PM Modi Oath Ceremony: ସବୁ ଅପେକ୍ଷାର ଅନ୍ତ ହେବା ସହିତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଇଶ୍ୱରଙ୍କ ଶପଥ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ବୋଲି ନିସ୍ୱାର୍ଥପର ଭାବେ ଦେଶ ସେବା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଶପଥପାଠ ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଦସ୍ତଖତ କରିଛନ୍ତି । ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ରାଜନାଥ ସିଂ, ଅମିତ ଅନିଲ ଚନ୍ଦ୍ର ଶାହା, ନିତୀନ ଜୟରାମ ଗଡ଼କରି, ଜଗଦ ପ୍ରକାଶ ନଡ୍ଡା (ଜେପି ନଡ୍ଡା), ଶିବରାଜ ସିଂ ଚୌହାନ, ଶ୍ରୀମତୀ ନିର୍ମଳା ସୀତାରମଣ, ଡକ୍ଟର ଶୁଭ୍ରମନ୍ୟମ ଜୟଶଙ୍କର, ମନହୋର ଲାଲ୍, ପିୟୁଷ ଗୋୟେଲ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଜିତନରାମ ମାଝୀ, ରାଜୀବ ରଞ୍ଜନ ସିଂ (ଲଲନ ସିଂ), ସର୍ବାନନ୍ଦ ସୋନୋବାଲ, ଡକ୍ଟର ବିରେନ୍ଦ୍ର କୁମାର, ରାମ ମୋହନ ନାଇଡୁ, ପ୍ରହଲ୍ଲାଦ ଯୋଶୀ, ଗିରିରାଜ ସିଂ, ଜ୍ୟୋତିରାଦ୍ଧିତ୍ୟ ସିନ୍ଧିଆ, ଉପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂ, ଅନ୍ନପୂର୍ଣ୍ଣା ଦେବୀ, କିରନ ରିଜିଜୁ, ଡକ୍ଟର ମନସୁଖ ମାଣ୍ଡବୟା, ଜୀ କିଶନ ରେଡ୍ଡି, ଚିରାଗ ପାସବାନ, ସିଆର ପାଟିଲ୍, ଇନ୍ଦ୍ରଜିତ ସିଂ, ଡକ୍ଟର ଜିତେନ୍ଦ୍ର ସିଂ, ଅର୍ଜୁନ ରାଓ ମେଘବାଲ, ପ୍ରତାପ ରାଓ ଗଣପତ ରାଓ ଯାଦବ, ଜୟନ୍ତ ଚୌଧୁରୀ, ରାଜ୍ୟମନ୍ତ୍ରୀ ଜିତିନ ପ୍ରସାଦ, ଶ୍ରୀପଦ ଯେସୋ ନାଇକ, ପଙ୍କଜ ଚୌଧୁରୀ, କ୍ରିଷ୍ଣ ପାଲ, ରାମଦାସ ଆଠବଲେ, ରାମନାଥ ଠାକୁର, ନିତ୍ୟାନନ୍ଦ ରାୟ, ଅନୁପ୍ରିୟା ପଟେଲ, ଡକ୍ଟର ଚନ୍ଦ୍ରଶେଖର, ପ୍ରଫେସର ଏସପି ସିଂ, କିର୍ତ୍ତିବର୍ଦ୍ଧନ ସିଂ, ବିଏଲ ବର୍ମା, ଶାନ୍ତନୁ ଠାକୁର, ସୁରେଶ ଗୋପୀ ପ୍ରମୁଖ ଶପଥ ନେଇଛନ୍ତି ।


ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ହୋଇଛି ଉତ୍ସବ ମୁଖର । ଦେଶ ତଥା ବିଦେଶର ସମସ୍ତ ନିମନ୍ତ୍ରିତ ଅତିଥି ପହଞ୍ଚିଛନ୍ତି ରାଷ୍ଟ୍ରପତି ଭବନରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମଗ୍ର ଦେଶ ପାଇଁ ଆଜି ଏକ ପର୍ବ ପରି ମନେ ହେଉଛି । ଆଜି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ୮ ହଜାରରୁ ଅଧିକ ଅତିଥି ଯୋଗ ଦେଇଛନ୍ତି । ବିଶେଷ ଅତିଥି ଭାବେ ବିଦେଶରୁ ଅନେକ ଅତିଥି ଆସିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ, ଗିରିରାଜ ସିଂ, ନିର୍ମଳା ସୀତାରମଣ, ହାର୍ଦ୍ଦିକ ସିଂ ପୁରୀ, ଗୌତମ ଆଦାନୀ, କଙ୍ଗନା ରାନାୱତ, ସ୍ମୃତି ଇରାନି, ନିତୀଶ କୁମାର, ଅଶ୍ୱିନୀ ଚୌବେ, ମୁକେଶ ଅମ୍ବାନୀ, ଶାହାରୁଖ ଖାନ, ଅକ୍ଷୟ କୁମାର, ପହଞ୍ଚିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି । କେରଳର ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀ ମଧ୍ୟ ପହଞ୍ଚିଛନ୍ତି।


Also Read- Rahu Gochar 2024: ଏହି ରାଶି ଉପରେ ୨୦୨୫ ପର୍ଯ୍ୟନ୍ତ ରାହୁଙ୍କ ବିଶେଷ ଆଶୀର୍ବାଦ, କ୍ୟାରିୟରରେ ମିଳିବ ସଫଳତା