ନୂଆ ଦଳ ଗଢ଼ିବେ ପ୍ରଶାନ୍ତ କିଶୋର! ଜାଣନ୍ତୁ କ`ଣ ରହିଛି ପ୍ଲାନ୍
Prashant Kishor: ପ୍ରଶାନ୍ତ କିଶୋର ଗତ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ଅନେକ ଥର ଭେଟିଥିଲେ । କଂଗ୍ରେସକୁ ପୁଣି ଥରେ ସଙ୍ଗଠିତ କରିବା ପାଇଁ ସେ ଯୋଜନା ବିଷୟରେ ମଧ୍ୟ କହିଥିଲେ । ସେତେବେଳେ ଆଲୋଚନା ହୋଇଥିଲା ଯେ ସେ ନିଜେ ଦଳରେ ଯୋଗ ଦେଇପାରନ୍ତି, କିନ୍ତୁ କିଛି ପ୍ରସଙ୍ଗରେ ସହମତି ଅଭାବରୁ ସେ ଦଳରେ ଯୋଗଦେବାକୁ ମନା କରିଦେଇଥିଲେ । ବର୍ତ୍ତମାନ କିଛି ଦିନ ପରେ ତାଙ୍କ ଘୋଷଣା ରାଜନୈତିକ ପାରାକୁ ବଢ଼ାଇ ଦେଇଛି ।
ନୂଆଦିଲ୍ଲୀ: Prashant Kishor: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Poll strategist Prashant Kishor) କୁ ନେଇ ଦେଶର ରାଜନୀତିରେ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ସମୟରେ ସେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ସମୟରେ ତାଙ୍କର ଏକ ଘୋଷଣା ରାଜନୈତିକ ପାରା ବଢ଼ାଇଦେଇଛି । ବିଗତ ଦିନରେ ପ୍ରଶାନ୍ତ କିଶୋର କଂଗ୍ରେସ (Congress) କୁ ପୁଣିଥରେ ଛିଡ଼ା କରିବା ଓ ଦଳରେ ଯୋଗଦେବାକୁ ନେଇ ଚର୍ଚ୍ଚା ଚାଲୁଥିଲା । କିନ୍ତୁ ବର୍ତ୍ତମାନ ସେ ଏକ ବଡ଼ ଧମାକା କରିଛନ୍ତି । ପ୍ରଶାନ୍ତ କିଶୋର (Prashant Kishor) ନିଜର ଦଳ ଗଠନ କରିବାକୁ ସଙ୍କେତ ଦେଇଛନ୍ତି । ସୋମବାର କରିଥିବା ଟ୍ୱିଟରେ ସେ ଜନସାଧାରଣଙ୍କ ମଝିରେ ଯିବା କଥା କହିଛନ୍ତି ।
ପ୍ରଶାନ୍ତ କିଶୋର (Prashant Kishor) ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଜନତାଙ୍କ ପାଖକୁ ଯିବାର ସମୟ ଆସିଯାଇଛି । ଏହା ବିହାର (Bihar) ରୁ ଆରମ୍ଭ ହେବ । ତେବେ ସେ ଏହା ସ୍ପଷ୍ଟ କରିନାହାଁନ୍ତି ଯେ ସେ କେବେ ଦଳ ଲଞ୍ଚ କରିବେ ଓ ତାଙ୍କ ଦଳର ନାମ କ’ଣ ହେବ । ଯଦି ଆମେ ଟ୍ୱିଟକୁ ଦେଖିବା ତେବେ ଏହା ନିଶ୍ଚିତ ଯେ ପାର୍ଟି ବିହାରରୁ ଆରମ୍ଭ ହେବ । ସେ ବିହାରରୁ ଏକ ନୂତନ 'ଜନ ସୁରଜ' ଅଭିଯାନ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ।
ବର୍ତ୍ତମାନ ଟିମ୍ ପିକେ (Team PK) ବିହାରର ପ୍ରତ୍ୟେକ ଜିଲ୍ଲାରେ ଯୁବକମାନଙ୍କୁ ପ୍ରଶାନ୍ତ କିଶୋରଙ୍କ ମାର୍ଗ ଦର୍ଶନରେ ରାଜନୀତିରେ ଯୋଗଦେବାକୁ ଅପିଲ କରି ଟିମ୍ ପ୍ରସ୍ତୁତ କରୁଛି । ଖବର ଅନୁସାରେ, କିଛି ଦିନ ମଧ୍ୟରେ ପ୍ରଶାନ୍ତ କିଶୋର ଯୁବକମାନଙ୍କ ସହ ସମ୍ୱାଦ କରିପାରନ୍ତି । ଟିମ୍ ପିକେର ସୂତ୍ର ଅନୁଯାୟୀ, ଆଗାମୀ ଦିନରେ ବିହାରରେ ଉତ୍ତମ ଶାସନ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଅଭିଯାନ ଆରମ୍ଭ କରାଯିବ ଓ ଭବିଷ୍ୟତର ରାଜନୈତିକ ଦଳ ଘୋଷଣା କରାଯାଇପାରେ । ଯଦି ପ୍ରଶାନ୍ତ ରାଜନୀତିରେ ଆସନ୍ତି, ତେବେ ଏହା ଦେଖିବାକୁ ପଡ଼ିବ କି କ'ଣ ସେ ନିଜ ନିର୍ବାଚନୀ ରଣନୀତିରୁ ସେହି ଚମତ୍କାର କରିପାରିବେ କି, ଯାହା ଅନ୍ୟ ଦଳଗୁଡ଼ିକ ପାଇଁ କରିଆସୁଛନ୍ତି ।
ଏହା ବି ପଢ଼ନ୍ତୁ:-ଚଢ଼େଇଙ୍କ ବନ୍ଧୁ 'ହେଲ୍ପ ଫର୍ ୟୁ', ପକ୍ଷୀଙ୍କୁ ଯୋଗାଉଛି ପାଣି ଓ ଖାଦ୍ୟ
ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା
ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋର ଗତ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ଅନେକ ଥର ଭେଟିଥିଲେ । କଂଗ୍ରେସକୁ ପୁଣି ଥରେ ସଙ୍ଗଠିତ କରିବା ପାଇଁ ସେ ଯୋଜନା ବିଷୟରେ ମଧ୍ୟ କହିଥିଲେ । ସେତେବେଳେ ଆଲୋଚନା ହୋଇଥିଲା ଯେ ସେ ନିଜେ ଦଳରେ ଯୋଗ ଦେଇପାରନ୍ତି, କିନ୍ତୁ କିଛି ପ୍ରସଙ୍ଗରେ ସହମତି ଅଭାବରୁ ସେ ଦଳରେ ଯୋଗଦେବାକୁ ମନା କରିଦେଇଥିଲେ । ବର୍ତ୍ତମାନ କିଛି ଦିନ ପରେ ତାଙ୍କ ଘୋଷଣା ରାଜନୈତିକ ପାରାକୁ ବଢ଼ାଇ ଦେଇଛି ।