ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ରଣନୀତି ପ୍ରସ୍ତୁତି କରିବାରେ ଲାଗି ପଡି଼ଛନ୍ତି ବିଭିନ୍ନ ରାଜନୈକ ଦଳ। ଏହିକ୍ରମରେ ଦଳ ଲାଗି ଜନସମର୍ଥନ ହାତେଇବା ଲାଗି ଦଳୀୟ ଇସ୍ତହାର ପ୍ରସ୍ତୁତି କରିବା ସହ ନିର୍ବାଚନୀ ଜନସଭା ଭଳି କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ଦଳ।


COMMERCIAL BREAK
SCROLL TO CONTINUE READING

ଏହି କ୍ରମରେ ପ୍ରଗତିଶୀଳ ସମାଜବାଦ ପାର୍ଟି (Pragatisheel Samajwadi Party) ପିଏସପି ସୁପ୍ରିମୋ ଶିବପାଲ ସିଂ ଯାଦବ କହିଛନ୍ତି ଯଦି ଆସନ୍ତା ବର୍ଷ ହେବାକୁ ଯାଉଥିବା  ରାଜ୍ୟ ବିଧାନସଭା ନିର୍ବାଚନରେ ​​ଯଦି ଦଳ ସରକାର ଗଠନ କରେ ତାହେଲେ ଆଇନ ପ୍ରଣୟନ କରି ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାର ଚାକିରି ଦିଆଯିବ।


ଗତ ଗୁରୁବାର ଦଳ ପକ୍ଷରୁ ରାଜ୍ୟର କୌଶାମ୍ବୀ ଜିଲ୍ଲାର ମଞ୍ଝନପୁର ତହସିଲସ୍ଥିତ କୋଡରା ଗ୍ରାମ ଠାରେ ଆୟୋଜିତ ହୋଇଥିବା ସାମାଜିକ ପରିବର୍ତ୍ତନ ଯାତ୍ରା କାର୍ଯ୍ୟକ୍ରମ ସମ୍ବୋଧିତ କରି ପିଏସପି ସୁପ୍ରିମୋ କହିଛନ୍ତି ଯଦି ଆମ ଦଳ ରାଜ୍ୟରେ ସରକାର ଗଠନ କରେ ତାହେଲେ ଆମ ସରକାର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରିବ। ଏହା ବ୍ୟତୀତ ରାଜ୍ୟର ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦିଆଯିବ। ସ୍ନାତକ ବେକାରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। 


Also Read: ଆସନ୍ତା ବିଧାନସଭା ନିର୍ବାଚନରେ ହାରିଲେ ଇଭିଏମକୁ ଦୋଷ ଦେବେ ବିରୋଧି: UP CM Yogi


ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରି ପିଏସପି ସୁପ୍ରିମୋ କହିଛନ୍ତି ସେମାନେ ଗୋଟିଏ ହେଲେ ମଧ୍ୟ ନିର୍ବାଚନ ପ୍ରତିଶୃତି ପୂରଣ କରି ପାରିନାହାଁନ୍ତି। ବିଜେପି ସରକାର ଶାସନରେ ସମଗ୍ର ଦେଶର ଶ୍ରମିକ, କୃଷକ, ଯୁବକ, ବ୍ୟବସାୟୀ ଅସୁବିଧାରେ ପଡ଼ିଛନ୍ତି। ଗତ ୧୦ ମାସ ଧରି କୃଷକ କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି। ବର୍ତ୍ତମାନ ସମୟ ଆସିଛି ସମାନ ବିଚାର ରଖୁଥିବା ଦଳ ମିଳିତ ଭାବେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ। ଏହି ସରକାରଙ୍କ ଭୁଲ ନୀତି ନିଷ୍ପତ୍ତି ପାଇଁ ଦେଶର ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହେବାକୁ ଯାଉଛି ଏବଂ ରାଜ୍ୟରେ ଶକ୍ତି ସଙ୍କଟ ବୃଦ୍ଧି ପାଉଛି।