Odisha Cabinet Minister Reshuffle: ରବିବାର ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବେ। ଦିନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଗଣେଶୀ ଲାଲ, ନୂଆ ମନ୍ତ୍ରୀଙ୍କୁ ଲୋକସେବା ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ନବୀନଙ୍କ ନୂଆ ଟିମରେ ପାଞ୍ଚ ଜଣ ମହିଳା ସମେତ ୧୩ କ୍ୟାବିନେଟ ଓ ୮ ରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇପାରେ। ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି କରାଯାଉଥିବା ବେଳେ କିଛି ପୁରୁଣା ମନ୍ତ୍ରୀଙ୍କ ପଦନ୍ନୋତି ହେବ ବୋଲି ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଓଡିଶାର ସମସ୍ତ ମନ୍ତ୍ରୀ ନିଜ ପଦରୁ ଏକକଳୀନ ସ୍ୱେଚ୍ଛାକୃତ ଇସ୍ତଫା ଦେଇଛନ୍ତି। ଏହା ଓଡିଶା ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ନବୀନ ପଟ୍ଟନାୟକଙ୍କ ନୂଆ କ୍ୟବିନେଟରେ ୧୨ ଜଣ ପୁରୁଣା ମନ୍ତ୍ରୀଙ୍କୁ ବାଦ ଦିଆଯାଇଛି। ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ମଧ୍ୟ ବଦଳିବେ। ନୂଆ କ୍ୟାବିନେଟରେ ୧୩ କ୍ୟାବିନେଟ ଓ ୮ ରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇପାରେ। ସେଥିରେ ପାଞ୍ଚ ଜଣ ମହିଳାଙ୍କ ସମେତ ୬ ନୂଆ ମୁହଁକୁ ସାମିଲ କରାଯାଇଛି। 


Also Read: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏହି ନେତାମାନେ ହେବେ ମନ୍ତ୍ରୀ! ଦେଖନ୍ତୁ ପୂରା ତାଲିକା


ପୂର୍ବରୁ ୨୦ ମନ୍ତ୍ରୀ ଥିବା ଓଡ଼ିଶା ସରକାରରେ ଏବେ ୨୧ ଜଣ ମନ୍ତ୍ରୀ ରହିବେ। ଏଥର ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦ ବି ସୃଷ୍ଟି ହେବା ନେଇ ଚର୍ଚ୍ଚା ଚାଲିଛି। ରାଜନୀତି଼ରେ ୩୩ ପ୍ରତିଶତ ମହିଳା ଭାଗିଦାରୀ ପାଇଁ ସ୍ୱର ଉଠାଉ ଥିବା ସରକାରରେ ମହିଳାଙ୍କୁ ଉପେକ୍ଷିତ କରାଯାଉଥିବା ଅଭିଯୋଗ ହେଉଛି। ୨୧ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳରେ ମାତ୍ର ୫ ଜଣ ମହିଳାଙ୍କୁ ମନ୍ତ୍ରୀ କରାଯାଉଛି। ସମ୍ଭାବ୍ୟ କ୍ୟାବିନେଟ ତାଲିକାରେ ପ୍ରମିଳା ମଲ୍ଲିକ, ଉଷା ଦେବୀ ଓ ଟୁକୁନି ସାହୁଙ୍କ ନାମ ଥିବା ବେଳେ ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିପାରେ।


୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚିମ ଓଡିଶାବାସୀଙ୍କୁ ଖୁସ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ୬ ଜଣ ମନ୍ତ୍ରୀ ଥିବା ପଞ୍ଚିମ ଓଡିଶାରେ ଏଥର ୭ ଜଣଙ୍କୁ ଦାୟିତ୍ୱ ମିଳିପାରେ। ଏଥିରେ ୨ ଜଣ ବିଧାୟିକା ମଧ୍ୟ ଅଛନ୍ତି। ବୌଦ୍ଧରୁ ପ୍ରଦୀପ ଅମାତ, ନୂଆପଡାରୁ ରାଜେନ୍ଦ୍ର ଢୋଲକିଆ, ସମ୍ବଲପୁରରୁ ରୋହିତ ପୂଜାରୀ, ବରଗଡରୁ ରୀତା ସାହୁ, ବଲାଙ୍ଗିରରୁ ଟୁକୁନି ସାହୁ, ଝାରସୁଗୁଡା ନବ ଦାସ  ଓ ସୁବର୍ଣ୍ଣପୁର ନିରଞ୍ଜନ ପୂଜାରୀ ମନ୍ତ୍ରୀ ପଦ ପାଇ ପାରନ୍ତି। ପୂର୍ବରୁ ଏହି ଅଞ୍ଚଳରୁ ମନ୍ତ୍ରୀ ଥିବା ସୁଶାନ୍ତ ସିଂହ, ଦିବ୍ୟ ଶଙ୍କରମିଶ୍ର ଓ ପଦ୍ମନାଭ ବେହେରାଙ୍କୁ ନୂଆ କ୍ୟାବିନେଟରୁ ବାଦ ଦିଆଯାଇଛି।


Also Read: ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଝଡ଼: ପଦ ଛାଡିଲେ ବାଚସ୍ପତି ଓ ୪ ମନ୍ତ୍ରୀ, ଖୁବଶୀଘ୍ର ଗଠନ


ଅନ୍ୟପଟେ ୩୦ ଜିଲ୍ଲା ବିଶିଷ୍ଟ ରାଜ୍ୟରେ ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଛନ୍ତି। ଏଥିରେ ପଞ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲା ମଧ୍ୟ ରହିଛି। ଭଦ୍ରକ, ଜଗତସିଂହପୁର, ନୟାଗଡ, କନ୍ଦୁଝର, ଅନୁଗୁଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳରୁ ବି କୌଣସି ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ନାହିଁ। ଗଜପତି (କଂଗ୍ରେସ, ବିଜେପି), ଦେଓଗଡ (ବିଜେପି) ସେମିତିରେ ବାଦ ପଡିଛନ୍ତି। ସେହିପରି ୪ଟି ଜିଲ୍ଲାରେ ଏକାଧିକ ମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି।