କାହା ମୁଣ୍ଡରେ ସୁନା କଳସ? ଆଜି ପିପିଲି ଉପନିର୍ବାଚନ ଫଳାଫଳ
ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବାହାରେ ରାଜ୍ୟ ପୋଲିସ ଅଧିକାରୀ ମୁତୟନ ହୋଇଥିବା ବେଳେ ଦ୍ବିତୀୟ ସ୍ତରରେ ସଶସ୍ତ୍ର ବାହିନୀଙ୍କୁ ନିୟୋଜିତ କରାଯାଇଛି। ଆଭ୍ୟନ୍ତରୀଣ ପ୍ରକୋଷ୍ଠରେ ଅର୍ଦ୍ଧ ସାମରିକ ବଳ ଅଧିକାରୀଙ୍କୁ ନିୟୋଜିତ କରାଯିବ।
ଭୁବନେଶ୍ୱର: ରବିବାର ପିପିଲି ଉପନିର୍ବାଚନର ଭୋଟ୍ ଗଣତି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣାଯିବ। ଏହା ୮ଟା ୩୦ ମିନିଟରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ। ୱେର ହାଉସର ୨ଟି ହଲ୍ରେ ଇଭିଏମ୍ ଏବଂ ଗୋଟିଏ ହଲ୍ରେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଇଭିଏମ୍ ପାଇଁ ଗୋଟିଏ ହଲ୍ରେ ୭ଟି ଲେଖାଏ ଟେବୁଲକୁ ମିଶାଇ ମୋଟ୍ ୧୪ ଟେବୁଲ ରହିବ।
ଗଣତି କରିବାକୁ ମୋଟ ୬୨ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲରେ ପ୍ରାର୍ଥୀଙ୍କ ଏଜେଣ୍ଟ ରହିପାରିବେ। କୋଭିଡ କଟକଣା ଥିବାରୁ କାଉଣ୍ଟିଂ ସେଣ୍ଟର ଠାରେ ରହୁଥିବା ସମସ୍ତ ଅଧିକାରୀ ଡବଲ ଡୋଜ ଟିକା ନେଇଥିବା ଆବଶ୍ୟକ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। କାଉଣ୍ଟିଂ ରେଜଲ୍ଟର ଭିଡିଓ କରି ବଡ଼ ସ୍କ୍ରିନରେ ଏହାକୁ ପ୍ରଦର୍ଶନ କରାଯିବ। କାଉଣ୍ଟିଂ ସରିବା ପରେ ୫ଟି VVPAT ଏବଂ EVM ରେଜଲ୍ଟ ମ୍ୟାଚ କରାଯିବ।
Also Read: ପିପିଲିରେ କିଏ ବାଜିଗର? ଆଜି ଜଣେ ମହିଳା ସମେତ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବାହାରେ ରାଜ୍ୟ ପୋଲିସ ଅଧିକାରୀ ମୁତୟନ ହୋଇଥିବା ବେଳେ ଦ୍ବିତୀୟ ସ୍ତରରେ ସଶସ୍ତ୍ର ବାହିନୀଙ୍କୁ ନିୟୋଜିତ କରାଯାଇଛି। ଆଭ୍ୟନ୍ତରୀଣ ପ୍ରକୋଷ୍ଠରେ ଅର୍ଦ୍ଧ ସାମରିକ ବଳ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିବା ବେଳେ ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ଦୃଢ଼ ବ୍ୟବସ୍ଥା ହୋଇଥିଲା। ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।
ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କୋରୋନା ମହମାରୀର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୯୯୫ ମସିହା ପରେ ପିପିଲି ନିର୍ବାଚନମଣ୍ଡଳୀରେ ଏହା ସର୍ବାଧିକ ମତଦାନ ବୋଲି କୁହାଯାଉଛି। ୧୯୯୫ ମସିହାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।