Odisha Election 2024: ଭୁବନେଶ୍ୱର: କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ଥିବା ଦୁଇଟି ବୁଥରେ ପୁନଃ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟର ଆସି ନିଜର ମତଦାନ କରିଛନ୍ତି। ଏହି ଦୁଇ ବୁଥ ହେଉଛି କଣ୍ଟାମାଳର କିରାସିରା ଓ କାଦପଦର, ଯାହା ବୁଥ ସଂଖ୍ୟା ୨୬ ଓ ୨୮ ଭାବେ ପରିଚିତ। ୨୦ ତାରିଖ ଦ୍ୱଇତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ହୋଇଥିବା ତ୍ରୁଟି ଏବଂ ଲୋକଙ୍କ ଅଗିଯୋଗକୁ ଆଧାର କରି  ନିର୍ବାଚନ କମିଶନ ଏଠାରେ ସାନି ମତଦାନ ନିଷ୍ପତ୍ତି ନେଇଥିଲେ। ସେହି ଆଧାରରେ ଆଜି ଭୋଟ ଗ୍ରହଣ ଚାଲିଛି।  ସନ୍ଧ୍ୟା ୬ଟା ଯାଏ ଭୋଟଦାନ ଚାଲିବ। ଏହି ଭୋଟ ଗ୍ରହଣ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଗ୍ରହଣ କରାଯିବ। ସମ୍ପୃକ୍ତ ଆସନର ପ୍ରାର୍ଥୀ ଓ ଭୋଟରଙ୍କୁ ଏ ବାବଦରେ ସୂଚନା ଦିଆଯାଇଥିଲା। 


COMMERCIAL BREAK
SCROLL TO CONTINUE READING

କିରାସିରା ଓ କାଦପଦର ବୁଥରେ ବିଜେଡି ପକ୍ଷରୁ ବ୍ୟାପକ ବୁଥ ଜବରଦଖଲ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। ଏପରିକି ଏ ସମ୍ପର୍କିତ ପ୍ରମାଣ ବି ଦାଖଲ କରିଥିଲା। ଏହାର ସମୀକ୍ଷା କରି ନିର୍ବାଚନ କମିଶନ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।