ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଜୁନ୍‍ ୨୦୨୨ରେ ଭାଟିକାନ୍‍ ସିଟି ଗସ୍ତ ସମୟରେ ତାଙ୍କ ସହ ଯାଇଥିବା ଶ୍ରଦ୍ଧା ନାମ୍ନୀ ମହିଳା କିଏ ଏବଂ କେଉଁ ଅଧିକାରରେ ସ ତାହା ସେ ତାଙ୍କ ସହ ଯାଇଥିଲେ ତାହା ସ୍ପଷ୍ଟ କରିବାକୁ ଦାବି କରିଛି ବିଜେପି। ଏ ବିଷୟକୁ ବିଧାନସଭାରେ ଉଠାଇଲେ ତାହାକୁ ସ୍ୱଧିକାର ଭଙ୍ଗ ବୋଲି ଅଭିହିତ କରାଯାଉଛି, ଆମ ନେତାଙ୍କୁ ପାଗଳ ଆଖ୍ୟା ଦିଆଯାଉଛି କିନ୍ତୁ ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସୁଥିବା ଏହି ଅଭିଯୋଗ ଦୀର୍ଘ ଏକବର୍ଷରୁ ଅଧିକ ସମୟ ହେଲା ଅସମାହୀତ ହୋଇ ପଡ଼ି ରହିଥିବା ଅଭିଯୋଗ କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । 


COMMERCIAL BREAK
SCROLL TO CONTINUE READING

୨୦୨୨ ଜୁନ୍‍ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାରତ ବର୍ଷର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଖ୍ରୀଷ୍ଟ ସମ୍ପ୍ରଦାୟର ସର୍ବଶ୍ରଷ୍ଠ ଧର୍ମଗୁରୁ ପୋପ୍‍ଙ୍କୁ ଭାଟିକାନ୍‍ ସିଟିରେ ଭେଟିବାକୁ ଯାଇଥିଲେ। ସେ ତାଙ୍କୁ ଓଡ଼ିଶାର ଏକ ପଟ୍ଟଚ୍ଚିତ୍ର ମଧ୍ୟ ଉପହାର ଦେଇଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍‍ ଓ ଶ୍ରଦ୍ଧା ନାମ୍ନୀ ଜଣେ ମହିଳାଙ୍କୁ ପୋପ୍‍ଙ୍କ ସହ ଦେଖିବାକୁ ମିଳିଥିଲା । ଏହି ପ୍ରସଙ୍ଗକୁ ବିଧାନସଭାରେ ଗତକାଲି ବିଧାନସଭାରେ ଉଠାଯାଇଥିଲା । ବିଜେପିର ବିଧାୟକ ସେ କିଏ ବୋଲି ପ୍ରଶ୍ନ କରିଥିଲେ। 


ଏକ ସାମ୍ବାଦିକ ସମ୍ମିଳନୀରେ ବସନ୍ତ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଯଦି ଚାଲିଚଳନ ବ୍ୟବହାର ନମ୍ବ ରଓ୍ୱାନ୍‍ ତେବେ ସେ ପଳାୟନ କରୁଛନ୍ତି କାହିଁକି?  ବିଗତ ଦିନରେ ଚର୍ଚ୍ଚା ସୃଷ୍ଟି କରିଥିବା ପରୀ, ମମିତା ମେହେର, ବେବିନା, ମାଧବୀ ଲତା ଘଟଣା ଭଳି ଏମିତି କିଛି ଘଟଣା ଘଟି ନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି ବସନ୍ତ । ଆମ ମନରେ ସନ୍ଦେହ ହେଉଛି। ଏହି ସନ୍ଦେହ ମୋଚନ କରିବା ଦାୟିତ୍ୱ ଶାସକ ଦଳର । ଏଣୁ ତାହାର ଉତ୍ତର ରଖନ୍ତୁ ବୋଲି କହିଛନ୍ତି ନବୀନ। ଯଦି ନବୀନଙ୍କ ବ୍ୟକ୍ତିତ୍ୱ ଖାଲି ପୃଷ୍ଠା ଭଳି ଏବେ ସଦେହି ନିର୍ମଳ ବ୍ୟକ୍ତିତ୍ୱକୁ ରଖି କୁହନ୍ତୁ ବୋଲି ସେ କହିଛନ୍ତି ।" 


ଏହା ସହ ବିଧାନସଭାରେ ବାଚସ୍ପତିଙ୍କୁ ଡାଲି ଓ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧା ଆକ୍ରାନ୍ତ କରିଛି । ତେବେ କାହିଁକି? ଡାଲି ଦେଖିଲେ କାହିଁକି ଭୟଭୀତ ହେଉଛନ୍ତି ବାଚସ୍ପତି, ତାହା ଜଣାପଡ଼ୁନି। ୨୦୧୧ ମସିହାରେ ଏହି ଡାଲି ପାଇଁ ତାଙ୍କ ମନ୍ତ୍ରିତ୍ୱ ଚାଲି ଯାଇଥିଲା । ସେତେବେଳେ ଡାଲି କିଣାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ଆଜି ସେ ବିଚଳିତ କାହିଁକି ବୋଲି ପଚାରିଛନ୍ତି ବସନ୍ତ । ବାଚସ୍ପତି ନିରପେକ୍ଷ ହେବ କଥା । କିନ୍ତୁ ସେ ପକ୍ଷପାତୀ ହୋଇଥିବା ଆଜି ଚର୍ଚ୍ଚା ହେଉଥିବା ସେ କହିଛନ୍ତି ।