୍ୟ ଗୁଡ଼ିକ ତାଙ୍କୁ ଭୟଭୀତ କରିଦେଇଛି । ଔପନିବେଶିକ ସମୟରେ ହୋଇଥିବା ଆଇନ(Law)ଗୁଡ଼ିକ ର କାର୍ଯ୍ୟକାରିତା ବର୍ତ୍ତମାନ କେବଳ ଲୋକଙ୍କୁ ବନ୍ଦୀ କରିବା କାର୍ଯ୍ୟରେ ବ୍ୟବହାର କରାଯାଉଛି । ଦେଶର ବିଭାଜୀକରଣ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ । କୋଲକାତା ପାଖରେ ତାଙ୍କ ନାମରେ ନାମିତ ଅମର୍ତ୍ତ୍ୟ ସେନ୍‌ ରିସର୍ଚ୍ଚ ସେଣ୍ଟରର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶରେ ଲାଗି ରହିଥିବା ଅଶାନ୍ତ ପରିବେଶକୁ ନେଇ ଅର୍ଥନୀତିଜ୍ଞ(Economist) ତଥା ନୋବେଲ୍‌ ବିଜେତା ଚିନ୍ତା ଜାହିର କରିଛନ୍ତି । ଭାରତ ଭଳି ଦେଶରେ ଅସହିଷ୍ଣୁ ଭଳି ଶବ୍ଦର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି କି ଯଦି ମତେ କେହି ପଚାରିବ ମୁଁ କେଉଁ ଜିନିଷକୁ ଭୟ ଲାଗେ,ମୁଁ କହିବି କି ଏବେ ମୋର ଡରିବାର ଗୋଟିଏ କାରଣ ରହିଛି ଆଉ ତାହା ହେଲା ,ଦେଶରେ ଦେଖାଦେଉଥିବା ବିଭାଜନ ସ୍ଥିତି ହିଁ ମୋ ଡରିବାର ପ୍ରମୁଖ କାରଣ।


COMMERCIAL BREAK
SCROLL TO CONTINUE READING

ଅମର୍ତ୍ତ୍ୟ ସେନ୍‌ଙ୍କ ମତରେ ' ଭାରତ କେବଳ ହିନ୍ଦୁ(Hindus only)ମାନଙ୍କର କହିବା ଅସମ୍ଭବ ଏବଂ ଏହା କେବଳ ମୁସଲମାନ(Muslims) ଭାରତକୁ ତିଆରି କରିପାରିବେ ନାହିଁ । ବିଭାଜନ କେବେଳ ଭାରତ ପାକିସ୍ତାନ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ । ବର୍ତ୍ତମାନ ଏହା ରାଜ୍ୟ ରାଜ୍ୟ ମଧ୍ୟରେ ବ୍ୟାପିବାରେ ଲାଗିଛି । ଦେଶରେ ବର୍ତ୍ତମାନ ବିଭାଜନ ରାଜନୀତି ଚାଲିଛି । ରବିନ୍ଦ୍ରନାଥ ଟାଗୋର ଏବଂ ନେତାଜୀଙ୍କ ଭଳି ମହାପୁରୁଷ ଯେଉଁ ଭାରତ  ଛାଡ଼ି ଯାଇଥଲେ ତାହା ଐତିହାସିକ ଭାବରେ ସହିଷ୍ଣୁ ଥିଲା । କେବଳ ହିନ୍ଦୁ ସଂସ୍କୃତି ଓ ପରମ୍ପରା ଆମ ଦେଶକୁ ବୁଝାଏ ନାହିଁ । ମୁସଲମାନ୍‌ ସମ୍ପ୍ରଦାୟ ମଧ୍ୟ ସମାନ ଭାବରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ସଙ୍ଗୀତଜ୍ଞ ଶଙ୍କର ଅଲୀ ଆକବର୍‌ ଖାନ୍‌ ମଧ୍ୟ ଏହାର ଏକ ଜ୍ବଳନ୍ତ ଉଦାହରଣ ବୋଲି ସେ କହିଛନ୍ତି । ଏଭଳି ଇତିହାସ ସହ ଜଣେ କେବେ ହେଲେ ବି ବିଭାଜନକୁ ଅଣଦେଖା କରି ପାରିବ ନାହିଁ । ଏହାକୁ ନେଇ ଦେଶରେ ସହିଷ୍ଣୁ ଏବଂ ଅସହିଷ୍ଣୁ କଥା କହି ହେବନାହିଁ । ଏହି ସଙ୍କଟ ସ୍ଥିତିରେ ଦେଶର ନ୍ୟାୟିକ ବ୍ୟବସ୍ଥା ଗୁରୁତ୍ବବହନ କରୁଛି ।


ଦେଶର ସୁରପରିଚାଳନା ପାଇଁ ନ୍ୟାୟିକ ବ୍ୟବସ୍ଥା ଓ ଅମଲାତନ୍ତ୍ର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଯଦି ଜଣେ ମୁଖ୍ୟ ବିଚାରପତି କୌଣସି ନିଷ୍ପତ୍ତି ନେବା ପୂର୍ବରୁ କୌଣସି ମାଧ୍ୟମରେ ପ୍ରଭାବିତ ହୋଇଥିବେ, ତାହେଲେ ଏହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ଅନ୍ନଦାଶଙ୍କରଙ୍କ ଏକ କବିତା ସଙ୍କଳନ ର ଉଦାହରଣ ଦେଇ ଅମର୍ତ୍ତ୍ୟ ସେନ୍‌ କହିଛନ୍ତି ଯେ, ସେହି ସମୟର ସ୍ଥିତି ଅନୁଯାୟୀ ଭାରତ-ପାକିସ୍ତାନ ବିଭାଜନ ଠିକ୍‌ ନିଷ୍ପତ୍ତି ନଥିଲା, ବରଂ ବର୍ତ୍ତମାନ ସ୍ଥିତିରେ ବିଭାଜନ ଠିକ୍‌ ନିଷ୍ପତ୍ତି ହୋଇଥାଆନ୍ତା । ଜାତିପ୍ରଥା ନାମରେ ଦେଶକୁ ମନସ୍ତାତ୍ବିକ ଭାବରେ ବାରମ୍ବାର ବିଭାଜନ କରିବାକୁ ଚେଷ୍ଟା କରାଯାଉଛି। ଯାହା ଏକ ଚିନ୍ତାଜନକ ବିଷୟ । ଅଧିକାଂଶ ଲୋକ ଦେଶରେ ଏକଛତ୍ରବାଦ ଶାସନରେ ବନ୍ଧା ହୋଇ ରହିଥିବା କଥା କହିଛନ୍ତି ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ । ତେବେ ସେ ନିଜ ମନରେ ଥିବା ଚିନ୍ତାକୁ ଏହାଦ୍ୱାରା ସ୍ପଷ୍ଟ ଜାହିର କରିବା ସହିତ ସମସ୍ତେ ଏକ ହେବାକୁ ଆହ୍ୱାନ କରିଥିଲେ । ଏହା ହେଲେହିଁ ଆମର ଐକତ୍ୱ ବଜାୟ ରହିପାରିବ ବୋଲି ଆଶାପୋଷଣ କରିଛନ୍ତି।