ଇସାଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ମାର୍ଚ୍ଚ ୩୧ ତାରିଖ ଗୁରୁବାର ଦେଶର ସଂସଦରେ ଆୟୋଜିତ ହୋଇଯାଇଛି ବିତର୍କ। ନିଜର ଗାଦି ବଞ୍ଚାଇବାରେ ସେ ସଫଳ ହୋଇ ପାରୁଛନ୍ତି ନା ନାହିଁ ତାହା ବିତର୍କ ପରେ ସ୍ପଷ୍ଟ ହୋଇଯିବ। ଏହି ବିତର୍କ ପ୍ରାୟ ୩ ଦିନ ଧରି ଚାଲିବ। 


COMMERCIAL BREAK
SCROLL TO CONTINUE READING

ପାକିସ୍ତାନ ରାଜନୀତିରେ ସୃଷ୍ଟି ହୋଇଥିବା ସଂକଟ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ ଖବର ଅଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି। ଏ ସମ୍ପର୍କରେ ଜଣାଇଛନ୍ତି ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ। ଗାଦି ଛାଡି଼ବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗତ କାଲି (୩୦ ମାର୍ଚ୍ଚ) ତାଙ୍କ ଘରେ ଭେଟିଥିଲେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା। ବୁଧବାର ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ନେଇ ଆସିଥିଲା ଖବର।  


ସେନା ମୁଖ୍ୟଙ୍କ ସହ ହୋଇଥିବା ସାକ୍ଷାତକାର ପରେ ଦେଶବାସୀଙ୍କୁ କରିବାକୁ ଥିବା ସମ୍ବୋଧନକୁ ଟାଳି ଦେଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏହା ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଇମ୍ରାନ ଖାନଙ୍କୁ ଭେଟିବା ପରେ ତାଙ୍କୁ ପଦରୁ ଇସ୍ତଫା ଦେବା ଲାଗି   କହିନାହାଁନ୍ତି ପାକିସ୍ତାନ ସେନା ମୁଖ୍ୟ ନାଁ ସେ ତାଙ୍କ ପଦରୁ ଇସ୍ତଫା ଦେବେ। 


Also Read: Pakistan Politics: ଗାଦି ବଞ୍ଚାଇବା ଲାଗି ଇମ୍ରାନ ଖାନ୍ ସରକାରଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି


ମାର୍ଚ୍ଚ ୩୧ ତାରିଖ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିକ ଜୀବନର ଶେଷ ଦିନ ବୋଲି ପ୍ରମାଣିତ ହୋଇପାରେ। କାରଣ ଦେଶର ସଂସଦରେ ତାଙ୍କ ବିରୋଧରେ ଆଗତ ହୋଇଥିବା  ଅବିଶ୍ୱାସ ପ୍ରସ୍ତାବ ଉପରେ ବିତର୍କ ଜାରି ରହିଛି। ଏହି ପ୍ରସ୍ତାବ  ଉପରେ ଅପ୍ରେଲ ୩ ତାରିଖରେ ହେବାକୁ ଯାଉଛି ମତଦାନ।  


ଅବିଶ୍ୱାସ ପ୍ରସ୍ତାବ ଉପରେ ପାକିସ୍ତାନ ସଂସଦରେ କିପରି ହୋଇଥାଏ ମତଦାନ? 
ପାକିସ୍ତାନ ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ହେବା ପୂର୍ବରୁ ଘଣ୍ଟି ବଜାଯାଇଥାଏ। ଘଣ୍ଟି ବାଜିବା ପରେ ସମସ୍ତ ସାଂସଦ ସଂସଦରେ ହାଜର ହୋଇଥାନ୍ତି। କୌଣସି ଦଳର ସରକାର ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ମତଦାନ କରୁଥିବା ସାଂସଦ ପୃଥକ ପୃଥକ ରାସ୍ତାରେ ସଂସଦରେ ପହଞ୍ଚିଥାନ୍ତି। ଏହି ପ୍ରକ୍ରିୟା ସଂସଦ ଦ୍ୱାରରୁ ବାହାରି ଯାଉଥିବା ସାଂସଦଙ୍କୁ ମଧ୍ୟ ଗଣା ଯାଇଥାଏ। ମତଦାନ କରି ସାରି ସାଂସଦ ସଂସଦରୁ ବାହାରି ଯିବା  ପରେ ମତ ଗଣନା କରାଯାଇଥାଏ। ମତ ଗଣତି ସରିବା ପରେ ପୁନର୍ବାର ସଂସଦରେ ହାଜର ହୋଇଥାନ୍ତି ସାଂସଦ। ଏହା ପରେ ବାଚସ୍ପତି ନିର୍ବାଚନ ଫଳାଫଳ ବାବଦରେ ଜଣାଇଥାନ୍ତି। 


ଇମ୍ରାନ ଖାନଙ୍କ ସପକ୍ଷବାଦୀ ୧୫ ଲକ୍ଷ ସମର୍ଥକ ତାଙ୍କ ଗାଦି ବଞ୍ଚାଇ ପାରୁଛନ୍ତି ନାଁ ବିରୋଧ ୧୪ ଲକ୍ଷ ସମର୍ଥକ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରୁଛନ୍ତି ତାହା ଅପ୍ରେଲ ୩ ତାରିଖରେ ହେବାକୁ ଯାଉଥିବା ମତଦାନ ଫଳାଫଳରୁ ଜଣାପଡ଼ିବ। 


Also Read: PTI ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ MQM; ବୁଧବାର ଗାଦି ଛାଡିପାରନ୍ତି ଇମ୍ରାନ ଖାନ!


ଯଦି ସଂଖ୍ୟା ବଳ କଥା ବିଚାରକୁ ନିଆଯାଏ ତାହେଲେ ପ୍ରାୟ ୧୪୦ ସାଂସଦ ଇମ୍ରାନ ଖାନଙ୍କ ସରକାର ସମର୍ଥନରେ ଅଛନ୍ତି। ଅନ୍ୟପଟେ ବିପକ୍ଷ ଗୋଷ୍ଠୀରେ ୨୦୦ କିମ୍ବା ଏହା ଠାରୁ ଅଧିକ ସାଂସଦ ରହିଥିବା କୁହାଯାଉଛି। ଶାସକ ପିଟିଆଇ (PTI) ପାଖରେ ମୋଟ ୧୫୫ ସାଂସଦ ଥିଲେ। ମାତ୍ର ଦଳର ୨୨ ଜଣ ସାଂସଦ ବିରୋଧି ଦଳ ପକ୍ଷରୁ ଆୟୋଜିତ ହୋଇଥିବା ବୈଠକରେ ସାମିଲ ହୋଇସାରିଛନ୍ତି। ବର୍ତ୍ତମାନ ଇମ୍ରାନ ଖାନଙ୍କ ନେତୃତ୍ୱାଧିନ ପିଟିଆଇ ସରକାର ବହୁମତ ହରାଇ ସାରିଥିବା କୁହାଯାଉଛି।   


ପିଟିଆଇ ସରକାରରେ ସାମିଲ ଥିବା ଏମକ୍ୟୁଏମ (MQM) ଦଳର ୨ ମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସରକାରରେ ଏମକ୍ୟୁଏମ ସହଯୋଗୀ ଥିଲା। ହେଲେ ବୁଧବାର ଏମକ୍ୟୁଏମ ବିରୋଧୀ ପିପିପି ସହ ଏକ ଚୁକ୍ତି କରିଛି।


Also Read: ବୁଧବାର ସନ୍ଧ୍ୟା ସୁଦ୍ଧା ଗାଦି ଛାଡ଼ିପାରନ୍ତି ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ!


ମୋଟ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଜାତୀୟ ସଂସଦରେ କୌଣସି ଦଳକୁ ବହୁମତ ସାବ୍ୟସ୍ତ କରିବା ଲାଗି ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଗତ ସୋମବାର ପାକିସ୍ତାନ ଜାତୀୟ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ ବିପକ୍ଷ ନେତା ଶହୱାଜ ସରିଫ୍। ଯାହାକୁ ପାକିସ୍ତାନ ସଂସଦ ପକ୍ଷରୁ ମଞ୍ଜୁରୀ ମିଳିସାରିଛି। ଏହି ପ୍ରସ୍ତାବ ଉପରେ ଆସନ୍ତା ୩୧ ମାର୍ଚ୍ଚରୁ ଆରମ୍ଭ ହୋଇସାରିଛି ବିତର୍କ। ଏହି ପ୍ରସ୍ତାବ ଉପରେ ଅପ୍ରେଲ ୩ ତାରିଖରେ ହେବାକୁ ଯାଉଛି ମତଦାନ।