Jairam Ramesh On spokesperson: ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ କଂଗ୍ରେସରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଏହି ରାଜନୈତିକ ହଲଚଲ ମଧ୍ୟରେ ଗୋଟିଏ କଥା ସ୍ପଷ୍ଟ ଯେ ରାହୁଲ ଗାନ୍ଧୀ (Rahul Gandhi) ଏହି ନିର୍ବାଚନରେ ​​ଅଂଶଗ୍ରହଣ କରୁନାହାନ୍ତି। ଏହା ସହିତ ରାଜସ୍ଥାନର ମଖ୍ୟମନ୍ତ୍ରୀ (Rajasthan CM) ଆଶୋକ ଗେହେଲତଙ୍କ ମଧ୍ୟ ଅଂଶଗ୍ରହଣ କରିବା ନେଇ ନିଶ୍ଚିତ ହୋଇଯାଇଛି। ତଥାପି ଅବଶିଷ୍ଟ ନେତାମାନେ ଅଧ୍ୟକ୍ଷ ପଦ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି, ଯେଉଁଥି ପାଇଁ ଏକରୁ ଅଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏହି ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ଗମ୍ଭୀରତା ଦେଖି, ବର୍ତ୍ତମାନ କଂଗ୍ରେସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। କଂଗ୍ରେସ ପକ୍ଷରୁ ସମସ୍ତ ପ୍ରବକ୍ତାଙ୍କୁ ଗୁରୁତର ସହ କୁହାଯାଇଛି ଯେ, ସେମାନେ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ବିଷୟରେ କୌଣସି ବି ଟିପ୍ପଣୀ ନଦିଅନ୍ତୁ। 


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ନିଜର ପ୍ରବକ୍ତା (spokesperson) ଓ ସଂଚାର ବିଭାଗର ଅନ୍ୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ସେମାନେ ପାର୍ଟି ଅଧ୍ୟକ୍ଷ ନିର୍ବାଚନରେ ଠିଆ ହେଉଥିବା ପ୍ରାର୍ଥି ମାନଙ୍କ ବିଷୟରେ କିଛି ବି ବୟାନ ଦେବାକୁ ମନା କରିଦେଇଛନ୍ତି। କଂଗ୍ରେସ ମହାସଚିବ ତଥା ସଂଚାର ବିଭାଗର ପ୍ରଭାରୀ ଜୟରାମ ରମେଶ ନିଜ ବିଭାଗର ପଦାଧିକାରୀଙ୍କୁ ପଠାଇଥଇବା ବାର୍ତ୍ତାରେ ଏହା କହିଛନ୍ତି। ଏହା ସେତେବେଳେ ସେ କହିଛନ୍ତି ଯେତେବେଳେ ଗୋଟିଏ ଦିନ ପୂର୍ବରୁ ପ୍ରବକ୍ତା ଗୌରବ ବଲ୍ଲଭ ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହେଲତଙ୍କ ଖୋଲାଖୋଲି ଭାବେ ସମର୍ଥନ କରିବା ସହିତ ଶଶି ଥରୁରଙ୍କୁ ଟାର୍ଗେଟ କରିଥିଲେ।  


କଂଗ୍ରେସ ନେତା ଜୟରାମ ରମେଶ ଏହା ମଧ୍ୟ କହିଥିଲେ ଯେ, ପ୍ରବକ୍ତା ମାନେ ଏହି ନିର୍ବାଚନର ଗଣତାନ୍ତ୍ରୀକ ଓ ପାରଦର୍ଶି ପ୍ରକ୍ରିୟାକୁ ଉଲ୍ଲେଖ କରନ୍ତୁ। କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଅଶୋକ ଗେହେଲତ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ବଢିବା ସମ୍ଭାବନା ଭିତରେ ଗୌରବ ବଲ୍ଲଭ ପନ୍ଥ ଗୁରୁବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି।


ଏହି ବତର୍କ ମସୟରେ ଗୌରବ ବଲ୍ଲଭ ଶଶି ଥରୁରଙ୍କୁ ଟାର୍ଗେଟ କରିବା ସହ କହିଥିଲେ, ଥରୁର ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରେ ଥିବା ବେଳେ ଚିଠି ଲେଖିଥିଲେ ଯାହା ତାଙ୍କ (ଗୌରବ) ଭଳି କାର୍ଯ୍ୟକର୍ତ୍ତାଙ୍କୁ ଆଘାତ ଦେଇଛି। ଏପରି ସ୍ଥିତିରେ ସେ ନିଷ୍କଳଙ୍କ ରାଜନୈତିକ ଜୀବନ ଥିବା ଗେହେଲତଙ୍କୁ ଚୟନ କରିବେ ବୋଲି କହିଥିଲେ। 


ସେପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନାମ ସିଏମ୍ ପଦ ପାଇଁ ସୁପାରିଶ କରିଥିବା ଖବର ସାମ୍ନାକୁ ଆସିଥିଲା। ଅଶୋକ ଗେହେଲତ ବୁଧବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହାପରେ ସେ ଅଲ ଇଣ୍ଡିଆ କଂଗ୍ରେସ କମିଟି (AICC)ର ନିର୍ବାଚନରେ ​​ପ୍ରତିଦ୍ୱନ୍ଦିତା କରିବାକୁ ସୂଚିତ କରିଥିଲେ। ଏହା ପରେ ବିଶ୍ୱାସ କରାଯାଉଥିଲା ଯେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ଶଶି ଥରୁରଙ୍କ ସହ ହେବ।