ଭୁବନେଶ୍ଵର, ଆଜି ଭୋଟ ଗଣତି ଚାଲିଥିବା ବେଳେ ସାରା ରାଜ୍ୟରେ ବିଜେପିର ଦବଦବା ଅଧିକ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି- ୭୩ , ବିଜେଡି- ୫୭, କଂଗ୍ରେସ- ୧୫, ଅନ୍ୟାନ୍ୟ- ୦୨ ସିଟ୍‌‌ରେ ଆଗୁଆ ରହିଛି। ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଓଲିଉଡ୍ ଷ୍ଟାର ମାନଙ୍କର ନିର୍ବାଚନୀ ଫଳା ଫଳର କିଛି ଝଲକ୍। ଆସନ୍ତୁ ଜାଣିବା କେଉଁ ଷ୍ଟାର କେଉଁଠାରୁ ଆଗରେ ଓ କିଏ ପଛରେ ଅଛନ୍ତି...


COMMERCIAL BREAK
SCROLL TO CONTINUE READING

ପ୍ରଥମରେ ରହିଛନ୍ତି ବିଜେଡିର ବବି ଦାସଙ୍କ ଭିଣୋଇ ଅରିନ୍ଦମ ରାୟ। ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହାପରେ ସେ ସାଲେପୁର ବିଧାନସଭା ଆସନରେ ମଇଦାନକୁ ଓହ୍ଲାଇଥିଲେ। ତାଙ୍କୁ ବିଜେଡିର ପ୍ରଶାନ୍ତ ବେହେରାଙ୍କ ସହ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା। ଆଜି ନିର୍ବାଚନୀ ଫଳା ଫଳର ଗଣତି ଚାଲିଥିବା ବେଳେ ଅରିନ୍ଦମ ରାୟ ୪୮୪୬ ପଛରେ ରହିଥିବା ବେଳେ ଆଗରେ ଅଛନ୍ତି ପ୍ରଶାନ୍ତ ବେହେରା। 


ସେହିପରି ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ଓଲିଉଡ୍ ର ବର୍ଷିୟାନ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡି ଆସନରୁ ନିର୍ବାଚନୀ ଲଢିଛନ୍ତି। ସେ ବିଜେଡିର ବିପ୍ଲବ ପାତ୍ରଙ୍କଠାରୁ ୪୩୭୨ ଭୋଟରେ ଆଗୁଆ ଅଛନ୍ତି। ବିଳ୍ପବ ମଧ୍ୟ ଜଣେ ଟାଣୁଆ ନେତା ହୋଇଥିଲେ ହେଁ ଏଥର ବିଜେଡିରୁ ମଇଦାନକୁ ଓହ୍ଲାଇଥିଲେ । 


ଅଭିନେତା ଆକାଶ ଦାସ ନାୟକ ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଛନ୍ତି। ବର୍ତମାନ ଭୋଟ ଗଣତି ଚାଲିଥିବା ବେଳେ ସେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ କଡ଼ା ଟକ୍କର ଦେଉଛନ୍ତି। ସନ୍ଧ୍ୟା ରାଣୀ ଦାସ ହେଉଛନ୍ତି ବିଜେଡିର ପାୱାରଫୁଲ୍‌ ନେତା ବବି ଦାସଙ୍କ ଦାସଙ୍କ ମା। ତାଙ୍କ ମା’ ବି ପଛରେ ପଡ଼ି ଯାଇଛନ୍ତି। ସେପଟେ ବବି ଦାସ ସମ୍ବଲପୁର ଲୋକସଭା ଆସନର ମଇଦାନରୁ ପଛରେ ଥିବା ଜଣାପଡ଼ିଛି। 


ସେହିପରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ହେଉଛନ୍ତି ନୂତନ ପ୍ରାର୍ଥୀ। ଦଳ ପୁରୁଣା ନେତା ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାଟି ଏଥର ବର୍ଷାଙ୍କୁ ବଡ଼ଚଣା ଆସନରୁ ପ୍ରାର୍ଥୀ କରିଛି। ବଡ଼ଚଣାରେ ବିଜେପିର ଅମର ନାୟକ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବର୍ଷା। ବର୍ଷା ଅମର ନାୟକଙ୍କ ଠାରୁ ୩୮୬୦ ଖଣ୍ଡ ଭୋଟ ରେ ପଛୁଆ ଅଛନ୍ତି।


ସେହିପରି ବଲାଙ୍ଗିର ଲୋକସଭା ଆସନରୁ ପ୍ରଥମଥର ନିର୍ବାଚନ ଲଢ଼ୁଛନ୍ତି ଅଭିନେତା ମନୋଜ ମିଶ୍ର। ସେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ସେଠାରେ ବିଜେପିର ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ ଆଗରେ ଥିବା ବେଳେ ୧୯୩୬୮୯ ଭୋଟରେ ପଛୁଆ ଅଛନ୍ତି ମନୋଜ। ସେହିପରି ବିଜେଡିରୁ ସୁରେନ୍ଦ୍ର ସିଂଭୋଇ ସଙ୍ଗୀତାଙ୍କ ଠାରୁ ୭୨୧୬୯ ଖଣ୍ଡ ଭୋଟରେ ପଛୁଆ ଅଛନ୍ତି।


Also Read- Odisha Assembly Result: ମ୍ୟାଜିକ୍‍ ନମ୍ବର ଛୁଇଁଲା ବିଜେପି, ରହିବକି ଏ ଟ୍ରେଣ୍ଡ?