Barsha Singh Bariha: ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ପଦମପୁରକୁ ଦଖଲ କରିବା ପରେ ଆଜି ବର୍ଷା ସିଂ ବରିହା ପଦମପୁରର ନବନିର୍ବାଚିତ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ବିଧାୟିକା ଭାବେ ବିଧାନସଭାରେ ତାଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ, ସ୍ନେହାଙ୍ଗୀନ ଛୁରିଆ, ସୁଶାନ୍ତ ସିଂ, ଏବଂ ପ୍ରଫୁଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


COMMERCIAL BREAK
SCROLL TO CONTINUE READING

ଶପଥ ନେବା ପୂର୍ବରୁ ଗତ ଶନିବାର ବର୍ଷା ସିଂ ବରିହା (Barsha Singh Bariha) ବାଚସ୍ପତିଙ୍କ ସରକାରୀ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସମୟରେ ବହୁ ବିଜେଡି ନେତା (Bjd Leader) ମଧ୍ୟ ଉପସ୍ଥିତ ରହିଥିଲେ। ଏବଂ ଭେଟିବା ପରେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ଯେ, ଶପଥ ନେବା ପୂର୍ବରୁ ଏହା ମୋର ବାଚସ୍ପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ସେହିପରି ତ୍ରୁଣମୂଳ ସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବି ବୋଲି ସେ କହିଥିଲେ।  ବର୍ଷା ସିଂ ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ। ସେ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ। 


Also Read: Gujarat Politics: ନିର୍ବାଚନ ହାରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାବାସୀ ଦେଲେ ଅସାଦୁଦ୍ଦିନ ଓୱେସୀ, ଜାଣନ୍ତୁ କାରଣ


ପଦମପୁର ଉପନିର୍ବାଚନରେ (Padampur ByPoll) ବିଜୟୀ ହେବା ପରେ ଶୁକ୍ରବାର ଦିନ ବର୍ଷା ସିଂ ବରିହା ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ଭେଟଘାଟ ସମୟରେ ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, କଳିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ଯାଇ ନବୀନଙ୍କୁ ଧନ୍ୟବାଦ ଜ୍ଞାପନ ସହ ତାଙ୍କ ଆଶୀର୍ବାଦ ନେଇଥିଲେ।


Also Read: Maharashtra News: ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପରକୁ କାଳି ମାଡ଼, ଜାଣନ୍ତୁ କାରଣ


ଡିସେମ୍ବର ୫ ପଦମପୁର ଦେଇଥିଲା ଭୋଟ ସେହିପରି ଡିସେମ୍ବର ୮ରେ ହୋଇଥିଲା ଗଣତି। ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହା (Barsha Singh Bariha) ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଥିଲେ। ବର୍ଷା ୧,୨୦,୮୦୭ ଭୋଟ୍ ପାଇଥିବା ବେଳେ ପ୍ରଦୀପଙ୍କ ଖାତାରେ ପଡ଼ିଥିଲା ୭୮,୧୨୮ ଭୋଟ । ସେହିପରି ୨୦୧୯ ତୂଳନାରେ କଂଗ୍ରେସର ନିଜର ସ୍ଥିତି ପଦମପୁରରେ ହରାଇଛି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍ ପାଇଥିଲେ । ଆଉ ପଦମପୁର ନିର୍ବାଚନ ଫଳାଫଳ ପରେ ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜର ବାକ୍ ଯୁଦ୍ଧ ଜାରି ରଖିଛନ୍ତି।