ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀଦଳ ଏକଜୁଟ ହେବାକୁ ପ୍ରୟାସ କରୁଥିଲା । ଠିକ୍ ଏହି ସମୟରେ ଓଡ଼ିଶାର ଆଦିବାସୀ ମହିଳା ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କ ନାମ ଘୋଷଣା କରି ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଜେପି (BJP) ର ଏହି ଚାଲ ଯୋଗୁଁ ଅନେକ ଅଣ-ଏନଡିଏ ଦଳ ଏନଡିଏ (NDA) ର ସାଥ୍ ଦେବାର ସମ୍ଭାବନା ମଧ୍ୟ ବଢ଼ିଯାଇଛି । ବିରୋଧୀ ପ୍ରାର୍ଥୀ (Opposition Presidential Candidate) ମଧ୍ୟ ମୁର୍ମୁଙ୍କ ଆଗରେ ଦୁର୍ବଳ ହେଉଥିବାର ନଜରକୁ ଆସୁଛି ।


COMMERCIAL BREAK
SCROLL TO CONTINUE READING

ବିରୋଧୀ ଦଳଗୁଡ଼ିକ ମିଳି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଯଶୱନ୍ତ ସିହ୍ନା (Yashwant Sinha) ଙ୍କୁ ମୈଦାନକୁ ଓହ୍ଲାଇଛନ୍ତି । ସେ କିଛି ସମୟ ପୂର୍ବେ ବିଜେପିରୁ ଟିଏମସି ଯାଇଥିଲେ ଓ ଟିଏମସି  ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି । ଏହା ଉପରେ କଂଗ୍ରେସ ସମେତ ଅନେକ ଦଳ ସହମତ ହୋଇଛନ୍ତି ଯେପରି ସେମାନେ କେବଳ ଏକ ଔପଚାରିକତା ପ୍ରକଟ କରୁଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ, ଯଶୱନ୍ତ ସିହ୍ନା ଦୀର୍ଘ ଦିନ ଧରି ବିଜେପିରେ ଥିଲେ, ତେଣୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବାରେ ବିରୋଧୀଦଳର କୌଣସି ଠୋସ୍ ଦୃଷ୍ଟିକୋଣ ଓ ରଣନୀତି ଦେଖାଯାଉ ନାହିଁ ।


ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଟିଆରଏସ ସମେତ ଅନେକ ଦଳ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିନାହାଁନ୍ତି । ଏନଡିଏ ପୂର୍ବରୁ ବିରୋଧୀ ପ୍ରାର୍ଥୀ ଘୋଷଣା କରିଥିଲେ, ଯାହା ପରେ ଏକ ଧାରଣା ଏହା ସୃଷ୍ଟି ହେଲା ଯେ ସେମାନେ ଏପରି ଏକ ପ୍ରାର୍ଥୀ ଦେଇପାରିଲେ ନାହିଁ, ଯାହା ଦ୍ୱାରା ପୁରା ବିରୋଧୀ ଏକଜୁଟ ହୋଇପାରିବେ । ବିଶେଷକରି ସେହି ଦଳଗୁଡିକ ଯେଉଁମାନେ ବିରୋଧୀ ଦଳରେ ସାମିଲ ଅଛନ୍ତି କିନ୍ତୁ ନିରପେକ୍ଷତା ଅବଲମ୍ୱନ କରିଛନ୍ତି । ଯେପରିକି ବିଜେଡି, ଟିଆରଏସ୍, YSR କଂଗ୍ରେସ, ଆମ୍ ଆଦମୀ ପାର୍ଟି ଇତ୍ୟାଦି ।


ମୁର୍ମୁଙ୍କୁ ପ୍ରାର୍ଥୀ କରି ଏନଡିଏ ଗୋଟିଏ ତୀରରେ ଅନେକ ଶିକାର କରିଛି ବୋଲି କୁହାଯାଉଛି । ସେ ଓଡିଶାରୁ ଆସନ୍ତି । ତେଣୁ ଯାହା ଆଶା କରାଯାଉଥିଲା ବିଜେଡି ମଧ୍ୟ ସମର୍ଥନ ଘୋଷଣା କରିଛି । ବିଜେଡିର ସମର୍ଥନ ସହିତ ଏନଡିଏର ପାଖରେ ଯେଉଁ ଏକ ପ୍ରତିଶତ ଭୋଟର ଅଭାବ ଥିଲା, ତାହା ଦୂର ହେବାକୁ ଯାଉଛି । ଆଦିବାସୀ ମହିଳା ପ୍ରାର୍ଥୀଙ୍କ ସମର୍ଥନରେ ଅନ୍ୟ କେତେକ ଛୋଟ ଦଳ ମଧ୍ୟ ସାମ୍ନାକୁ ଆସିପାରନ୍ତି । ଆଦିବାସୀ ମହିଳା ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ବର୍ତ୍ତମାନ ଜେଏମଏମ ଉପରେ ମଧ୍ୟ ଚାପ ରହିବ ।


ଏହା ବ୍ୟତୀତ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ମାହୌଲ ଗରମ ହେଉଥିଲା, ସେତେବେଳେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ମହା ବିକାଶ ଅଘାଡ଼ୀ ସରକାରଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି, ଯାହା ବିରୋଧୀଙ୍କ ସଙ୍କଟକୁ ବଢ଼ାଇ ଦେଇଛି । ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀଙ୍କ ନେତୃତ୍ୱ ନେଉଥିବା ଏନସିପି ମୁଖ୍ୟ ଶରଦ ପାୱାର, ବର୍ତ୍ତମାନ ମହାରାଷ୍ଟ୍ରରେ ସରକାରଙ୍କୁ ବଞ୍ଚାଇବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଶେଷ ମୁହୂର୍ତ୍ତରେ ଏକ ଭୁଲ ବାର୍ତ୍ତା ଯାଉଛି ଯେ ବିରୋଧୀଦଳ ତାଙ୍କ ସରକାରକୁ ବଞ୍ଚାଇ ପାରୁ ନାହାଁନ୍ତି, ତେବେ ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ସହ କିପରି ଳଢ଼େଇ କରିବେ?


ଏହା ବି ପଢ଼ନ୍ତୁ:-ପିତା ଯଶୱନ୍ତଙ୍କୁ ନା ଦ୍ରୌପଦୀ ମୁର୍ମୁଙ୍କୁ; ଜାଣନ୍ତୁ କାହାକୁ ସମର୍ଥନ କରିବେ ବିଜେପି ସାଂସଦ ଜୟନ୍ତ ସିହ୍ନା


ଏହା ବି ପଢ଼ନ୍ତୁ:-ବିଜେପିର ଦୂର ହେଲା ଟେନସନ୍, ଓଡ଼ିଶାର ଝିଅ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ!


ଏହା ବି ପଢ଼ନ୍ତୁ:-କଂଗ୍ରେସ କାରଣରୁ ସିନ୍ଦେ ଶିବସେନା ବିରୁଦ୍ଧରେ କଲେ ବିଦ୍ରୋହ, ସାମ୍ନାକୁ ଆସିଲା ପୁରା ଘଟଣା


ସେପଟେ ଯଦି ଶିବସେନାର ବିଦ୍ରୋହୀ ବିଧାୟକମାନେ ବିଜେପି ସହିତ ଯାଆନ୍ତି, ତେବେ ବିଜେପି ନା କେବଳ ରାଜ୍ୟରେ ସରକାର ଗଠନ କରିବ, ବରଂ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ଦଳ ଆହୁରି ମଜବୁତ ହେବ । ମହାରାଷ୍ଟ୍ରରେ ବିଧାୟକଙ୍କ ଭୋଟ୍ ମୂଲ୍ୟ ୧୭୫ ରହିଛି । ଏହିପରି, NDA ପାଇଁ ପ୍ରାୟ ସାଢ଼େ ସାତ ହଜାର ଅତିରିକ୍ତ ଭୋଟ୍ ବ୍ୟବସ୍ଥା ହୋଇଯିବ ।