Odisha Election 2024: 'ବିଜେଡି ଜିତିବ ୨୪ ବିଧାନ ସଭା ଆସନ', ଲୋକସଭା କଥା କହିଲେନି
Advertisement
Article Detail0/zeeodisha/odisha2247768

Odisha Election 2024: 'ବିଜେଡି ଜିତିବ ୨୪ ବିଧାନ ସଭା ଆସନ', ଲୋକସଭା କଥା କହିଲେନି

Odisha Election 2024: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ବିଜେଡି କ୍ଲିନ୍‍ ସ୍ୱିପ୍‍ କରିବ ବୋଲି କହିଛନ୍ତି ଦଳର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କାର୍ତ୍ତିକେୟ ପାଣ୍ଡିଆନ୍‍। ଏହି ପର୍ଯ୍ୟାୟରେ ହୋଇଥିବା ୨୮ ବିଧାନସଭା ଆସନରୁ ଦଳ ସର୍ବନିମ୍ନ  ୨୪ଟିରେ ଜିତିବ ବୋଲି କହିଛନ୍ତି। 

Odisha Election 2024: 'ବିଜେଡି ଜିତିବ ୨୪ ବିଧାନ ସଭା ଆସନ', ଲୋକସଭା କଥା କହିଲେନି

Odisha Election 2024: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ବିଜେଡି କ୍ଲିନ୍‍ ସ୍ୱିପ୍‍ କରିବ ବୋଲି କହିଛନ୍ତି ଦଳର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କାର୍ତ୍ତିକେୟ ପାଣ୍ଡିଆନ୍‍। ଏହି ପର୍ଯ୍ୟାୟରେ ହୋଇଥିବା ୨୮ ବିଧାନସଭା ଆସନରୁ ଦଳ ସର୍ବନିମ୍ନ  ୨୪ଟିରେ ଜିତିବ ବୋଲି କହିଛନ୍ତି। ଦୁଇଟିରେ କଂଗ୍ରେସ ସହ ଏବଂ ଗୋଟିଏ ବିଧାନସଭା ଆସନରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ୍‍। ଅପରପକ୍ଷେ ଲୋକସଭା ଆସନ ସମ୍ପର୍କରେ କହିବା କଷ୍ଟକର ବୋଲି ସେ କହିଛନ୍ତି। 
ଆଜି ସମ୍ବାଦ ସରବରାହ ସଂସ୍ଥା ଏଏନ୍‍ଆଇକୁ ଶ୍ରୀ ପାଣ୍ଡିଆନ୍‍ ଏହା କହିଛନ୍ତି। ଲୋକମାନେ ଯେଉଁଭଳି ଭାବେ ଖରାରେ ବାହାରକୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି, ରାସ୍ତା କଡ଼ରେ ଠିଆ ହେଉଛନ୍ତି ତାହା ତାଙ୍କ ଆତ୍ମ ବିଶ୍ୱାସ ବଢ଼ାଉଛି ବୋଲି କହିଛନ୍ତି ପାଣ୍ଡିଆନ।ପାଣ୍ଡିଆନ୍‍ କହିଛନ୍ତି ଖାଲି ପ୍ରଥମ ପର୍ଯ୍ୟାୟ ନୁହେଁ ସମସ୍ତ ନିର୍ବାଚନରେ ବିଜୁ ଜନତା ଦଳ ଆଶାତୀତ ସଫଳତା ପ୍ରାପ୍ତ କରିବ। 
ଗତ ୨୦୧୯ ନିର୍ବାଚନରେ ଏହି ଆସନଗୁଡ଼ିକ ଭିତରୁ ଦଳ ୨୦ଟି ଆସନ ଜିତିଥିଲା। ଏଥର ତାହା ୨୪କୁ ଛୁଇଁବ। ଶ୍ରୀ ପାଣ୍ଡିଆନ୍‍ ଯେଉଁ ୪ଟି ଆସନରେ ସନ୍ଦହ ରହିଛି ତାହାକୁ ସ୍ପଷ୍ଟ କରି ନାହାନ୍ତି। ପୁଣି ଚାରୋଟି ସନ୍ଦେହପୂର୍ଣ୍ଣ ଆସନରୁ ୩ଟିରେ ପ୍ରତିଦ୍ୱନ୍ଦ୍ୱୀ ଦଳ କଥା କହିଥିବା ବେଳ ଅନ୍ୟଟି ଉହ୍ୟ ରଖିଛନ୍ତି। ଅପରପକ୍ଷେ ଲୋକସଭା ନିର୍ବାଚନ ମଣ୍ଡଳୀ ବିଷୟରେ  ପ୍ରଶ୍ନକୁ ଏଡ଼ାଇ ଯିବା ପଛରେ ତାଙ୍କର ଲୋ