President Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଏନଡିଏ  ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ହୋଇଛି। ଉଭୟ ପ୍ରାର୍ଥୀ ବିଭିନ୍ନ ଦଳର ନେତାଙ୍କୁ ଭେଟି ସେମାନଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରୁଛନ୍ତି। ଏହି କ୍ରମରେ ବିରୋଧି ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ୯-୧୧ ଜୁଲାଇ  ପର୍ଯ୍ୟନ୍ତ ଆସାମ ଗସ୍ତରେ ଆସୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରତିକ୍ରିୟା ରଖି ଆସାମ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭୁପେନ ବୋରା କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନା ୯-୧୧ ଜୁଲାଇରେ ଆସାମ ଗସ୍ତ କରିବାର ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟର ଏକ  ମୁଖ୍ୟ ରାଜନୈତିକ ଦଳ ଅଲ ଇଣ୍ଡିଆନ ୟୁନାଇଟେଡ ଡେମୋକ୍ରାଟିକ୍ ଫ୍ରଣ୍ଟ (All India United Democratic Front) ଏଆଇୟୁଡିଏଫ (AIUDF) ବିରୋଧି ଯଶୱନ୍ତ ସିହ୍ନାଙ୍କୁ ଝଟକା ଦେଇପାରେ।


ବଦ୍ରୁଦ୍ଦିନ ଅଜମଲଙ୍କ (Badruddin Ajmal) ନେତୃତ୍ୱାଧିନ ନିର୍ବାଚନରେ ଏଆଇୟୁଡିଏଫ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରେ। ପୂର୍ବରୁ ଏଆଇୟୁଡିଏଫ ମୁଖ୍ୟ ଏହା ପୂର୍ବରୁ କରିଛନ୍ତି। ଆସାମ ରାଜନୀତିରେ ଏଆଇୟୁଡିଏଫ ହେଉଛି ଦ୍ୱିତୀୟ ପ୍ରମୁଖ ବିରୋଧୀ ଦଳ ଯାହା ପାଖରେ ୧୫ ଜଣ ବିଧାୟକ ଏବଂ ଜଣେ ଲୋକସଭା ସାଂସଦ ଅଛନ୍ତି। ଗତ ୨୦୨୧ ଆସାମ ବିଧାନସଭା ନିର୍ବାଚନରେ ଏଆଇୟୁଡିଏଫ କଂଗ୍ରେସ ସହ ମେଣ୍ଟ କରିଥିଲା। ହେଲେ ଏହି ନିର୍ବାଚନରେ ମେଣ୍ଟ ପରାଜୟ ହେବା ପରେ କଂଗ୍ରେସ-ଏଆଇୟୁଡିଏଫ ଗଠବନ୍ଧନ ଭାଙ୍ଗି ଯାଇଥିଲା।


ଆସାମ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭୁପେନ ବୋରା ଏଆଇୟୁଡିଏଫ ସହ କୌଣସି ସମ୍ପର୍କ ରହିଥିବା କଥାକୁ ସ୍ୱୀକାର କରିନାହାଁନ୍ତି। ଏନେଇ ସେ କହିଛନ୍ତି ଯେ ଯଶୱନ୍ତ ସିହ୍ନା ଯେ କୌଣସି ବ୍ୟକ୍ତିଙ୍କୁ ଭେଟି ପାରିବେ ଏବଂ ଦଳର ଯେ କୌଣସି ନେତୃତ୍ୱ ତାଙ୍କୁ ଭେଟି ପାରିବେ। ଅନ୍ୟ କୌଣସି ଦଳ ସହିତ ଆମର କୌଣସି ସମ୍ପର୍କ ନାହିଁ। ସେ କାହାକୁ ଭେଟିବା ସମ୍ପୁର୍ଣ୍ଣ ଭାବରେ ତାହା ତାଙ୍କର ନିଷ୍ପତ୍ତି। ଦଳ  


ଯଶବନ୍ତ ସିହ୍ନାଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛି। ତାଙ୍କର ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତା ତାଙ୍କ ସହ ରହିବେ। ଆସାମ କଂଗ୍ରେସ ମଧ୍ୟ ରୟଜର ଦଲ ମୁଖ୍ୟ ଅଖିଲ ଗୋଗୋଇ ଏବଂ ସିପିଏମ ନେତା ମନୋରଞ୍ଜନ ତାଲୁକଦାରଙ୍କୁ ଯଶୱନ୍ତ ସିହ୍ନା ପ୍ରଚାର ଅଭିଯାନରେ ଯୋଗଦେବାକୁ ନିମନ୍ତ୍ରଣ ଦେଇଛି। ଏହି ଅଭିଯାନ ପାଇଁ ରାଜ୍ୟର ଅନ୍ୟ କୌଣସି ରାଜନୈତିକ ଦଳକୁ ଆମନ୍ତ୍ରଣ କରି ନାହିଁ କଂଗ୍ରେସ। ଆସାମ ରାଜନୀତିରେ କଂଗ୍ରେସ ହେଉଛି ମୁଖ୍ୟ ବିରୋଧୀ ଦଳ ଯାହା ପାଖରେ ୨୪ ଜଣ ବିଧାୟକ ଏବଂ ୩ ଜଣ ଲୋକସଭା ସାଂସଦ ଅଛନ୍ତି। ସେମାନେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।


Also Read: Assam Rajya Sabha Election: ବିରୋଧି କଳିରୁ ବାଜି ମାରିଲା ବିଜେପି


Also Read: Assam Rajya Sabha Election: ଶେଷ ହେଲା Congress-AIUDF ମେଣ୍ଟ, ଫାଇଦା ଉଠାଇପାରେ BJP