Odisha Election 2024:  ପୁରୀର ଏକ ହୋଟେଲର ରାଜ୍ୟ କଂଗ୍ରେସର ଗୁପ୍ତ ବୈଠକ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଗୁପ୍ତ ବୈଠକରେ ସମସ୍ତ ଜିଲ୍ଲାର ଲୋକସଭା ଓ ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଯୋଗଦେଇଥିଲେ। ରାଜ୍ୟ କଂଗ୍ରେସ ତରଫରୁ ଉନ୍ମୋଚିତ ହୋଇଥିବା ପ୍ରଗମନ୍ ଆପ୍ ରେ ଆଶାୟୀ ପ୍ରାର୍ଥୀ ମାନଙ୍କ ରିପୋର୍ଟ ଉପରେ ବୈଠକରେ ବିଶେଷ ଆଲୋଚନା ହୋଇଥିବା ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

ତେବେ ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ସହ ଦୁଇଟି ଆସନ ପାଇଁ ଦଳ ମହିଳା ଓ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ପିସିସି ସଭାପତି ପ୍ରବଳ ବର୍ଷିଥିବା ବେଳେ ଚଳିତ ନିର୍ଵାଚନରେ ଲଢେଇ ଜୋରଦାର ହେବ ବୋଲି ପିସିସି ସଭାପତି କହିଛନ୍ତି। ତେଵେ ଶାସନକୁ ଆସିଲେ କଂଗ୍ରେସ 5ଲକ୍ଷ ଯୁବକଯୁବତୀଙ୍କୁ ଚାକିରୀ ଯୋଗାଇବା ସହ ଚାଷୀ ରୁଣ ଛାଡ,ଧାନ କୁଇଣ୍ଟାଲ ୩୦୦୦ ଟଙ୍କା,  ପ୍ରତ୍ୟକ ଘରର ଜଣେ ମହିଳାଙ୍କୁ ମାସକୁ ୨୦୦୦ ଟଙ୍କା ପ୍ରଦାନ, ୨୦୦ ୟୁନିଟ୍ ବିଜୁଳି ଫ୍ରି,ଗ୍ୟାସ ସିଲିଣ୍ଡର ପିଛା ୫୦୦ ଟଙ୍କା, ଏସଜସଜି ମହିଳାଙ୍କୁ ରୁଣ ଛାଡ କରାଯିବ ବୋଲି ପିସିସି ସଭାପତି କହିଛନ୍ତି।


ଓବିସି ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଓ ଚାକିରୀ କ୍ଷେତ୍ରରେ ୨୭ ପ୍ରତିଶତ କୋଟା ପ୍ରଦାନ କରାଯିବ ବୋଲି ମଧ୍ୟ ପିସିସି ସଭାପତି କହିଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ମୁଦ୍ଦା କରି କଂଗ୍ରେସ ଲୋକଙ୍କ ପାଖକୁ ଯାଇ ନିର୍ବାଚନ ବୈତରଣୀ ପାର କରିବ । ସେପଟେ ଯେଉଁମାନେ ଆଶାୟୀ ପାର୍ଥି ସେମାନ ପ୍ରଚାର ପାଇଁ ଦେବେ ୫୦ ହଜାର। ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ । ଚୁଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନାଁରେ ୫୦ ହଜାର ଟଙ୍କା ଲେଖାଏଁର ଚେକ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 


ଆଉ ଏହା ପ୍ରତି ବଦଳରେ ଦଳ ପକ୍ଷରୁ ପ୍ରଚାରରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ପ୍ରଚାର ପାଇଁ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି ।ଦଳ ପକ୍ଷରୁ ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଚୁଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଚିଠି ଲେଖିଥିବା ଦେଖିବାକୁ ମିଳିଛି । ଗତକାଲି ଠୁ ପୁରୀରେ କଂଗ୍ରେସର ପ୍ରାର୍ଥୀ ଚୟନ ଏବଂ ରଣନିତି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା କୁହାଯାଉଛି । କଂଗ୍ରେସ ୨୫ ବର୍ଷ ହେଲା ରାଜ୍ୟରେ ଏବଂ ୧୦ ବର୍ଷ ହେଲା ଦେଶରେ ସରକାରରେ ନଥିବାରୁ ଦଳ ପାଖରେ ପାଣ୍ଠିର ଅଭାବ ରହିଛି ବୋଲି ପିସିସି ସଭାପତି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି।