Amit Shah: ଆଗକୁ ଆସୁଛି ନିର୍ବାଚନ। ଏନେଇ ଜନତାଙ୍କ ମନ ଜିତିବା ପାଇଁ କେନ୍ଦ୍ରମନ୍ତ୍ରୀ ମାନେ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଆଜି ସୋନପୁର ଗସ୍ତରେ ଆସୁଛନ୍ତି। ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ସଭାରେ ସେ ଉଦବୋଧନ ଦେବେ। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡି଼ଶାର ୫ଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ।  ଏଥର ମଧ୍ୟ ଦଳ ପଶ୍ଚିମ ଓଡି଼ଶାକୁ ଫୋକସ୍ ରେ ରଖିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Sofia Firdous: ମୋକିମ୍‍ଙ୍କ ଝିଅ ହେବେ କଟକ ବିଧାୟକ ପ୍ରାର୍ଥୀ!


ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ସଭାରେ ଅମିତ୍ ଶାହା ଡବଲ୍ ଇଞ୍ଜିନ୍ ସରକାର ସହ କେନ୍ଦ୍ରର ମୋଦି ସରକାରଙ୍କ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଅଭିଭାଷଣ ରଖିବେ। ୨୦୧୯ ସାଧାରଣ ନିର୍ବାଚନରେ ସୋନପୁର ରାମେଶ୍ବର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରଚାର କରିଥିଲେ। ଏହାର ପ୍ରଭାବରେ ବଲାଙ୍ଗୀର ଲୋକସଭା ଆସନର ବିଜେପି ଦଳ ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବିଜୟୀ ହୋଇଥିଲେ। 


ସୋନପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଓ ବୀରମହାରାଜ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କମ୍ ବ୍ୟବଧାନରେ ପରାଜିତ ହୋଇଥିଲେ। ଶାହଙ୍କ ଗସ୍ତ ଜିଲ୍ଲା ବିଜେପିକୁ କେତେ ଫାଇଦା ଦେବ ତାହା ନିର୍ବାଚନର ଫଳାଫଳ ହିଁ କହିବ। ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ଜାତିୟ ସଭାପତି ଜେପି ନଡ୍ଡା ମଧ୍ୟ ଓଡି଼ଶା ଆସିବାର କାର୍ଯ୍ୟକ୍ରମ ରହିଛି।