Odisha Election 2024: ଦିନ କେଇଟା ପରେ ସାଧାରଣ ନିର୍ବାଚନ।  ଏନେଇ ଜନତାଙ୍କୁ ଭୋଟ ମାଗିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିବେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ପ୍ରତ୍ୟକ୍ଷ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଗଂଜାମରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଓ ଶେରଗଡ଼ରେ ୨ଟି ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ALSO READ: ଓଡ଼ିଶା ରାଜନୀତିରେ ‘ଲୁଙ୍ଗି ଡ୍ୟାନ୍ସ’: ଧର୍ମେନ୍ଦ୍ରଙ୍କୁ ଜବାବ ଦେବାକୁ ବିଜେଡି ପ୍ରଚାର କଲା ନୂଆ ଲୁକ୍‍


ଆଜି ସକାଳ ସାଢ଼େ ୧୦ଟାରେ ହିଞ୍ଜିଳିରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବ।  ଏହାପରେ ସାଢ଼େ ୧୧ଟାରେ ଶେରଗଡ଼ରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।  ଏହାପରେ ମୁଖ୍ୟମନ୍ତ୍ରୀ ୧୨ଟା ୧୫ରେ ଅସ୍ଥାୟୀ ହେଲ‌ପ୍ୟାଡକୁ ଫେରି ଆସିବେ। ଏବଂ ସେଠାରୁ ବାହାରି ଅପରାହ୍ନ ଗୋଟାଏରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ।  ଏବଂ ସେଠାରୁ ସିଧାସଳଖ ନବୀନ ନିବାସ ଯିବେ। ନବୀନଙ୍କ ସହିତ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭ‌ି.କେ ପାଣ୍ଡିଆନ ଉପସ୍ଥିତ ରହିବେ। 


ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ହିଞ୍ଜିଳି ନିର୍ବାଚନ ମଣ୍ତଳୀର ନେତା ଓ କର୍ମୀ।  ସୂଚନା ଯୋଗ୍ୟ , ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ଲଗାତର ୫ ଥର ଜିତିଛନ୍ତି।  ଚଳିତ ଥର ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ନବୀନ। ନିର୍ବାଚନ ପ୍ରଚାର ପାଇଁ କଣ ରହିବ ମୂଳ ମନ୍ତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ତାହା ସ୍ପଷ୍ଟ ହେବ। ଏହା ସହ ବିଜେଡି ନେତା ଭିକେ ପାଣ୍ତିଆନ୍ ମଧ୍ୟ ଆଜି ପ୍ରଥମ କରି ନିର୍ବାଚନୀ ସଭାରେ ନିଜ ଭାଷଣ ରଖିବେ। ନିକଟରେ ମୁଖ୍ୟମନ୍ତ୍ରୀ ଓ ପାଣ୍ତିଆନଙ୍କ ଭିଡିଓ ଭାଇରାଲ୍ ହୋଇଥିଲା। ଭାଇରାଲ୍ ହୋଇଥିବା ଏହି ଭିଡି଼ଓରେ ଦେଖିବାକୁ ମିଳିଥିଲା ଯେ, ଉଭୟ ଡବଲ ଶଙ୍ଖ ଧରି ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଭୋଟରଙ୍କୁ ଅପିଲ୍ କରିଥିଲେ।