Odisha Election 2024: ନିର୍ବାଚନକୁ ନେଇ ରାଜ୍ୟ ରାଜନିତୀର ପାରା ବର୍ତ୍ତମାନ ଶିଖରରେ ରହିଛି। ରାଜ୍ୟରେ ବୋରଧୀ ଓ ଶାସକ ଦଳ ଭୋଟ ହାତେଇବା ପାଇଁ ନଜର ସମସ୍ତ ଜୋର ଲଗାଉଛନ୍ତୁୃି। ଏହି କ୍ରମରେ ଭିକେ ପାଣ୍ଡିଆନ ମଧ୍ୟ ନୂଆପଡ଼ାରେ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି। ସେ ଏଠାରେ ବିରୋଧିଙ୍କୁ କିଛି ପ୍ରଶ୍ନ ପଚାରି ଏହାର ଉତ୍ତର ମଧ୍ୟ ନିଜେ ରଖିଛନ୍ତି।


COMMERCIAL BREAK
SCROLL TO CONTINUE READING

୧. ନୂଆପଡ଼ାର ଏମପି ଆପଣଙ୍କ ପାଇଁ କ’ଣ କରିଛନ୍ତି ?
ଦୁଇ ରାଜ୍ୟକୁ ଯୋଡ଼ୁଥିବା ଜାତୀୟ ରାଜପଥ ହାଲ ଖରାପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଏକ୍ସପ୍ରେସୱେ କରିଛନ୍ତି । ଏହାର ସବୁଠାରୁ ଅଧିକ ଲାଭ କେଉଁ ଜିଲ୍ଲା ପାଇଛି । ମୁଖ୍ୟମନ୍ତ୍ରୀ ନୂଆପଡ଼ାକୁ ଭଲ ପାଆନ୍ତି । କଟକ, ଭୁବନେଶ୍ୱରକୁ ଛାଡ଼ି ରାଜ୍ୟରେ କେଉଁଠାରେ ସବୁଠାରୁ ବଡ଼ ହସ୍ପିଟାଲ ଅଛି? ଯେଉଁ ସାଂସଦଙ୍କୁ ଆପଣ ସଂସଦକୁ ପଠାଇଥିଲେ, ସେ କ’ଣ କରିଛନ୍ତି ? ନୂଆପଡ଼ା ଜିଲ୍ଲାରେ ମୋବାଇଲ କନେକ୍ଟିଭିଟି ଅଛି କି ? ଏସବୁ ସାଂସଦଙ୍କ କାମ ଥିଲା । ସେ କିଛି ନକରି ଆପଣଙ୍କ ଆର୍ଶିବାଦକୁ ଅପମାନ କରିଛନ୍ତି । ଆପଣଙ୍କୁ ମୋର ଅନୁରୋଧ ହେଲା ଏଥର ଆପଣ ଶଂଖ ଚିହ୍ନକୁ ଆର୍ଶିବାଦ କରିବେ । 


୨. ବଡ଼ବଡ଼ ଭାଷଣ ଦେଇଥିବା ନେତା କ’ଣ କରିଛନ୍ତି ?
୨୦୧୯ ନିର୍ବାଚନ ବେଳେ କେଉଁ ଦଳର ବଡ଼ନେତା ସବୁ ଏଠାକୁ ଆସିଥିଲେ ସେମାମନେ ଆପଣଙ୍କ କଥା ବୁଝିଲେ କି ? ମୁଖ୍ୟମନ୍ତ୍ରୀ କିନ୍ତୁ ଆପଣଙ୍କ କଥା ସବୁବେଳେ ବୁଝିଛନ୍ତି । ଗତବର୍ଷ ମେ ମାସରେ ଆସିଥିବା ବେଳେ ଆପଣମାନେ ଯେଉଁ ସମସ୍ୟା କଥା କହିଥିଲେ ,ସବୁ ଉପରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ଏପର୍ଯ୍ୟନ୍ତ ନୂଆପଡ଼ାକୁ ଆମ ମୁଖ୍ୟମନ୍ତ୍ରୀ ୧୩୧ କୋଟି ଟଙ୍କା ଦେଇଛନ୍ତି । ମନ୍ଦିରର ବିକାଶ ଦିଗରେ ମଧ୍ୟ ମୁଖ୍ୟମନ୍ତ୍ରୀ କାମ କରିଛନ୍ତି । ନୂଆପଡାରେ ଷ୍ଟାଡିୟମ ଉପରେ କାମ ହୋଇଛି  ।


୩. ପାଣ୍ଡିଆନଙ୍କର ଭୋଟରଙ୍କୁ ପ୍ରଶ୍ନ
ବିଏସକେୱାଇ ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ? ଖରା ହେଉ କି ବର୍ଷା ହେଉ । କିନ୍ତୁ ଆପଣ ମାନେ ବହୁତ ସଂଖ୍ୟାରେ ଆସି ୯୦ ପ୍ରତିଶତ ଭୋଟ ଦେବେ । ବିଜୁ ପରିବାରର ସବୁ ସଦସ୍ୟଙ୍କୁ ମୋର ଅନୁରୋଧ ..୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶିବାଦ କରିବେ ।


୪. ଯଦି ଛତିଶଗଡ଼ରେ ଡବଲ ଇଂଜିନ ସରକାର ଭଲ କରୁଥିଲା ତେବେ ଗୋଟିଏ ଇଂଜିନ କାହିଁକି ବଦଳିଥିଲା ?
ଛତିଶଗଡ଼ରେ ଡବଲ ଇଂଜିନ ସରକାର ଥିଲା । ଯଦି ଡବଲ ଇଂଜିନ ଭଲ ଚାଲୁଥିଲା ତେବେ ସରକାର ବଦଳିଲା କାହିଁକି ? ଓଡ଼ିଶାରେ ୨୪ ବର୍ଷ ହେଲା ନବୀନଙ୍କ ସରକାର ଚାଲିଛି । ଆଗକୁ ବି ଚାଲିବ । ଓଡ଼ିଶାରେ ଗୋଟିଏ ଇଂଜିନ ସରକାର ଆହୁରି ଚାଲିବ ।