ନୂଆଦିଲ୍ଲୀ: କୋରୋନା ସଙ୍କଟ (Coronavirus Crisis) ର ସାମ୍ନା କରୁଥିବା ପଞ୍ଜାବରେ ଏହି ସମୟରେ ଏକ ରାଜନୈତିକ ସଙ୍କଟ (Political Crisis in Punjab) ମଧ୍ୟ ଦେଖାଦେଇଛି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି, କିନ୍ତୁ ଏହାପୂର୍ବରୁ ପଞ୍ଜାବ କଂଗ୍ରେସ (Punjab Congress) ରେ ବିଭାଜନ ପରିସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ହାଇକମାଣ୍ଡ ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହସ୍ତକ୍ଷେପ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଆମେରିକା ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେଲେ ସମ୍ବଲପୁରର ଝିଅ


କଂଗ୍ରେସ ହାଇକମାଣ୍ଡ (Congress High Command) ଙ୍କ ତରଫରୁ ଦଳର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ଦିଲ୍ଲୀ ଡକାଯାଇଛି । ଏଠାରେ ସମସ୍ତ ବିଧାୟକ, ମନ୍ତ୍ରୀମାନେ ତିନିଜଣ ସଦସ୍ୟଙ୍କ ଏକ ପ୍ୟାନେଲକୁ ଭେଟିବେ, ଯେଉଁଠାରେ ସେମାନେ ସେମାନଙ୍କର ସମସ୍ୟା ରଖିବେ ।


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢ଼ିଲା ପେନସନ୍


ରାଜ୍ୟ ପ୍ରଦେଶାଧ୍ୟକ୍ଷ ସୁନୀଲ ଝାଖର, ମନ୍ତ୍ରୀ ଚରଣଜିତ୍ ଚନ୍ନି, ସୁଖଜିନ୍ଦର ସିଂ ରନ୍ଧୱାଙ୍କ ସମେତ ପ୍ରାୟ ଦୁଇ ଡଜନ କଂଗ୍ରେସ ବିଧାୟକ ସମସ୍ତେ ଦିଲ୍ଲୀରେ ପହଞ୍ଚିଛନ୍ତି । ନିର୍ବାଚନରେ ​​କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବାର ଅଭିଯୋଗ ପରେ କଂଗ୍ରେସ ବିଧାୟକମାନେ (Congress MLA)  ସେମାନଙ୍କ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଥିଲେ । ଏହି ଦୁଇ ଡଜନ ବିଧାୟକ କ୍ରମାଗତ ଭାବରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଟାର୍ଗେଟ କରି ପ୍ରଶ୍ନ ପଚରାଉଛନ୍ତି ।


କେନ୍ଦ୍ରୀୟ ହାଇକମାଣ୍ଡ ଦ୍ୱାରା ଯେଉଁ ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗଠନ କରାଯାଇଛି, ତାହାର ନେତୃତ୍ୱ ହରିଶ ରାୱତ କରୁଛନ୍ତି । ତାଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଜେପି ଅଗ୍ରୱାଲ ମଧ୍ୟ ଏଥିରେ ସାମିଲ ଅଛନ୍ତି । ସୋମବାର ଠାରୁ ପଞ୍ଜାବ କଂଗ୍ରେସ ବିଧାୟକ, ମନ୍ତ୍ରୀଙ୍କୁ ଭେଟିବାର ପ୍ରକ୍ରିୟା ଆରମ୍ଭ ହେବ ।


ସୋମବାର ବୈଠକରେ ଦୁଇ ଜଣ ବିଧାୟକଙ୍କ ବ୍ୟତୀତ ଚରଣଜିତ ସିଂ ଚନ୍ନି, ସୁଖଜିନ୍ଦର ସିଂ ରାନ୍ଧୱା ମଧ୍ୟ ଏହି ପ୍ୟାନେଲକୁ ଭେଟିବେ । ତେବେ ମଙ୍ଗଳବାର ଦିନ ନବଜୋତ ସିଂ ସିଦ୍ଧୁ, ପରଗେଟ୍ ସିଂ ପ୍ୟାନେଲକୁ ଭେଟିବେ । କ୍ୟାପଟେନ ଅମରିନ୍ଦର କ୍ୟାମ୍ପର ବୋଲି ମନେ କରାଯାଉଥିବା ମନପ୍ରୀତ ବାଦଲ, ସାଧୁ ସିଂ ମଧ୍ୟ ଦିଲ୍ଲୀରେ ଅଛନ୍ତି ଏବଂ ଏହି ପ୍ୟାନେଲକୁ ଭେଟିବେ । କ୍ୟାପଟେନ ଅମରିନ୍ଦର ସିଂ ଏହି ସପ୍ତାହ ଶେଷରେ ଅର୍ଥାତ ଶୁକ୍ରବାର ପ୍ୟାନେଲ ଭେଟିବାକୁ ଦିଲ୍ଲୀ ଆସିପାରେ ।


ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପରଠାରୁ ପଞ୍ଜାବ କଂଗ୍ରେସରେ ବିବାଦ ଜାରି ରହିଛି । ନବଜୋତ ସିଂ ସିଦ୍ଧୁ ଲଗାତର କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ମୋର୍ଚ୍ଚା ଖୋଲୁଥିବାବେଳେ ସଂଗଠନର ଅନେକ ନେତା ମଧ୍ୟ କ୍ୟାପଟେନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ପରିସ୍ଥିତିରେ ଯେତେବେଳେ ଆସନ୍ତା ବର୍ଷ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ, ତା’ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ଡେମେଜ କଣ୍ଟ୍ରୋଲରେ ଲାଗିଛନ୍ତି ।