Odisha Election news : ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ବକେୟା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ ଜଣ ଲୋକସଭା ପ୍ରାର୍ଥୀ ଏବଂ ୭୨ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ଦଳର ସଭାପତି ନବୀନ ପଟ୍ଟନାୟକ। ପରବର୍ତ୍ତୀ ସମୟରେ ଆଉ ୬ ଲୋକସଭା ପ୍ରାର୍ଥୀ ତାଲିକା ଦଳ ଘୋଷଣା କରିଥିଲା। ଆଜି ୭୫ ଲୋକସଭା ଏବଂ ୬ ଲୋକସଭା ପାଇଁ ପ୍ରାର୍ଥୀ  ଘୋଷଣା ହୋଇପାରେ। ଏହାପରେ ବିଜେଡିକୁ ନେତାଙ୍କ ଡିଆଁ କମିବ ବୋଲି ଆଶା କରାଯାଇପାରେ। କିନ୍ତୁ ବିଜେପି ପକ୍ଷରୁ ବକେୟା ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ଯାଏ ଦଳ ଡିଆଁ ଲାଗି ରହିପାରେ। 


COMMERCIAL BREAK
SCROLL TO CONTINUE READING

ଆଜି ବିଜେଡି କାର୍ଯ୍ୟାଳୟ ଶଂଖ ଭବନଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଦିନସାରା ଏଥିପାଇଁ ପୃଥକ ପୃଥକ  ସମୟ ନିର୍ଘଣ୍ଟ କରାଯାଇଛି।  ୩ଜଣ ବରିଷ୍ଠ ନେତା ଏହି ମିଶ୍ରଣ ପର୍ବରେ ଯୋଗ ଦେଇପାରନ୍ତି ଯେଉଁମାନେ ପ୍ରାର୍ଥୀ ହୋଇପାରନ୍ତି। ଏହି ତିନି ନେତାଙ୍କ ଭିତରୁ ଦୁଇଜଣ ବିଜେପି ନେତା ହୋଇଥିବା ବେଳେ ଜଣେ କଂଗ୍ରେସ ଦଳରୁ ସଦ୍ୟ ଇସ୍ତଫା ହେଉଛି। 


ଯେଉଁ ତିନିଜଣଙ୍କ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ସେମାନେ ହେଲେ,  ପୂର୍ବତନ ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଏବଂ ବିଜେପି ନେତା ଭୃଗୁ ବକ୍ସିପାତ୍ର। 


ମାର୍ଚ୍ଚ ୨୯ ତାରିଖରେ ପ୍ରକାଶ ବେହେରା ଦଳରୁ ଇସ୍ତଫା ଦେଇ ରାଜନୀତିକ ହଟଚମଟ ସୃଷ୍ଟି କରିଥିଲେ। ସେ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ କଂଗ୍ରେସର ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୨୦୨୪ରେ ସେ ବିଜେଡିରେ ଯୋଗ ଦେଇ ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ଠିକ୍‍ ସେହିପରି ଗତକାଲି ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସରୁ ଆଗୁଆ ମନ୍ତ୍ରୀ ଥିଲେ। କିନ୍ତୁ ନବୀନଙ୍କ ଶାସନରେ ବାରମ୍ବାର ନିର୍ବାଚନ ଲଢ଼ି ପରାଜିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ବିଜେଡିରେ ଯୋଗ ଦେଇ ଏଥର ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି
---------------------------