CM Naveen Patnaik, ଭୁବନେଶ୍ୱର: ପ୍ରତ୍ୟେକ ଦିନ କୌଣସି ନା କୌଣସି ରାଜନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲା ହୋଇଥାଏ। କିଛି ଭିଡିଓକୁ ନେତା ନିଜେ ପ୍ରସ୍ତୁତ କରି ଭାଇରାଲ କରୁଥିବା ବେଳେ ଆଉ କିଛି ଲିକ୍ ହୋଇଯାଇଥାଏ। ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ଭାଇରାଲ ହୋଇଛି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ଦିନରେ ନବୀନ ନିବାସରେ ନେତା-ମନ୍ତ୍ରୀଙ୍କ ଭିଡ ଜମିଥାଏ, ଏକଥା ତ ସମସ୍ତେ ଜାଣନ୍ତି। କିନ୍ତୁ ରାତିରେ କ'ଣ ହୁଏ, ତାହା ଜାଣିବାକୁ ଲୋକେ ଉତ୍ସାତ ହୋଇଥାନ୍ତି। ତେବେ ପୂର୍ବରୁ ଅନେକ ଥର ନବୀନ ନିବାସର ଭିତର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ଏବେ ଆଉ ଏକ ନୂଆ ଭିଡିଓ ଭାଇରାଲ ହୋଇଛି। ତେବେ ଏଥର ନବୀନ ନିବାସର ରାତିର ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଦିନ ସାରା ବ୍ୟସ୍ତ ରହିବା ପରେ କଣ କରନ୍ତି, ତାହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏହି ଭିଡିଓ ଲିକ୍ ହୋଇନାହିଁ ବରଂ ରିଲ ବା ହ୍ୱାଟସଅପ୍ ଷ୍ଟେଟସ ପାଇଁ ତିଆରି କରାଯାଇଥିବା ନେଇ ଚର୍ଚ୍ଚା ହେଉଛି।


Also Read: Mulayam Singh Passes away: ଆଉ ନାହାନ୍ତି 'ନେତାଜୀ', ଅନାଥ ହୋଇଗଲା ସମାଜବାଦୀ ପାର୍ଟି


ମୁଖ୍ୟମନ୍ତ୍ରୀଙ୍କ ଭାଇରାଲ ଭିଡିଓଟିକୁ ଖୁବ ଚମତ୍କାର ଭାବେ ଏଡିଟିଂ କରାଯାଇଛି। ୨୯ ସକେଣ୍ଡର ଏହି ଭିଡିଓଟି ଶୀଥିଳତାରୁ ଆରମ୍ଭ ହୋଇ ସ୍ୱଚ୍ଛାତାରେ ଶେଷ ହୋଇଛି। କାରଣ ଭିଡିଓ ଆରମ୍ଭରେ ଆକାଶରେ ଉଇଁ ଆସୁଥିବା ଚନ୍ଦ୍ରକୁ ଦେଖାଯାଇଛି। ଏହାପରେ କ୍ୟାମେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫକୋସ କରୁଛି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ତଥା ୫ଟି ସଚିବ ଭିକେପାଣ୍ଡିଆନ ଅଛନ୍ତି। ଉଭୟେ ଏକ ସ୍ମୀତ ହସ ଦେଇ ନବୀନ ନିବାସର ବାହାରେ ଚାଲୁଛନ୍ତି। ପ୍ରଚ୍ଛଦପଟ୍ଟରେ ଏକ ଭକ୍ତିଭାବଭରା ଟ୍ୟୁନ ବାଜୁଛି। ଆଉ ମୁଖ୍ୟମନ୍ତ୍ରୀ ଏବଂ ସଚିବ ଧୀରେ ଧୀରେ ପାଦ ଚାପି ଆଗକୁ ବଢୁଛନ୍ତି। ଏହି ସଟ୍ ମୁଖ୍ୟମନ୍ତ୍ରୀଙ୍କ ବାମ ପାର୍ଶ୍ୱରୁ ସୁଟିଂ କରାଯାଇଛି। 



ତେବେ ସେମାନେ ଟିକେ ଆଗକୁ ଗଲା ପରେ ଉଭୟଙ୍କୁ ବ୍ୟାକ୍ ଆଙ୍ଗେଲରେ ଦେଖିବାକୁ ମିଳିଛି। କିନ୍ତୁ ଏଥର ମୁଖ୍ୟମନ୍ତ୍ରୀଙ୍କ ଡାହାଣରୁ ବାମ ଆଡେ ସଚିବ ଚାଲୁଛନ୍ତି। ଆଉ ସେମାନଙ୍କ ସାମନାରେ ଏକ କାର ଠିଆ ହୋଇଛି। ତାପରେ ହଠାତ ଜହ୍ନକୁ ଦେଖିବାକୁ ମିଳୁଛି, ଯାହା ଧୀରେ ଧୀରେ ଉପରକୁ ଉଠି ଅନ୍ଧାରରେ ହଜି ଯାଉଛି। ଭିଡିଓରେ ମୁଖ୍ୟମନ୍ତ୍ରୀ ସୁଭ୍ର, ସ୍ୱଚ୍ଛ ଧଳା ଟି-ସାର୍ଟ ସହ ଧଳା ପାଇଜାମା ମଧ୍ୟ ପିନ୍ଧିଛନ୍ତି। ସେହିପରି ୫ଟି ସଟିବ ଧଳା ରଙ୍ଗର ପୋଲୋ ଟି-ସାର୍ଟ ସହ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି। ଉଭୟେ ପାଦରେ ଚପଲ ପିନ୍ଧିଥିବା ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ଯେପରି ସବୁବେଳେ ସସ୍ପେନ୍ସ ରଖାଯାଇଥାଏ ସେହିପରି ଭିଡିଓକୁ ମଧ୍ୟ ସମ୍ପୂର୍ଣ୍ଣ ସସ୍ପେନ୍ସ ରଖାଯାଇଛି। ଶେଷ ଦୃଶ୍ୟକୁ ଦେଖିଲେ ଲାଗୁଛି ଯେପରି ମୁଖ୍ୟମନ୍ତ୍ରୀ ନବୀନ ଓ ତାଙ୍କ ସଚିବ କୁଆଡେ ଯିବା ପାଇଁ ବାହାରିଛନ୍ତି ବା କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ବାହାରି ଟିକେ ହାଲକା ମୁଡ ବନାଉଛନ୍ତି। 


Also Read: Lady Blackmailer: ଗୋଟିଏ ରାତି ପାଇଁ କେତେ ନେଉଥିଲେ ଅର୍ଚ୍ଚନା?


ଏହି ଭିଡିଓ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଜିମ କରୁଥିବା, ଟିଭିରେ ଖେଳ ଦେଖି ଉତ୍ସାହିତ ହେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ନିକଟରେ ତାଙ୍କର ଏକ ଫଟୋ ଖୁବ ଭାଇରାଲ ହୋଇଥିଲା। ଖୋଖୋ ବଦଳରେ ରାଜ୍ୟର ବନ୍ୟା ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ଖୁସି ହେଉଥିବା ଫଟୋରେ ଦାବି କରାଯାଇଥିଲା। କିନ୍ତୁ ତାହା ମିଛ ବୋଲି ପ୍ରମାଣିତ ହୋଇଥିଲା। କାରଣ ଯେଉଁ ଫଟୋ ଭାଇରାଲ ହେଉଥିଲା ସେଥିରେ ମୁଖ୍ୟମନ୍ତ୍ରୀ ଖୋଖୋ ଟୁର୍ଣ୍ଣାମେଣ୍ଟ ଦେଖୁଥିଲେ। କିନ୍ତୁ ଦୁର୍ବୃତମାନେ ତାକୁ ଏଡିଟ୍ କରି ଟିଭିର ସ୍କ୍ରିନରେ ବନ୍ୟା ଦୃଶ୍ୟ ଯୋଡି ଦେଇଥିଲେ।