Odisha Budget 2022-23: ପୂର୍ଣ୍ଣାଙ୍ଗ ବଜେଟରେ ଶିଳ୍ପ, ଭିତ୍ତିଭୂମି ଓ ରେଳ ପ୍ରକଳ୍ପର ବିକାଶ କ'ଣ ରହିଛି?
Advertisement
Article Detail0/zeeodisha/odisha1241303

Odisha Budget 2022-23: ପୂର୍ଣ୍ଣାଙ୍ଗ ବଜେଟରେ ଶିଳ୍ପ, ଭିତ୍ତିଭୂମି ଓ ରେଳ ପ୍ରକଳ୍ପର ବିକାଶ କ'ଣ ରହିଛି?

Odisha Budget 2022-23: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିରେ ଶିଳ୍ପ, ଭିତ୍ତିଭୂମି ଓ ରେଳ ପ୍ରକଳ୍ପ ବିଶେଷ ଧ୍ୟାନ ଦିଆଯାଇଛି ।

ସୌ: ସୋସିଆଲ ମିଡିଆ

Odisha Budget 2022-23: ଆଜି ଠାରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Nirajnan Pujari) ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ଶିଳ୍ପ ଓ ଭିତ୍ତିଭୂମିର ବିକାଶ ପାଇଁ କ'ଣ ରହିଛି?

  • ଓଡ଼ିଶା ସରକାର ରାଜ୍ୟରେ ଗମନାଗମନ ଭିତ୍ତିଭୂମିର ବିକାଶ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି । 
  • ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳ ସହିତ ଖଣିଜ ସମ୍ପଦ ସମୃଦ୍ଧ ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ବନ୍ଦରକୁ ସଂଯୋଗ କରୁଥିବା ସଡ଼କ ପଥର ବିକାଶ ପାଇଁ ୧୪ ହଜାର ୪୫୪ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ ଦେଇଛନ୍ତି ।
  • ରାସ୍ତାର ରକ୍ଷାଣାବେକ୍ଷଣ ପାଇଁ  ୨୯୭୦ କୋଟି ଟଙ୍କାର ବିନିଯୋଗ କରାଯିବ ।
  • ୨୦୨୨-୨୩ ଆର୍ଥିକ ବର୍ଷରେ ୬୦ କିମି ଦୈର୍ଘ୍ୟ ବିଶିଷ୍ଟ ୨୦ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ୧୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
  • ଏନେଇ ବିଭିନ୍ନ ସଡ଼କକୁ ସଂଯୋଗ କରିବା ପାଇଁ Connecting Missing Road Link କାର୍ଯ୍ୟକାରୀ ହେବ ।
  • ରାଉରକେଲା, ଜୟପୁର, ଉତକେଲା, ଝାରସୁଗଡା଼ ବିମାନ ବନ୍ଦର ପାଇଁ ଜମି ଅଧିଗ୍ରହଣ ଏବଂ ବିରାଶାଳ ଏୟାରଷ୍ଟ୍ରିପ୍ ନବୀକରଣ ପାଇଁ ୩୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ରାଜ୍ୟରେ ରେଳ ପ୍ରକଳ୍ପର ବିକାଶ ପାଇଁ କ'ଣ ରହିଛି?

  • ରାଜ୍ୟରେ ରେଳ ପ୍ରକଳ୍ପର ବିକାଶ ପାଇଁ ୫୪୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
  • ଓଡି଼ଶା Rail Infrastructure Development Limited, ହରିଦାସପୁର- ପାରଦୀପ Railway Company Limited, ଅନୁଗୁଳ-ସୁକିନ୍ଦା Railway Limited ରେ ଅତିରିକ୍ତ ଅଂଶଧନ ନିବେଶ ବାବଦରେ ୪୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
  • ବ୍ଲକସ୍ତରୀୟ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
  • ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମ କରି ଗମନାଗମନ ବ୍ୟବସ୍ଥା ସୁବିଧା ଜନକ କରିବା Electric Vehicle ଗୁଡ଼ିକୁ ପ୍ରୋତ୍ସାହନ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
  • ବସ୍ କିଣିବା ପାଇଁ OSRTC ରେ ଅଂଶଧନ ନିବେଶ ଲାଗି ୨୦ କୋଟି ଟଙ୍କା ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧୁନିକୀକରଣ ପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ  ହୋଇଛି ।
  • ସଡ଼କ, ସେତୁର ନିର୍ମାଣ ଓ ବିକାଶ ପାଇଁ ୭୦୦ କୋଟି ଟଙ୍କା ଓ ରାଜ୍ୟ ରାଜପଥ ବିକାଶ ପ୍ରକଳ୍ପ ଅଧିନରେ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
  • ପଶ୍ଟିମ ଓଡି଼ଶାର ବିକାଶ ପାଇଁ ବିଜୁ ଏକ୍ସପ୍ରେସ ୱେ ଯୋଜନା ଅଧିନରେ ୩୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
  • ବିଜୁ ସେତୁ ଯୋଜନା ଅଧିନରେ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ଏବଂ ପଞ୍ଚାୟକ ସଡ଼କ ଉପରେ ସେତୁ ପ୍ରକଳ୍ପ ପାଇଁ ୧୬୮୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏନେଇ ୨୦୨୨-୨୩ ଆର୍ଥିକ ବର୍ଷରେ  ୨୮୧ ସେତୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ହୋଇଛି ।
  • ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜାରି ରହିଥିବା ୭୦ ସଡ଼କ ପ୍ରକଳ୍ପ, ୧୦୦ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବ ।
  • ନକ୍ସଲ ପ୍ରଭାବିତ ଜିଲ୍ଲାରେ ୨୦ ନୂତନ ସଡ଼କ ନିର୍ମାଣ ପାଇଁ ୬୭୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
  • ଏହା ଦ୍ୱାରା ରାଜ୍ୟରେ ମୋଟ ୧୧୩୧ କିଲୋମିଟର ଦୈର୍ଘ୍ୟର ସଡ଼କ ପଥ ନିର୍ମାଣ ସମ୍ଭବ ହେବ ।
  • ଗ୍ରାମ୍ୟ ସଡ଼କ ସେତୁ ପ୍ରକଳ୍ପ ଅଧିନରେ ୨୨୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।
  • Transferred Road Improvement Programme (TRIP) ଯୋଜନା ଅଧିନରେ ୩୪୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
  • ରାଜ୍ୟରେ ୪ ହଜାର ଗ୍ରାମୀଣ ରାସ୍ତା ସମ୍ପର୍ଣ୍ଣ କରିବା ପାଇଁ PMGSY ଅଧିନରେ ୧୫୫୦ କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ।
  • ସମ୍ପୂର୍ଣ୍ଣ ହୋଇଥିବା PMGSY ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୪୬୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଏହା ବି ପଢ଼ନ୍ତୁ: ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ; ୨ ଲକ୍ଷ କୋଟି ବ୍ୟୟ ଅଟକଳ, ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କ'ଣ ରହିଛି