Nupur Sharma Controversy: ନୁପୂର ଶର୍ମା ବିବାଦ ମାମଲାରେ ହିନ୍ଦୁଙ୍କ ମୁଣ୍ଡ କାଟ କରିବାକୁ ଧମକ ଦେଉଥିବା ଗୋଷ୍ଠୀ ତଥା ଲୋକଙ୍କ ବିରୋଧରେ ଛିଡା ହୋଇଛି ହିନ୍ଦୁତ୍ୱବାଦୀ ସଙ୍ଗଠନ ବିଶ୍ୱ ହିନ୍ଦୁ ପରିଷଦ। ଏନେଇ ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ହେଲ୍ପଲାଇନ ନମ୍ବର ଜାରି କରିଛି। ଦେଶର ବିଭିନ୍ନ ରାଜ୍ୟ ଲାଗି ଜାରି ହୋଇଛି ଏହି ହେଲ୍ପଲାଇନ ନମ୍ବର। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି ବିଗତ କିଛି ଦିନ ହେବ ଇସଲାମୀୟ ଜିହାଦୀ ବିଭିନ୍ନ ସ୍ଥାନରୁ ହିନ୍ଦୁଙ୍କୁ ଭୟଭୀତ କରୁଥିବାର ଖବର ଆସିଛି। ଏହାକୁ ନଜରରେ ଦେଖି ବିଶ୍ୱ ହିନ୍ଦୁ ପରିଷଦ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି।


COMMERCIAL BREAK
SCROLL TO CONTINUE READING

ବିଶ୍ୱ ହିନ୍ଦୁ ପରିଷଦ (Vishwa Hindu Parishad) ଭିଏଚପି (VHP) ପକ୍ଷରୁ କୁହାଯାଇଛି ସଙ୍ଗଠନର ଯୁବ ଶାଖା ବଜରଙ୍ଗ ଦଳର କର୍ମକର୍ତ୍ତା ସମଗ୍ର ଦେଶରେ ହିନ୍ଦୁଙ୍କୁ ସୁରକ୍ଷା ଦେବେ। ଯଦି ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ କରାଯାଏ ତାହେଲେ ପ୍ରଥମେ ସେ ସ୍ଥାନୀୟ ପୋଲିସ ସାହାଯ୍ୟ ନେବା ଆବଶ୍ୟକ। ଯଦି ପୋଲିସ ତାଙ୍କୁ ସାହାଯ୍ୟ କରିପାରୁନାହିଁ ତାହେଲେ ବଜରଙ୍ଗ ଦଳର କର୍ମକର୍ତ୍ତା ତାଙ୍କୁ ସାହାଯ୍ୟ କରିବେ। ଏହି ହେଲ୍ପଲାଇନ ନମ୍ବର ମଧ୍ୟପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଞ୍ଜାବ, ଗୁଜୁରାଟ, କର୍ଣ୍ଣାଟକ, ଜାମୁ କାଶ୍ମୀର ହିମାଚଳ ସମେତ ଦେଶର ଅନ୍ୟ ରାଜ୍ୟ ଲାଗି ଜାରି କରାଯାଇଛି।


ଏନେଇ ଭିଏଚପି ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଦେଶର ୨୦ ପ୍ରାନ୍ତ ଲାଗି ଏହି ହେଲ୍ପଲାଇନ ଜାରି କରାଯାଇଛି। ଭବିଷ୍ୟତରେ ଆହୁରି ଅଧିକ ସଂଖ୍ୟାରେ ହେଲ୍ପଲାଇନ ଜାରି କରାଯିବ। ଯଦି କୌଣସି ହିନ୍ଦୁଙ୍କ ସାହାଯ୍ୟ ଦରକାର ତାହେଲେ ତାଙ୍କୁ ବଜରଙ୍ଗ ଦଳ କର୍ମକର୍ତ୍ତା ସାହାଯ୍ୟ କରିବେ। ବର୍ତ୍ତମାନ ଟ୍ୱିଟର ଯୋଗେ ୩୫ ନମ୍ବର ସେୟାର କରାଯାଇଛି। ସେଥିମଧ୍ୟରୁ ଉତ୍ତର ପ୍ରଦେଶ ପାଇଁ ୬, ରାଜସ୍ଥାନ-ଗୁଜୁରାଟ ପାଇଁ ୩-୩, ମହାରାଷ୍ଟ୍ର, ବିହାର, ଓଡିଶା, ପଶ୍ଚିମବଙ୍ଗ ଏବଂ ଆସାମ ଲାଗି ୨  ଏବଂ ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ରାଜ୍ୟ ପାଇଁ ଗୋଟିଏ ଲେଖାଁଏ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।


ଏନେଇ ଭିଏଚପି ଯୁଗ୍ମ ସାଧାରଣ ସମ୍ପାଦକ ସୁରେନ୍ଦ୍ର ଜୈନା ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ମହାରାଷ୍ଟ୍ର ଅମରାବତୀ ଜିଲ୍ଲାରେ ଉମେଶ କୋହ୍ଲେ ଏବଂ ରାଜସ୍ଥାନ ଉଦୟପୁର ଜିଲ୍ୱାରେ କହ୍ନେୟାଲାଲଙ୍କ ହତ୍ୟା ପରେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେବେଠାରୁ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ପୋଷ୍ଟ ଲାଗି ଲୋକଙ୍କୁ ଧମକ ଦିଆଯାଉଛି।


Also Read: ଜିହାଦୀ ହିଂସା ବିରୋଧରେ ସ୍ୱର ଉଠାଇଲା ବଜରଙ୍ଗ ଦଳ