MLA passesaway, ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଦୁଃଖର ଖବର ଆସିଛି। ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ହୋଇଛି। ରବିବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୪ ବର୍ଷିୟ ବିଧାୟକ ବରିହାଙ୍କ ଦେହାନ୍ତ ହୋଇଛି। କିଛି ଦିନ ହେବ ଅସୁସ୍ଥ ହୋଇ ସେ ଚିକିତ୍ସିତ ହେଉଥିଲେ। ଗତ ୧୫ ଦିନ ମଧ୍ୟରେ ରାଜ୍ୟର ଦୁଇ ଜଣ ବିଧାୟକ ଚିରଦିନ ପାଇଁ ଆଖିବୁଜିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଧାମନଗର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତର ୧୫ ଦିନ ନ ପୁରୁଣୁ ରାଜ୍ୟର ଆଉ ଜଣେ ବିଧାୟକଙ୍କ ପରଲୋକ ହୋଇଛି। ଦୀର୍ଘ ଦିନରୁ ଅସୁସ୍ଥ ଥିବା ଧାମନଗର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହସ୍ପିଟାଲ ତାଙ୍କ ଧର୍ମପତ୍ନୀ ତିଳୋତ୍ତମା, ପୁଅ ଭୋଜରାଜ ସିଂ ବରିହା, ଦୁଇ ଝିଅ, ଜ୍ୱାଇଁ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ବିଧାୟକଙ୍କ ପରଲୋକ  ଖବର ପ୍ରଚାରିତ ହେବା ପରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


Also Read: ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ


ବିଜୟ ରଞ୍ଜନ ସିଂ ବରିହା, ପଦ୍ମପୁରରୁ ୫ ଥର ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୨୦୦୦ ଯାଏଁ ସେ ଜନତା ଦଳରୁ ନିର୍ବାଚିତ ହୋଇ ବିଧାନସଭା ଯାଇଥିଲେ। ତାପରେ ୨୦୦୦, ୨୦୦୯ ଏବଂ ୨୦୧୯ରେ ବରିହା, ବିଜୁ ଜନତା ଦଳ ଟିକେଟ୍‌ରେ ବିଜୟୀ ହୋଇଥିଲେ। ସେ ପଦ୍ମପୁର ତଥା ବରଗଡ଼ ଜିଲ୍ଲାରେ ଟାଣୁଆ ନେତା ଥିଲେ। ବରଗଡ଼ ବିଜେଡି ଜିଲ୍ଲା ସଭାପତି ଭାବେରେ ରହି ବିଜୟ ରଞ୍ଜନ ସିଂ ବରିହା ବେଶ ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରୁଥିଲେ। ସେ ବିଜୟ ବାବୁ ନାମରେ ବେଶ୍ ପରିଚିତ ଥିଲେ। 


ଗତ ଜୁନରେ ବିଜୟ ରଞ୍ଜନ ସିଂ ବରିହାଙ୍କ ସାନ ଭଉଣୀଙ୍କ ଦେହାନ୍ତ ହୋଇଥିଲା। ହୃଦଘାତରେ ବିନ୍ଦୁ ବରିହାଙ୍କ ମୃତ୍ୟୁ ହୋଇଥିଲା। ବିଧାୟକଙ୍କ ଝିଅ ବାହାଘରର ବେଳେ ଏହି ଅଘଟଣ ଘଟିଥିଲା। ଝିଅ ବାହାଘର ଥିବାରୁ ବିଧାୟକଙ୍କ ପରିବାରରୁ କେହି ଯୋଗଦେଇ ପାରିନଥିଲେ। ବିନ୍ଦୁଙ୍କର କୌଣସି ପୁତ୍ର ସନ୍ତାନ ନ ଥିବାରୁ ତାଙ୍କ ସାନ ଭାଇ ଘନଶ୍ୟାମ ବରିହାଙ୍କ ପୁଅ ନିତେଶ ବରିହା ବଂଶୀୟ ପରମ୍ପରା ଅନୁଯାୟୀ ଶେଷ କୃତ୍ୟ ସମ୍ପାଦନ କରିଥିଲେ।