Odisha Elections 2024: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି।  ଆଜି ପୂର୍ବାହ୍ନ ୧୧ ଟାରେ ଭୁବନେଶ୍ବରରେ ପହଞ୍ଚି ସିଧା ସଳଖ ବାଲଙ୍ଗୀର ଯିବେ। ସେଠାରେ ନିର୍ବାଚନୀ ସଭା ଓ ବାଇକ୍ ରାଲିରେ ସାମିଲ୍  ହୋଇ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି। ବଲାଙ୍ଗୀରରେ ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ରାହୁଲ୍ ପ୍ରଚାର ମଇଦାନନକୁ ଓହ୍ଲାଇବେ ବୋଲି ଜଣାପଡିଛି। ସେପଟେ, ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଗଡେ ମଧ୍ୟ  ଆସନ୍ତାକାଲି ଓଡିଶା ଆସିବେ। ଏବଂ ଫୁଲବାଣୀରେ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବେ ବୋଲି ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Odisha Elections 2024: କମ୍ପିବ ପ୍ରଚାର ମଇଦାନ, ଆଜି ଆସୁଛନ୍ତି ଅମିତ ଶାହ ଓ ଜେପି ନଡ୍ଡା


ଆଉ ଏପଟେ, ବିଜେପିର ୨ ବରିଷ୍ଠ ନେତା ଅମିତ ଶାହା ଓ ଜେପି ନଡ୍ଡା ମଧ୍ୟ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି। ତେଣୁ ରାଜ୍ୟରେ ହେଭିୱେଟ୍‌ଙ୍କ ପ୍ରଚାର ଦେଖିବାକୁ ମିଳିବ। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏହା ପୂର୍ବରୁ ରାହୁଲ ଗାନ୍ଧି ଏପ୍ରିଲ ୨୮ରେ ସାଲେପୁର ଆସି କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ସେଠାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେହିପରି ଚଳିତ ମାସ ୩ରେ ମଧ୍ୟ ସେ ରାୟଗଡ଼ା ଆସିବାର ଥିଲା। କିନ୍ତୁ ରାଏବରେଲ ସେଦିନ ରାହୁଲ ନାମାଙ୍କନ ଭରିଥିଲେ। ତେଣୁ ସେ ରାୟଗଡ଼ା ଆସି ପାରିଥିଲେ। କିନ୍ତୁ ରାୟଗଡ଼ାରେ ଆୟୋଜିତ କଂଗ୍ରେସ ସଭାକୁ ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଥିଲେ।