ED Action against Sanjay Raut: ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଲାଗି ବଢିଛି ଅସୁବିଧା। ସୋମବାର ଦିନ ପିଏମଏଲଏ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ସଞ୍ଜୟ ରାଉତଙ୍କୁ ରିମାଣ୍ଡରେ ନେବା ଲାଗି ଆବେଦନ ଉପରେ ଶୁଣାଣି କରି ଏହାର ରାୟ ଶୁଣାଇଛନ୍ତି। ଅଗଷ୍ଟ ୪ ପର୍ଯ୍ୟନ୍ତ କୋର୍ଟ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡକୁ ପଠାଇଛନ୍ତି। ହେଲେ ଇଡି ଶିବସେନା ସାଂସଦଙ୍କୁ ୮ ଦିନିଆ ହେପାଜତକୁ ନେବା ଲାଗି ଅବେଦନ କରିଥିଲା। ଏହି ଦୁର୍ନୀତି ମାମଲାରେ ୪ ଥର ସମନ ଜାରି କରାଯିବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ କେବଳ ଥରେ ହାଜର ହୋଇଥିଲେ ବୋଲି କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲା ସହ ଜଡିତ ଦସ୍ତାବିଜ ସହ ସଞ୍ଜୟ ରାଉତ ହେରଫେର କରିବା ନେଇ ଅଭିଯୋଗ କରିଛି ଇଡି।


COMMERCIAL BREAK
SCROLL TO CONTINUE READING

ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ (Patra Chawl Land Scam) ଜୁଲାଇ ୩୧ ତାରିଖ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡ଼ି (ED) ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ (Shiv Sena MP Sanjay Raut) ୯ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ଗତକାଲି ମଧ୍ୟ ରାତ୍ରୀରେ ଗିରଫ କରାଯାଇଥିଲା। ଏହି ଘଟଣାରେ ହେଉଥିବା ତଦନ୍ତରେ ସଞ୍ଜୟ ରାଉତ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଛି ଇଡ଼ି।


ଇଡି ହେପାଜତରେ ରହିବା ବେଳେ ଶିବସେନା ନେତାଙ୍କୁ ଘର ରନ୍ଧା ଖାଦ୍ୟ ଏବଂ ଔଷଧ ନେବାକୁ ଅନୁମତି ଦିଆଯାଇଥିଲା। ତାଙ୍କର ଅସୁସ୍ଥତାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ଚିକିତ୍ସା ଏବଂ ଜେରା କରିବା ସମୟ ମଧ୍ୟ ଯତ୍ନ ନିଆଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଇଡି ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୋମବାର ଶୁଣାଣି ବେଳେ ପିଏମଏଲଏ କୋର୍ଟ (PMLA Court) କହିଛନ୍ତି ଯେ ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରୁ ମିଳିଥିବା ତଥ୍ୟକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କ ହେପାଜତରେ ରଖିବା ଆବଶ୍ୟକ। ହେଲେ ସଞ୍ଜୟ ରାଉତଙ୍କୁ ୮ ଦିନିଆ ହେପାଜତ ଛାଡ଼ିବା ଲାଗି କୋର୍ଟ ରାଜି ହୋଇନାହାଁନ୍ତି। କୋର୍ଟ ତାଙ୍କୁ ମାତ୍ର ୪ ଦିନିଆ ଇଡି ରିମାଣ୍ଡକୁ ପଠାଇଛନ୍ତି କୋର୍ଟ।


ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (Prevention of Money Laundering Act) ପିଏମଏଲଏ କୋର୍ଟ (PMLA Court) ବିଚାରପତି ଏମ.ଜି ଦେଶପାଣ୍ଡେଙ୍କ ସାମ୍ନାରେ ଇଡି ସଞ୍ଜୟ ରାଉତଙ୍କୁ ହାଜର କରି ତାଙ୍କୁ ୮ ଦିନଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା। ପିଏମଏଲଏ କୋର୍ଟ ଠାରେ ତାଙ୍କୁ ହାଜର କରିବା ସଞ୍ଜୟ ରାଉତଙ୍କ ବିରୋଧରେ ଅଭିଯୋଗ ଆଣି ଇଡି କହିଛି ସେ ଏହି ମାମଲା ସହ ଜଡିତ ଦସ୍ତାବିଜ ସହ ହେରଫେର କରିବା ସହ ପ୍ରମାଣ ନଷ୍ଟ କରିବା  ଏବଂ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ।


ମହକିଲ ସଞ୍ଜୟ ରାଉତଙ୍କ ଗିରଫଦାରୀ ଘଟଣାରେ ପ୍ରତିକ୍ରିୟା ରଖି ତାଙ୍କ ଓକିଲ ଅଶୋକ ମୁନ୍ଦରଗୀ କହିଛନ୍ତି ସେ ଜଣେ ହୃଦରୋଗୀ ହୋଇଥିବାରୁ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରାଯିବା ଠିକ ନୁହେଁ। ତାଙ୍କର ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ତାଙ୍କର ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଅନୁସନ୍ଧାନକାରୀ ଏଜେନ୍ସି ପକ୍ଷରୁ ଏହାର ଉତ୍ତର ରଖି କୁହାଯାଇଛି ଯେ ସେମାନେ ସାଧାରଣତଃ ରାତି ଦଶଟା ପର୍ଯ୍ୟନ୍ତ କୌଣସି ଘଟଣାର ଅନୁସନ୍ଧାନ କରିଥାନ୍ତି। ଏହି ମମଲା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରାଯାଇଛି। 


Also Read: Patra Chawl Land Scam: ଗିରଫଦାରୀ ଦେବାକୁ ଇଡି଼ କାର୍ଯ୍ୟାଳୟରେ ପହଞ୍ଚିଲେ ସଞ୍ଜୟ ରାଉତ