କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କେଉଁଠି କେଉଁଠି ରହିଛି ଫାର୍ମ ହାଉସ୍

Odisha CM Naveen Patnaik Assets Worth: ୨୦୨୦ ଡିସେମ୍ବର ୨୮ ତାରିଖରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା । ଯେଉଁଥିରେ ସମ୍ପତ୍ତି ତାଲିକା ମଧ୍ୟ ଥିଲା । ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ଓ କିରାଣୀଠୁ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ପତ୍ତି ତାଲିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ପାଳନ କରି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)) ଓ ଅନ୍ୟ କିଛି ମନ୍ତ୍ରୀ ତାଙ୍କର ସମ୍ପତ୍ତି ତାଲିକା (Assets list) ଘୋଷଣା କରିଥିଲେ ।

Tamal Bakchi/ତମାଲ ବାକଚି Fri, 18 Feb 2022-1:10 pm,
1/8

ଭୁବନେଶ୍ୱର: Odisha CM Naveen Patnaik Assets Worth: ବିଜୁ ଜନତା ଦଳର ମୁଖିଆ (BJD Chief) ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief Minister Naveen Patnaik) ଙ୍କ ମୋଟ ସମ୍ପତ୍ତି ୬୮.୯୮ କୋଟି ଟଙ୍କା ରହିଛି । ଏଥିରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସାମିଲ ରହିଛି । 

2/8

ମୁଖ୍ୟମନ୍ତ୍ରୀ ଜନ ପ୍ରତିନିଧୀ ତଥା ସରକାରୀ କର୍ମଚାରୀଙ୍କୁ ନିବେଦନ କରିଥିଲେ ଯେ ନିଜ ନିଜର ସମ୍ପତ୍ତିର ବିବରଣୀ ପ୍ରଦାନ କରନ୍ତୁ ଓ ସାଧାରଣ ଜୀବନରେ ସ୍ୱଚ୍ଛତା ବଜାୟ ରଖନ୍ତୁ । ଏହା ପରେ ସେ ଗତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ନିଜର ସମ୍ପତ୍ତିର ସବିଶେଷ ତଥ୍ୟ ଦେଇଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Pattnaik) ନିଜ ସମ୍ପତ୍ତି ବିଷୟରେ ଗତବର୍ଷ ଜାନୁଆରୀ ମାସରେ ଖୁଲାସା କରିଥିଲେ ।

3/8

୨୦୨୦ ଡିସେମ୍ବର ୨୮ ତାରିଖରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା । ଯେଉଁଥିରେ ସମ୍ପତ୍ତି ତାଲିକା ମଧ୍ୟ ଥିଲା । ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ଓ  କିରାଣୀଠୁ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ପତ୍ତି ତାଲିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ପାଳନ କରି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)) ଓ ଅନ୍ୟ କିଛି ମନ୍ତ୍ରୀ ତାଙ୍କର ସମ୍ପତ୍ତି ତାଲିକା (Assets list) ଘୋଷଣା କରିଥିଲେ । 

4/8

ଓଡିଶା ସିଏମ୍ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି (Odisha CM Naveen Patnaik's asset details) ବିବରଣୀରୁ ଜଣାପଡିଛି ଯେ ସେହିପରି ନୁଆଦିଲ୍ଲୀ SBI ଶାଖାରେ ନବୀନ ପଟ୍ଟନାୟକଙ୍କର ୧.୩ କୋଟି ଟଙ୍କା ଜମା ରହିଛି। ଭୁବନେଶ୍ୱର SBIରେ ୧୦. ୫୬ ଲକ୍ଷ ଟଙ୍କା ଅଛି। ନୂଆଦିଲ୍ଲୀ ଜନପଥ BOIରେ ୨ଟି ଆକାଉଣ୍ଟ ଅଛି। 

5/8

ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା, ଅନ୍ୟଟିରେ ୧.୦୩ କୋଟି ଟଙ୍କାର FD କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନ ପଟ୍ଟନାୟକଙ୍କର ୪ଟି SBI ଆକାଉଣ୍ଟ ରହିଛି। ଭୁବନେଶ୍ବରରେ ୧୦.୫୬ ଲକ୍ଷ ଟଙ୍କା ଜମା ଅଛି । ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଓ ବରଗଡ଼ ପଦ୍ମପୁର BI ଶାଖାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଆକାଉଣ୍ଟ ଅଛି ।

6/8

ହରିୟାଣାର ଫରିଦାବାଦ ସ୍ଥିତ ଟିକ୍ରି ଖେଡ଼ା ଗ୍ରାମରେ ନବୀନ (Naveen Patnaik) ଙ୍କର ୨୨.୭ ଏକର ଫାର୍ମ ହାଉସ ରହିଛି । ଯାହାର ୨୦୧୭ ବର୍ଷର ମୂଲ୍ୟାୟନ ଅନୁସାରେ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୫୧ ଟଙ୍କା ହେବ। ଫରିଦାବାଦ ଜମି ବିକ୍ରି ପାଇଁ ଅଗ୍ରୀମ ୧.୨୫ କୋଟି ଆଣିଛନ୍ତି । 

ଏହା ବି ପଢ଼ନ୍ତୁ:-ଏହି ୫ଟି ୱେବ୍ ସିରିଜରେ ଭରି ଭରି ବୋଲ୍ଡ ସିନ୍ ଦେଇଛନ୍ତି 'ଲଳିତା ଭାବି', ଗୋଟିଏରେ ତ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛନ୍ତି

ଏହା ବି ପଢ଼ନ୍ତୁ:-ଅମରିନ୍ଦର ସିଂଙ୍କୁ କାହିଁକି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲା କଂଗ୍ରେସ? କାରଣ କହିଲେ ରାହୁଲ

ଏହା ବି ପଢ଼ନ୍ତୁ:-ଚଉଠି ରାତିରେ ପୂରା ଗାଁ ବସିଥାଏ ରୁମ୍ ବାହାରେ, କାରଣ ଜାଣି ହୋଇଯିବେ ଆପଣ ଚକିତ

7/8

ଦିଲ୍ଲୀସ୍ଥିତ ପୈତୃକ ବାସଭବନରରେ ନବୀନ ପଟ୍ଟନାୟକ ଅଧା ଅଂଶିଦାର ଅଛନ୍ତି । ସମ୍ପତ୍ତିର ମୂଲ୍ୟ ୪୩ କୋଟିରୁ ଅଧିକ ରହିଛି । ଏହାସହ ନବୀନ ନିବାସ (Naveen Nivas) ୨୦୧୭ ମୂଲ୍ୟୟନ ମୁତାବକ ୯.୫୨ କୋଟି ଟଙ୍କା ହେବ। ଏଥିରେ ତାଙ୍କର ଦୁଇ ତୃତୀୟାଂଶ ସେୟାର ଅଛି । 

8/8

୨୦୨୦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଉପରେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଋଣ ଭାର ଥିଲା, ଯାହା ସେ ତାଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ନେଇଥିଲେ । ତେବେ ସେ ଏହି ଋଣକୁ ଗତ ବର୍ଷ ପରିଶୋଧ କରିଦେଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link