Odisha Assembly Result: ମ୍ୟାଜିକ୍ ନମ୍ବର ଛୁଇଁଲା ବିଜେପି, ରହିବକି ଏ ଟ୍ରେଣ୍ଡ?
Odisha Assembly Result: ରାଜ୍ୟ ବିଧାନସଭାରେ ସମୁଦାୟ ଆସନ ସଂଖ୍ୟା ୧୪୭ ହୋଇଥିବାରୁ ୭୪ହେଉଛି ସରକାର ଗଠନ କରିବାର ମ୍ୟାଜିକ୍ ନମ୍ବର। ଏହି ସଂଖ୍ୟାକୁ ବିଜେପି ୟା ଭିତରେ ହାସଲ କରିଛି। ଆଗକୁ ଏହି ଟ୍ରେଣ୍ଡ ରହିଲେ ବିଜେପି ସରକାର ଗଠନ କରିବ ବୋଲି ଆଶା କରାଯାଇପାରେ।
Odisha Assembly Result: ରାଜ୍ୟରେ ବିଜେପି ଛୁଇଁଛି ମ୍ୟାଜିକ ନମ୍ବର। ଅର୍ଥାତ୍ ଯଦି ଏହି ଟ୍ରେଣ୍ଡ ନିରନ୍ତର ରହେ ତେବେ ବିଜେପିକୁ ସରକାର ଗଠନରୁ କେହି ଦୂରେଇ ପାରିବେ ନାହିଁ। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବିଜେପି ୭୬ଟି ଆସନରେ ଆଗୁଆ ରହିଛି। ବିଜେଡିକୁ ୫୩ ଆସନ ମିଳିଥିବା ବେଳେ କଂଗ୍ରେସ ୧୨ଟି ଆସନରେ ଆଗୁଆ ରହିଛି। ରାଜ୍ୟ ବିଧାନସଭାରେ ସମୁଦାୟ ଆସନ ସଂଖ୍ୟା ୧୪୭ ହୋଇଥିବାରୁ ୭୪ହେଉଛି ସରକାର ଗଠନ କରିବାର ମ୍ୟାଜିକ୍ ନମ୍ବର। ଏହି ସଂଖ୍ୟାକୁ ବିଜେପି ୟା ଭିତରେ ହାସଲ କରିଛି। ଆଗକୁ ଏହି ଟ୍ରେଣ୍ଡ ରହିଲେ ବିଜେପି ସରକାର ଗଠନ କରିବ ବୋଲି ଆଶା କରାଯାଇପାରେ।
ରାଜ୍ୟରେ ବିଧାନସଭା ନିର୍ବାଚନ ଗଣତି ପରିବର୍ତ୍ତନର ଇଙ୍ଗିତ ଦେଉଛି। ପ୍ରଥମ ପର୍ଯ୍ୟାୟରେ ୧୪୭ ଆସନରୁ ୧୪୫ ଆସନରେ ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସୁଛି ସେଥିରେ ବିଜେପି ସଂଖ୍ୟାଧିକ ରହିଛି। ୭୬ ଆସନରେ ବିଜେପି ଆଗୁଆ ରହିଛି। ଶାସକ ବିଜେଡି ୫୩କୁ ଖସି ଆସିଛି।
ବିଜେପି ଆଗୁଆ ରହିଥିବା ବିଧାନସଭା ଆସନଗୁଡ଼ିକ ହେଲା: ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜ ନଗର, ତଳସରା, ରଘୁନାଥପଲ୍ଲୀ, ରାଉରକେଲା, କୁଚିଣ୍ଡା, ରେଢ଼ାଖୋଲ, ତେଲକୋଇ, ପାଟଣା, କେନ୍ଦୁଝର, ଯଶୀପୁର, ବାଙ୍ଗିରପୋଷୀ, କରଞ୍ଜିଆ, ବଡ଼ ସାହି, ବାରିପଦା, ମୋରଡ଼ା, ବାଲେଶ୍ୱର, ରେମୁଣା, ନିଳଗିରି, ସିମୁଳିଆ, ଭଦ୍ରକ, ଧାମନଗର , ଚାନ୍ଦବାଲି, ବିଞ୍ଝାରପୁର, ବଡ଼ଚଣା, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ଅନୁଗୁଳ, ଛେଣ୍ଡିପଦା, ବୀରମହାରାଜପୁର, ସୋନପୁର, ଲୁଇସିଂହା, ପାଟଣାଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି, ଉମରକୋଟ, ଝରିଗ୍ରାମ, ଜୁନାଗଡ଼, ଧର୍ମଗଡ଼, ଜି ଉଦୟଗିରି, କଣ୍ଟାମାଳ, ବୌଦ୍ଧ, କଟକ-ବାରବାଟି, ନିଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ଜଗତସିଂହପୁର, ନିମାପଡ଼ା, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଏକାମ୍ର- ଭୁବନେଶ୍ୱର, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ସୋରଡ଼ା, ଛତ୍ରପୁର, ଗୋପାଳପୁର, ଚିକିଟି, ବ୍ରହ୍ମପୁର, ପାରଳାଖେମୁଣ୍ଡି, କୋଟପାଡ଼, କୋରାପୁଟ, ଏବଂ ଚିତ୍ରକୋଣ୍ଡା।