Odisha assembly session 2024: ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଓ ବରଗଡ଼ ସୀମାରେ ଥିବା ଗନ୍ଧମାର୍ଦ୍ଦନକୁ ନେଇ ଏବେ ରାଜ୍ୟ ତମାମ ଚର୍ଚ୍ଚା ଜୋର ଧରିଛି। ଆଜି ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠିଛି। ଗନ୍ଧମାର୍ଦ୍ଦନରେ କେତେ ପରିମାଣରେ ଓ କେଉଁ ସବୁ ଖଣିଜ ପଦାର୍ଥ ରହିଛି। ଖନନ ପାଇଁ କେବେ ଓ କାହାକୁ ଅନୁମତି ଦିଆଯାଇଥିଲା ବୋଲି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ପ୍ରଶ୍ନ କରିଥିଲେ। 


COMMERCIAL BREAK
SCROLL TO CONTINUE READING

Also Read: Hemanta Soren: ଝାଡ଼ଖଣ୍ଡରେ ଆଜି ମନ୍ତ୍ରୀ ଭାବେ ଶପଥ ନେବେ ୧୧ ବିଧାୟକ


Also Read: Viral Video: ଇନଷ୍ଟା ଗାର୍ଲ ତେଜୁଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ


ଆଜି ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ତ୍ରିପାଠୀ କରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ ଶ୍ରୀ ଜେନା ଉତ୍ତର ରଖି କହିଥିଲେ କି ଗନ୍ଧମାର୍ଦ୍ଦନରେ ୨୦୨.୨୬ ନିୟୁତ ଟନ ବକ୍ସାଇଟ ଖଣି ମହଜୁଦ ରହିଛି। ଏହାକୁ ଭାରତ ସରକାରଙ୍କ ଅଧିନସ୍ତ ମିନେରାଲ ଏକ୍ସପ୍ଲୋରେସନ ଓ କନସଲଟାନ୍ସି ଲିମିଟେଡ଼ ଓ ରାଜ୍ୟ ସରକାରଙ୍କର ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଦ୍ୱାରା ୧୯୭୫ ମସିହାରୁ ୧୯୭୯ ମଧ୍ୟରେ ଆକଳନ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ। ଏଠାରେ  ୧୧.୦୯.୧୯୮୧ରେ କେନ୍ଦ୍ର ସରକାରଙ୍କର M/s Bharat Aluminium Company Ltd (BALCO).କୁ  MC Rules 1960 ନିୟମ ୨୨ ଅନୁଯାୟୀ ଖଣି ଖନନ ପାଇଁ ଖଣି ପଟ୍ଟା ପ୍ରଦାନ କରାଯାଇଥିଲା। ମାତ୍ର ଏହି କମ୍ପାନୀ ଖଣି ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ବୈଧାନିକ ଅନୁମତି ପତ୍ର ବିଶେଷ କରି ଫରେଷ୍ଟ କ୍ଲିୟରାନ୍ସ ନ ଦେଇ ପାରିବା ହେତୁ ଖଣି ପଟ୍ଟା ସମ୍ପାଦନ ହେବା ଠାରୁ ୨ ବର୍ଷରୁ ଅଧିକ ସମୟ ଧରି ଖଣି କାର୍ଯ୍ୟ ଚାଲୁ କରିପାରିନଥିଲେ। ଫଳରେ ୧୯୯୦ ମସିହା ଜାନୁଆରୀ ୫ ତାରିଖରେ ରାଜ୍ୟ ସରକାର ଉପରୋକ୍ତ ଖଣି ଅଞ୍ଚଳକୁ MMDR Act 1957 ର ଧାରା 4A (4) ଅନୁଯାୟୀ ଅସିଦ୍ଧ ଘୋଷଣା କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହରେ ଉତ୍ତର ରଖିଥିଲେ। 


ଏଠାରେ କହି ରଖୁ କି କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବାଲକୋ କମ୍ପାନୀ ଖଣିଜ ଅଧିନିୟମ ୧୯୬୦ର ଧାରା ୨୨ ଆଧାରରେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ଅନ୍ତର୍ଗତ ପାଟଣାଗଡ଼ ଓ ପଦ୍ମପୁର ଉପଜିଲ୍ଲାର ଗନ୍ଧମାର୍ଦ୍ଦନ ଜଙ୍ଗଲ ସୁରକ୍ଷା ନିୟମର ୨୩୫୫.୧୪ ଏକର ବା ୯୫୩.୦୯୧ ହେକ୍ଟର ପରିମିତ ଅଞ୍ଚଳକୁ ଖଣିପଟ୍ଟା ମଞ୍ଜୁର ପାଇଁ ଜିଲ୍ଲାପାଳ ବଲାଙ୍ଗୀର ଜରିଆରେ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୧୦୨୩୪/ଏମଜି ୧୯୮୧ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ବାଲକୋ ସପକ୍ଷରେ ଉପରୋକ୍ତ ଅଞ୍ଚଳକୁ ଖଣିପଟ୍ଟା ମଞ୍ଜୁର କରିଥିଲେ। ମାତ୍ର ବାଲକୋ ସମ୍ପୃକ୍ତ ଖଣି ଅଞ୍ଚଳରେ ବୈଧାନିକ ଅନୁମତି ଅନୁଯାୟୀ ଫରେଷ୍ଟ କ୍ଲିୟରାନ୍ସ ଅଭାବ ହେତୁ ଖଣି ପଟ୍ଟା ସମ୍ପାଦନ ହେବା ଠାରୁ ୨ ବର୍ଷରୁ ଅଧିକ ସମୟ ଧରି ଖଣି କାର୍ଯ୍ୟ ଚାଲୁ କରିପାରିନଥିଲେ। ତେଣୁ ଖଣି ଓ ଖଣିଜ ବିନିମୟ ଅଧିନିୟମ ୧୯୬୦ର ଧାରା ୨୮ ଅନୁଯାୟୀ ରାଜ୍ୟ ସରକାର ତାଙ୍କର ପତ୍ର ସଂଖ୍ୟା ୩୫୪/ଏମଜି ଜାନୁଆରୀ ୫ ତାରିଖ ୧୯୯୦ ମସିହାରେ ଖଣି ଅଞ୍ଚଳକୁ ରଦ୍ଦ କରିଥିଲେ।