VK Pandian Pressmeet: ଭୁବନେଶ୍ୱର: ସେମାନେ ( ବିଜେପି) ବିରୋଧୀ ଦଳର ଭୂମିକା ନେଲେ ନାହିଁ, ବିକାଶ ବିରୋଧୀ ଭୂମିକା ନେଲେ। ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲାଗି ସମସ୍ତ ଦଳକୁ ନିମନ୍ତ୍ରଣ କରାଗଲା। ମୁଁ ନିଜେ ଓ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କଲେ। କିନ୍ତୁ ସେମାନେ ରାଜନୀତି କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ ଯାହା କରିଛନ୍ତି ତାହା ବାଧିଛି ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍‍। 


COMMERCIAL BREAK
SCROLL TO CONTINUE READING

ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବା ହେଉଛି ଉଦ୍ଦିଷ୍ଟ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।  ସେତେବେଳେ ମୁଖ୍ୟରାସ୍ତା ମେଘନାଦ ପ୍ରାଚୀରକୁ ଲାଗିକରି ଥିଲା। ଫଳରେ ଯେ କେହି ଆତଙ୍କବାଦୀ ଆକ୍ରମଣ କରିପାରିଥାଆନ୍ତା। ଏଣୁ ମୁଖ୍ୟମନ୍ତ୍ରୀ ରାଜନୀତିକ ଆହ୍ୱାନ ନେଲେ। ଏହାଙ୍କ ପୂର୍ବରୁ ବିଜୁ ବାବୁ, ନବୀନ ବାବୁ ରାସ୍ତାକୁ ସମ୍ପ୍ରସାରଣ କରିବାକୁ ଚାହିଁଛନ୍ତି। ସମସ୍ତେ ମାସେ ୧୫ ଦିନରେ ବନ୍ଦ କଲେ। ହେଲେ ମୁଖ୍ୟମନ୍ତ୍ରୀ ତାହା କରିଦେଖାଇଲେ ବୋଲି କହିଛନ୍ତି ପାଣ୍ଡିଆନ୍‍। ମହାପ୍ରଭୁଙ୍କ ଆଶୀର୍ବାଦ, ସେବାୟତ, ଗଜପତି ମହାରାଜା ଏବଂ ପୁରୀ ବାସିନ୍ଦାଙ୍କ ଉଦ୍ୟମକ୍ରମେ ତାହା ହୋଇପାରିଲା। 


ଭୁବନେଶ୍ୱର ସାଂସଦ ଡ୍ରାମା କରିଥିଲେ। ଉଭୟ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀ ଧରା ପଡ଼ିଛନ୍ତି। ଏନ୍‍ଏମ୍‍ଏ, ହାଇକୋର୍ଟ, ସୁପ୍ରିମେକାର୍ଟଙ୍କ ପାଖରେ ନିଜର ନାମୀ ଦାମୀ ଓକିଲଙ୍କୁ ଠିଆ କରିଲେ। କାରଣ ସେମାନେ ଡରୁଥିଲେ ଯେ ମୁଖ୍ୟମନ୍ତ୍ରୀ ଏହା କଲେ ଯୁଗେ ଯୁଗେ ଓଡ଼ିଶାବାସୀଙ୍କୁ ମନେ ରଖିବେ। ଏଣୁ ସେମାନଙ୍କ ରାଜନୀତିକ ସ୍ୱାର୍ଥ ହାସଲ କରିବାକୁ ଏଥିରେ ବାଧା ଆଣିବାକୁ ଚାହିଁଥିଲେ। ସମାନ ସମସ୍ୟା ହୋଇଥିଲା ସମମେଶ୍ୱରୀ ମନ୍ଦିର ରୂପାନ୍ତରଣ କାର୍ଯ୍ୟ। ଏଥିଲାଗି ମୋର ତାଙ୍କ ଉପରେ ରାଗ ଆସୁଛି ବୋଲି କହିଛନ୍ତି ପାଣ୍ଡିଆନ୍‍। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ମୁଁ ସାକ୍ଷୀ ଥିଲି। ଏଇଟା ମୋର ପରିଚୟ ଓ ଆନନ୍ଦର ପ୍ରସଙ୍ଗ। 
ଅନ୍ୟ ସବୁଥିରେ ରାଜନୀତିକ କରନ୍ତୁ କିନ୍ତୁ ମହାପ୍ରଭୁଙ୍କ କାମରେ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। 


ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରକଳ୍ପରେ ସେମାନେ ଏହି ଉଦ୍ୟମ କରି ସାମାନ୍ୟ ସଫଳ ହୋଇଥିଲେ। ଆଜି କିନ୍ତୁ କାମ ଆଗକୁ ମାଡ଼ି ଚାଲିଛି ବୋଲି ସେ କହିଛନ୍ତି।