Anubhav Patnaik Targets Soumya Ranjan Patnaik: ନିଜର ସମ୍ପାଦକୀୟ ପାଇଁ ଚର୍ଚ୍ଚାକୁ ଆସିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ମାତ୍ର ନିଜର ସମ୍ପାଦକୀୟରେ କହିଥିବା କଥାକୁ ପ୍ରମାଣିତ କରିବା ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ।


COMMERCIAL BREAK
SCROLL TO CONTINUE READING

ନିଜର ସମ୍ପାଦକୀୟ ଜରିଆରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ (5T Secretary V K Pandian) ଟାର୍ଗେଟ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ (Khandapada MLA Soumya Ranjan Patnaik)। ନିକଟରେ ପ୍ରକାଶିତ ହୋଇଥିବା ଆମ ଘରର ହଲଚାଲ ସମ୍ପାଦକୀୟରେ "ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା" ଶୀର୍ଷକ ଲେଖାରେ (Soumya Ranjan Patnaik Editorial) ୫ଟି ସଚିବଙ୍କ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ (5T Secretary District Odisha) ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡ଼ି ବିଧାୟକ (Khandapada BJD MLA)। ସଚିବଙ୍କ ଗସ୍ତରେ ହେଉଥିବା ଖର୍ଚ୍ଚର ପରିମାଣ, ନିଶା ନିବାରଣ, ମଞ୍ଚରେ ରାଜନେତାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। ମଞ୍ଚରୁ ୫ଟି ସଚିବ ନବୀନ ପଟ୍ଟନାୟକଙ୍କୁ (BJD Supremo Naveen Patnaik) ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ କରିବା ନେଇ କହିଥିବାର ମଧ୍ୟ ଅଭିଯୋଗ କରିଛନ୍ତି। 


କିଛି ଦିନ ପୂର୍ବେ ଖଣ୍ଡପଡ଼ା ବିଧାୟକ କହିଥିଲେ ଯେ ରାଜ୍ୟରେ ବି-ଟିମ କାମ କରୁଛି। ଓଡ଼ିଶାବାସୀ ବାହାର ରାଜ୍ୟରେ ସେବା ଯୋଗାଉଛନ୍ତି। ରାଜ୍ୟରେ ସେମାନଙ୍କୁ କୌଣସି ସୁଯୋଗ ମିଳୁନାହିଁ। ବିଜୁ ବାବୁଙ୍କ ସମାଧି ପ୍ରସଙ୍ଗରେ ସଚିବ ମିଛ କହିଥିବା ନେଇ ନିଲମ୍ବିତ ବିଜେଡ଼ି ବିଧାୟକ ପ୍ରଦୀପ ପାଣିଗ୍ରାହୀ (Suspended BJD MLA Pradeep Manigahri) କହିଥିବା କଥାକୁ ଭୁଲ୍‌ ପ୍ରମାଣିତ କରିବାକୁ ଆହ୍ବାନ ଦେଇଥିଲେ।


ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେଡ଼ି ନେତା ଅନୁଭବ ପଟ୍ଟନାୟକ (BJD Leader Anubhav Patnaik)। ଏନେଇ ପୂର୍ବତନ ଖଣ୍ଡପଡ଼ା ବିଧାୟକ (Former Khandapada MLA) କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଲୋକଙ୍କ ସାମ୍ନାରେ ସ୍ପଷ୍ଟ ହୋଇଯାଇଛି। ମୁଁ ତାଙ୍କୁ ତାଙ୍କ ସମ୍ପାଦକୀୟ ଆଧାରରେ ଚ୍ୟାଲେଞ୍ଜ କରି କହିଥିଲି। ୫ଟି ସଚିବ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ କରିବା ନେଇ ଲୋକଙ୍କୁ ଅନୁରୋଧ କରିଥିବା ନେଇ ଯେଉଁ କଥା କହିଛନ୍ତି ତାହାକୁ ପ୍ରମାଣିତ କରନ୍ତୁ। ହେଲେ ସେ ଏହି ପ୍ରସଙ୍ଗରେ କୌଣସି ପ୍ରମାଣ ଦେଇପାରିଲେ ନାହିଁ। ୫ଟି ସଚିବଙ୍କ ଗସ୍ତରେ ୩୦୦ କୋଟି ଖର୍ଚ୍ଚ ହୋଇଥିବା ନେଇ ସେ ଯାହା ଲେଖିଛନ୍ତି ସେ ସମ୍ପର୍କରେ ମଧ୍ୟ ପ୍ରମାଣ ଦେଇପାରିଲେ ନାହିଁ। 



ପ୍ରମାଣ ଯୋଗାଇବା ପାଇଁ ମୁଁ ତାଙ୍କୁ ୧୨ ଘଣ୍ଟା ସମୟ ଦେଇଥିଲି। ମାତ୍ର ୨୪ ଘଣ୍ଟା ସମୟ ଅତିକ୍ରମ କରିସାରିଛି। ସୌମ୍ୟ ପଟ୍ଟନାୟକ ବର୍ତ୍ତମାନ ଜଣେ ମିଥ୍ୟାବାଦୀ ବୋଲି ପ୍ରମାଣିତ ହୋଇଛି। ଅଧିକାଂଶ ଜାଣିଥିଲେ ଯେ ସେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥପର ରାଜନୈତିକ ଏଜେଣ୍ଡା ପୂରଣ କରିବା ପାଇଁ ତାଙ୍କ ଖବରକାଗଜକୁ ବ୍ୟବହାର କରିଥାନ୍ତି। ତାଙ୍କର ମିଥ୍ୟା ସମ୍ପୂର୍ଣ୍ଣ ରୂପେ ରାଜ୍ୟବାସୀଙ୍କ ଆଗରେ ପ୍ରକାଶ ପାଇଛି। ମିଛ କଥା କହିଥିବାରୁ ସେ ତାଙ୍କ ବିଧାୟକ ପଦ ଛାଡିବେ କି ବୋଲି ପ୍ରଶ୍ନ କରିଛନ୍ତି? ଯଦି ତାଙ୍କ ପାଖରେ ସତସାହସ ଅଛି ତାହେଲେ ତାଙ୍କୁ ପୁଣି ଖଣ୍ଡପଡା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦିଆଯାଉ।