ପିପିଲିରେ କିଏ ବାଜିଗର? ଆଜି ଜଣେ ମହିଳା ସମେତ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
Advertisement
Article Detail0/zeeodisha/odisha996678

ପିପିଲିରେ କିଏ ବାଜିଗର? ଆଜି ଜଣେ ମହିଳା ସମେତ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଆଜି ପିପିଲିରେ ପଡିଛି ଭୋଟ୍। ପିପିଲିବାସୀ ନିଜ ବିଧାୟକ ବାଛୁଛନ୍ତି। ୨ ଲକ୍ଷ ୨୯ ହଜାର ଭୋଟର ନିଜର ମତ ଅଧିକାରୀ ସାବ୍ୟସ୍ତ କରିବେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।

ଡିଜାଇନ୍ ଫଟୋ

ପୁରୀ: ପିପିଲିରେ କିଏ ହେବ ବାଜିଗର? କାହା ମୁଣ୍ଡରେ ଶିରପା ଭିଡିବେ ଜନତା? ଦୁଇ ଦୁଇ ଥର ବାତିଲ ହେବା ପରେ ଗୁରୁବାର ପିପିଲି ଉପନିର୍ବାଚନ ପାଇଁ ଭୋଟ ପଡିଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୭ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ଲୋକ ନିଜର ମନପସନ୍ଦର ନେତା ବାଛିବାକୁ ମତଦାନ କରୁଛନ୍ତି।

ଆଜି ପିପିଲିରେ ପଡିଛି ଭୋଟ୍। ପିପିଲିବାସୀ ନିଜ ବିଧାୟକ ବାଛୁଛନ୍ତି। ୨ ଲକ୍ଷ ୨୯ ହଜାର ଭୋଟର ନିଜର ମତ ଅଧିକାରୀ ସାବ୍ୟସ୍ତ କରିବେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୋଟ ୩୪୮ଟି ବୁଥ ଥିବାବେଳେ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ପ୍ରତି ବୁଥରେ ସର୍ବାଧିକ ହଜାରେ ଭୋଟର ଭୋଟ ଦେବେ।

Also Read: ପିପିଲି ପ୍ରସ୍ତୁତି ଶେଷ; ଅର୍ଦ୍ଧାଧିତ ବୁଥ ସମ୍ବେଦନଶୀଳ, ସୁରକ୍ଷା ଦେବେ ସେଣ୍ଟ୍ରାଲ ଫୋର୍ସ

ବହୁ ପ୍ରତିକ୍ଷିତ ପିପିଲି ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୩୪୮ରୁ ୨୦୧ଟି ବୁଥ୍ ସମ୍ବେଦନଶୀଳ ରହିଛି। ସୁରକ୍ଷା ପାଇଁ ୧୯୮୩ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ କେନ୍ଦ୍ର ଓ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପାଇଁ ୩୨ଟି ମୋବାଇଲ ଟିମ୍ ପଇଁତରା ମାରୁଛନ୍ତି। ଭୋଟରଙ୍କୁ ନେବା ଆଣିବା ପାଇଁ ଉଭୟ ଡେଲାଙ୍ଗ ଓ ପିପିଲି ବ୍ଲକରେ ପ୍ରାୟ ୧୦୦ଟି ଗାଡି ମୁତୟନ କରାଯାଇଛି।

ସେହିପରି ପୋଲିଂ ବୁଥ୍ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବୁଥରେ ହ୍ୱିଲ ଚେୟାର ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମତଦାତା ଭୋଟ ଦେବା ପୂର୍ବରୁ ସେମାନଙ୍କୁ ଗ୍ଲୋବସ ଦିଆଯାଉଛି। ଭୋଟ୍ ଦେବା ପରେ ମେସିନର ସାନିଟାଇଜ୍ କରାଯିବା ପରେ ଆଉ ଜଣେ ଭୋଟର ଭୋଟ ଦେଉଛନ୍ତି। ସେହିପରି ଯେଉଁମାନଙ୍କ ନିକଟରେ କୋରୋନା ଲକ୍ଷଣ ଥିବ ସେମାନେ ଶେଷ ମୂହୂର୍ତ୍ତରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଛି।

Also Read: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ଦୁଇ ଦିନ ଛେଚିବ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

କେଉଁ ଦଳରେ କିଏ ପ୍ରାର୍ଥୀ?

ବିଜେଡି- ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ
ବିଜେପି- ଆଶ୍ରିତ ପଟ୍ଟନାୟକ
କଂଗ୍ରେସ- ବିଶ୍ୱକେଶନ ହରିଚନ୍ଦନ
ସିପିଆଇଏମଏଲ୍- ଅଶୋକ ପ୍ରଧାନ
ଅଖିଳ ଭାରତୀୟ ହିନ୍ଦୁ ମହାସଭା- ଜୟପ୍ରକାଶ ସେଠୀ
ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ- ମହମ୍ମଦ ଇମାମୁଦିନ
କଳିଙ୍ଗ ସେନା- ପିଙ୍କଲିନ୍ ମହାନ୍ତି
ସ୍ୱାଧିନ- ସ୍ୱପ୍ନେଶ୍ୱର ସାହୁ, ନଗେନ୍ଦ୍ରନାଥ ମିଶ୍ର, ସୁଲୋଚନା ସାହୁ