ବୁଧବାର ସନ୍ଧ୍ୟା ସୁଦ୍ଧା ଗାଦି ଛାଡ଼ିପାରନ୍ତି ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ!
Advertisement
Article Detail0/zeeodisha/odisha1138682

ବୁଧବାର ସନ୍ଧ୍ୟା ସୁଦ୍ଧା ଗାଦି ଛାଡ଼ିପାରନ୍ତି ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ!

ଇମ୍ରାନ ଖାନଙ୍କ ସରକାର ବିରୋଧରେ ଦେଶର ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ୩୧ ମାର୍ଚ୍ଚରେ ହେବାକୁ ଯାଉଛି ବିତର୍କ।

ବୁଧବାର ସନ୍ଧ୍ୟା ସୁଦ୍ଧା ଗାଦି ଛାଡ଼ିପାରନ୍ତି ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ!

ଇସଲାମାବାଦ: ନିଜର ଗାଦି ବଞ୍ଚାଇବାକୁ ଯାଇ ସମସ୍ତ ପ୍ରକାର କଳ ବଳ କୌଶଳ ଲଗାଇ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ବିଗତ କିଛି ଦିନ ହେବ ତାଙ୍କ ସରକାରରେ ସୃଷ୍ଟି ହୋଇଥିବା ସଂକଟ ସମଗ୍ର ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ସରକାର ବିପଦରେ ପଡ଼ିବା ପରେ ଆନ୍ତର୍ଜାତୀୟ ଗଣମାଧ୍ୟମ ନଜର ଏବେ ପାକିସ୍ତାନ ରାଜନୀତି ଉପରେ ରହିଛି। 

ଇମ୍ରାନ ଖାନଙ୍କ ସରକାର ବିରୋଧରେ ଦେଶର ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ୩୧ ମାର୍ଚ୍ଚରେ ହେବାକୁ ଯାଉଛି ବିତର୍କ। ଏହି ପ୍ରସ୍ତାବ ଉପରେ ଅପ୍ରେଲ ୩ ତାରିଖରେ ହୋଇପାରେ ଭୋଟ୍। ଏନେଇ କୁହାଯାଉଛି ଯେ ବର୍ତ୍ତମାନ ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କ ସରକାର ସଂଖ୍ୟାଲଘୁ ହୋଇସାରିଛି। ଆସନ୍ତା ଅପ୍ରେଲ ୩ ତାରିଖରେ ପାକିସ୍ତାନ ସଂସଦରେ ବହୁମତ ସାବ୍ୟସ୍ତ କରିବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। 

ଗାଦି ଛାଡି଼ବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ଲାଗି ତାଙ୍କ ଘରେ ପହଞ୍ଚିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱା। ବୁଧବାର ପ୍ରଧାନମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାରରୁ ଅନେକ ଅର୍ଥ ବାହାର କରାଯାଉଛି। ଏନେଇ ପାକିସ୍ତାନର ଗଣମାଧ୍ୟମ ପକ୍ଷରୁ କୁହାଯାଉଛି ଯେ ଏହି ସାକ୍ଷାତ ପରେ ଇମ୍ରାନ ଖାନ ସନ୍ଧ୍ୟା ସୁଦ୍ଧା ନିଜ ପଦରୁ ଇସ୍ତଫା ଦେବେ।