ଭୁବନେଶ୍ୱର: ଓଡ଼ିଶାରେ ଭୋଟ୍‍ ଦାନ ଲାଗି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ। ୪ଟି ପର୍ଯ୍ୟାୟରେ ରାଜ୍ୟରେ ଉଭୟ ବିଧାନସଭା ଏବଂ ଲୋକସଭା ଲାଗି ଲାଗି ମତଦାନ ଗ୍ରହଣ କରାଯିବ ବୋଲି କମିଶନ ପ୍ରେସ୍‍ ସୂଚନା ଦେଇଛନ୍ତି। ଘୋଷଣା ଅନୁସାରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ ଦିନ ଉଭୟ ସଂସଦୀୟ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆସୁଥିବା ସମସ୍ତ ବିଧାନସଭା ପାଇଁ ଏକ ସଙ୍ଗେ ଭୋଟଗ୍ରହଣ ହେବ। ଜୁନ୍‌ ୪ ମଙ୍ଗଳବାର ଦିନ ସାରା ଦେଶରେ ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ।


COMMERCIAL BREAK
SCROLL TO CONTINUE READING

ମେ’ ୧୩ରେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ସେହିପରି  ମେ’ ୨୦ରେ ୩୫ଟି ବିଧାନସଭା ଆସନ, ମେ’ ୨୫ରେ ୪୨ଟି ବିଧାନସଭା ଆସନ ଓ ଜୁନ୍‌ ୧ରେ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। 






ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଜିଲ୍ଲାରେ ମତଦାନ ହେବ।  ଏହା ମେ’ ୧୩ ତାରିଖରେ ଅନୁଷ୍ଠିତ ହେବ। ଏହାର ୭ ଦିନ ପରେ ଅର୍ଥାତ୍‍ ମେ’ ୨୦ରେ- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକାରେ ଭୋଟ୍‍ ଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟ ଅର୍ଥାତ୍‍ ମେ’ ୨୫ରେ- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଏବଂ ଜୁନ୍‌ ୧ ଶେଷ ପର୍ଯ୍ୟାୟରେ- ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍‍ଗ୍ରହଣ କରାଯିବ।