ଭୁବନେଶ୍ୱର: ରାଜ୍ୟରେ ଗତ ସପ୍ତାହେ ହେବ ପ୍ରତିଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି। ଶନିବାର ରାତିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟମାଟୋ ମାଡ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶନିବାର ରାତି ୯ଟା ୩୯ରେ ମନ୍ତ୍ରୀ ଟ୍ୱିଟ କରି ନିଜେ କୋରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ମୁଁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛି। ବର୍ତ୍ତମାନ ମୁଁ ଏକାନ୍ତବାସରେ ଅଛି। ଗତ ଦୁଇ ଦିନରେ ମୋ ସମ୍ପର୍କରେ ଆସିଛନ୍ତି, ସେମାନେ ଦୟାକରି ନିଜର କୋରୋନା ଟେଷ୍ଟ କରିନିଅନ୍ତୁ।' ଏହି ଟ୍ୱିଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଟ୍ୟାଗ କରିଛନ୍ତି।


Also Read: Odisha Budget: ପୂର୍ଣ୍ଣାଙ୍ଗ ବଜେଟରେ ଶିଳ୍ପ, ଭିତ୍ତିଭୂମି ଓ ରେଳ ପ୍ରକଳ୍ପର ବିକାଶ କ'ଣ ରହିଛି?


ମନ୍ତ୍ରୀ ରୋହିତ ପୂଜାରୀ କୋରୋନା ଆକ୍ରାନ୍ତ ହେବା ଖବର ଜାଣିବା ପରେ ତାଙ୍କ ଶୁଭେଚ୍ଛୁ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ମନବଳ ବଢାଇଛନ୍ତି। ବିଳମ୍ବିତ ରାତିରେ ଅନୁଭବ ଟ୍ୱିଟ କରି କହିଛନ୍ତି, 'ପୂଜନୀୟ ରୋହିତ ପୂଜାରୀ ଭାଇ ଆପଣ ଜଣେ ଯୋଦ୍ଧା। ଆପଣ ଖୁବଶୀଘ୍ର କୋରୋନାକୁ ପରାସ୍ତ କରିବେ। ଜୟ ଜଗନ୍ନାଥ।'



ଅନ୍ୟପଟେ, ଶନିବାର ରାତିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରେ ଟମାଟୋ ମାଡ ହୋଇଛି। ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ପ୍ରଦର୍ଶନ କରାଯାଇଥିଲା। ରାତି ପ୍ରାୟ ୯ଟାରେ ୨୦ରୁ ଊର୍ଦ୍ଧ୍ୱ କର୍ମୀ ଧାରଣାରେ ବସିବା ସହ ଟମାଟୋ ମାଡ କରିଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ କର୍ମୀମାନେ ଦାବି କରିଥିଲେ।


Also Read: ମହାରାଷ୍ଟ୍ର ପରେ ଏବେ ଝାଡ଼ଖଣ୍ଡର ପାଳି? କଂଗ୍ରେସକୁ ଏଠାରେ ମଧ୍ୟ ଲାଗିବ ଝଟକା!


ସୂଚନାଯୋଗ୍ୟ, ଶୁକ୍ରବାର ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ, କୋରାପୁଟ ଗସ୍ତ କରିଥିଲେ। ସେ ଜୟପୁରସ୍ଥିତ ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଲାଟିନମ ଜୁବଲି ସମାରୋହରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋରୋନାର କୌଣସି ପ୍ରଟୋକଲ ପାଳନ କରାଯାଇନଥିଲା। ମନ୍ତ୍ରୀ ବିନା ମାସ୍କରେ ଏକାଧିକ ବିଧାୟକଙ୍କୁ ଭେଟିବା ସହ ଶହଶହ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ ସମୟରେ ସେହି ବିଧାୟକମାନେ ବିଭିନ୍ନ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।