Modi Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଆଜି ରାତି ସାଢେ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ।  ରାତିରେ ରାଜଭବନରେ ରହିବେ।  ଆସନ୍ତାକାଲି  ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାକୁ ସମ୍ବୋଧିତ କରିବେ ।  ଆସନ୍ତାକାଲି ସକାଳ ୧୦ଟାରେ ବ୍ରହ୍ମପୁର ନିକଟସ୍ତ କନିଷି ଛକ ଓ ମଧ୍ୟାହ୍ନ ୧୨ଟା ୩୦ରେ ନବରଙ୍ଗପୁରର ଚିକିଲି ଛକରେ ବିଜୟ ସଂକଳ୍ପ ସମାବେଶକୁ  ସମ୍ବୋଧିତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଆସନ୍ତା ୧୦ ତାରିଖରେ ପୁଣି ଭୁବନେଶ୍ବର ଆସିବେ।  ୧୦ ଓ ୧୧ ରେ ତାଙ୍କର ଓଡି଼ଶାରେ କାର୍ଯ୍ୟକ୍ରମ ରହିଛି।  ୧୦ ତାରିଖରେ ସେ ଭୁବନେଶ୍ବରରେ ରୋଡ଼ ସୋ କରିବେ। ୧୧ରେ ବଲାଙ୍ଗୀରରେ ସାଧାରଣ ସଭା କରିବେ। 


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିମାନ ବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଚଣ୍ତିଖୋଲ ସଭାରେ ଯୋଗ ଦେଇଥିଲେ। ସେପଟେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି।  ଆଜି ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଅପରାହ୍ନ ୩.୩୦ରେ ଶ୍ରୀ ନଡ୍ଡା “ବିଜେପି ସଂକଳ୍ପ ପତ୍ର”କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ନଡ୍ଡା ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।