Gujarat Model Vs Delhi Model: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi)ଇତିହାସରେ ଏମିତି ଜଣେ ରାଜନେତା ଯିଏକି, ତାଙ୍କର ପୂର୍ବ ତଥା ସମସାମୟିକ ନେତାଙ୍କ ଅପେକ୍ଷା ଭଲ ଭାବରେ ବୁଝିଥିଲେ ଯେ ରାଜନୀତି ବାସ୍ତବତାର ଖେଳ ନୁହେଁ ବରଂ ଧାରଣାର ଲଢ଼େଇ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ସମସ୍ତ ସମସ୍ୟାର ସମାଧାନ କରି ସେ ନିଜକୁ ସୁପରମ୍ୟାନ୍ ଭାବରେ ସଫଳତାର ସହ ପ୍ରୋଜେକ୍ଟ କରିପାରିଛନ୍ତି। ସେ ଏହାକୁ 'ଗୁଜୁରାଟ ମଡେଲ'(Gujarat Model) କରିଦେଇଛନ୍ତି । ଅର୍ଥନୀତି ସହିତ ଅନେକ ସମସ୍ୟାର ସମାଧାନ ହୋଇନଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ଆଜି ତୁଳନାତ୍ମକ ନୁହେଁ । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(Arvind Kejriwal) ବର୍ତ୍ତମାନ 'ଦିଲ୍ଲୀ ମଡେଲ'(Delhi Model)କୁ ସମଗ୍ର ଦେଶକୁ ଦେଖାଉଛନ୍ତି ।  ଏହା ଦାବୀ କରୁଛନ୍ତି କି ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଦ୍ୟୁତ୍‌ରେ ଆପ୍(Aam Admi Party)ପରିଚାଳନାକୁ ସମସ୍ତ ରାଜ୍ୟରେ ଲାଗୁ କରାଯିବା ଦରକାର । ଯଦିଓ ସେ ଏକଥା କାହାକୁ କହିନାହାନ୍ତି, କିନ୍ତୁ ସେ ବର୍ତ୍ତମାନ ନିଜେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଦିଗରେ କାର୍ଯ୍ୟ କରୁଛନ୍ତି । ତାଙ୍କର ସମର୍ଥକ ଏବଂ ଦଳୀୟ କର୍ମୀମାନେ ପ୍ରଥମରୁ ହିଁ ଏହି ଧାରଣାକୁ ବ୍ୟକ୍ତ କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ପଞ୍ଜାବରେ ବଡ ବିଜୟ ସହିତ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରଧାନମନ୍ତ୍ରୀତ୍ୱ ଦାବି ଅନ୍ୟ ବିରୋଧୀ ଦଳର ନେତା(Opposition leader's)ଙ୍କ ତୁଳନାରେ ଅଧିକ ମହତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । ବିରୋଧୀ ଶିବିରରେ ବଡ ଆଞ୍ଚଳିକ ନେତାଙ୍କ ଭିଡ଼ ଭିତରେ କୌଣସି ଦଳ ଦୁଇଟି ରାଜ୍ୟ ଚଳାଉ ନାହାନ୍ତି । କଂଗ୍ରେସର କିଛି ରାଜ୍ୟରେ ସରକାର ଅଛି କିନ୍ତୁ  ଅରବିନ୍ଦ କେଜ୍ରିୱାଲ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ବନାମ ରାହୁଲ ଗାନ୍ଧୀ ପ୍ରତିଯୋଗିତାରେ ତାଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି। ତେବେ କେନ୍ଦ୍ରରେ ନିଜକୁ ମୁଖ୍ୟ ବିରୋଧୀ ଦଳ ଭାବରେ ଦେଖିବାକୁ ଚାହୁଁଥିବା AAP ସ୍ପଷ୍ଟ କରିଛି । ଗତ ସପ୍ତାହରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ କଂଗ୍ରେସ ସମାପ୍ତ ହୋଇସାରିଛି । ଏଚ.ଡି.ଦେବେଗୌଡା(HD Deve Gowda)ଏବଂ ଆଇ.କେ ଗୁଜରାଲ( IK Gujral)ପ୍ରଧାନମନ୍ତ୍ରୀ ପାଇଁ  ସହମତି ପ୍ରାର୍ଥୀ ଥିଲେ । କିନ୍ତୁ, ନରେନ୍ଦ୍ର ମୋଦୀଙ୍କ ପରି ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜଣେ ଧୃବୀକରଣ କରିପାରିବା ଭଳି ବ୍ୟକ୍ତିତ୍ୱ । ତାଙ୍କର ବନ୍ଧୁ ହୁଅନ୍ତୁ କିମ୍ବା ଶତ୍ରୁ  । ଏହା ସହିତ ମଝିରେ ତାଙ୍କର ଅନ୍ୟ କୌଣସି ରାସ୍ତା ନାହିଁ । ଏପରିକି ଏକ ଛୋଟ ମତଭେଦ ମଧ୍ୟ AAP ମଧ୍ୟରେ ସହ୍ୟ କରାଯାଏନାହିଁ ।  ବିଜେପି ଏବଂ କଂଗ୍ରେସର ଆନୁଷ୍ଠାନିକ ସ୍ମୃତି(institutional memory) ଏବଂ ସଂଗଠନ ତଥା ଭିତ୍ତିଭୂମି(structures) ରହିଛି,କିନ୍ତୁ AAP ରେ ପାର୍ଟି କେବଳ କାଗଜରେ ରହିଛି ଏବଂ  ଶକ୍ତିହୀନ ରହିଛି । ଅନେକ ଜାତୀୟ ପ୍ରସଙ୍ଗରେ ଏହାର ଜନସାଧାରଣଙ୍କ ସ୍ଥିତିକୁ ବ୍ୟାଖ୍ୟା କରିବା ପାଇଁ ଦଳ ମାର୍ଗଦର୍ଶିକା(party institutions) ମଧ୍ୟ ଲେଖି ନାହିଁ। ଏଠାରେ ନେତାଙ୍କ କଥା  ଅନ୍ତିମ ନିଷ୍ପତ୍ତି ଅଟେ ।


ଅରବିନ୍ଦ କେଜ୍ରିୱାଲ ପୁରୁଖା ରାଜନେତାଙ୍କ ପରି ନୁହଁନ୍ତି ଯିଏକି ପ୍ରମୁଖ ପାର୍ଥକ୍ୟ ସତ୍ତ୍ୱେ ଅନ୍ୟମାନଙ୍କ ସହ ନେଟୱାର୍କ ରଖିଥାନ୍ତି । ମମତା ବାନାର୍ଜୀ ବୋଧହୁଏ ଏକମାତ୍ର ନେତା, ଯାହାଙ୍କ ସହ ତାଙ୍କର ଘନିଷ୍ଠ ସମୀକରଣ ଅଛି । ଯେହେତୁ ନିଜେ ସମାଲୋଚନା କରିବା କିମ୍ବା ପ୍ରଶ୍ନ ଉଠେଇବା ଅଭ୍ୟାସ ତାଙ୍କର ନାହିଁ , ତେଣୁ ତାଙ୍କୁ କୌଣସି ଗୋଷ୍ଠୀରେ ଯୋଗଦେବା କିମ୍ବା ବିରୋଧୀ ଶିବିର ଭିତରେ ଅନ୍ୟ କାହାକୁ ନେତା ଭାବରେ ଗ୍ରହଣ କରିବା କଷ୍ଟକର ହେବ । ଅନ୍ୟପଟେ ସେ ରାଜନୈତିକ ଇକୋସିଷ୍ଟମର ଉତ୍ପାଦ ନୁହଁନ୍ତି ବରଂ ଜଣେ ବାହ୍ୟ ବ୍ୟକ୍ତି, ଅନେକ ନେତା ତାଙ୍କ ଉପରେ ସନ୍ଦେହ କରୁଛନ୍ତି । ସେମାନେ ତାଙ୍କର ରାଜନୈତିକ ପ୍ରତିଫଳନ ଉପରେ ଆତ୍ମବିଶ୍ୱାସୀ ନୁହଁନ୍ତି, ତାଙ୍କର ରାଜନୈତିକ ପଦକ୍ଷେପ ଏବଂ ଷ୍ଟାଣ୍ଡ ବିଷୟରେ ନିଶ୍ଚିତ ନୁହଁନ୍ତି ଏବଂ ସେମାନଙ୍କ ପାଇଁ ସେ ଏକ ଗୁପ୍ତଚର ସଦୃଶ । ତେଣୁ ବିରୋଧୀ ଶିବିରରେ ସହମତି ପ୍ରାର୍ଥୀ ଭାବରେ ଉଭା ହେବା ତାଙ୍କ ପାଇଁ ଏକ ଦୂର ସମ୍ଭାବନା । ସମସ୍ତ ବ୍ୟବହାରିକ ଉଦ୍ଦେଶ୍ୟ ପାଇଁ, ସେ ୨୦୨୪ ପୂର୍ବରୁ କୌଣସି ଗୋଷ୍ଠୀ କିମ୍ବା ସାମୁଖ୍ୟରେ ଯୋଗଦେବେ ନାହିଁ। ଅଧିକାଂଶ ସମୟରେ, ଯଦି ସୁଯୋଗ ଆସେ ତେବେ ସେ ବାହ୍ୟ ସମର୍ଥନ ଦେଇ ପାରିବେ। ଏହି ତଥ୍ୟକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ ଯେ,ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅରବିନ୍ଦ କେଜ୍ରିୱାଲଙ୍କର ମଧ୍ୟ ଏକ ଜାତୀୟ ନିର୍ବାଚନୀ ଚିହ୍ନ ରହିଛି । ପ୍ରତ୍ୟେକ କୋଣ ଅନୁକୋଣରେ, ଦଳର ବାର୍ତ୍ତା ପହଞ୍ଚାଇ AAP ସମର୍ଥକଙ୍କୁ ପାଇପାରିବ କିନ୍ତୁ  ନିର୍ବାଚନରେ ଯେ ଏହା ସଫଳତା ଦେଇପାରିବ ତାହା ଏକ ବଡ ପ୍ରଶ୍ନ । ଏହାଭିତରେ ଏକଥା ସ୍ପଷ୍ଟ ହେଉଛି କି ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଏକମାତ୍ର ନେତା ଯିଏକି ନରେନ୍ଦ୍ର ମୋଦୀଙ୍କୁ କଡ଼ା ଟକ୍କର ଦେଇପାରିବେ । ତେବେ ଏହାଭିତରେ ଆଉ ଗୋଟିଏ କଥା ମଧ୍ୟ ଦେଖାଯାଇପାରେ ଯେ,ଯଦିଓ କେଜ୍ରିୱାଲ ଏବଂ ତାଙ୍କ ଦଳ ଲୋକସଭା ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଭାବେ ଖରାପ ପ୍ରଦର୍ଶନ କରିଛନ୍ତି । ୨୦୧୩ ରେ ଯେତେବେଳେ AAP ଦିଲ୍ଲୀରେ ସରକାର ଗଠନ କଲା, ସେତେବେଳେ ଏହା ଏକ ନିଆରା ଘଟଣା ଭାବରେ ବିବେଚନା କରାଯାଇଥିଲା ଯାହା ଜାତୀୟ ସ୍ତରରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା । ୨୦୧୪ ଲୋକସଭା  ନିର୍ବାଚନ(Lok Sabha elections)ରେ ରେ AAP ୪୦୦ ରୁ ଅଧିକ ସିଟ୍ ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । AAP ଉତ୍ସାହର ସହିତ ଏହାର ଦୁଇ ଶ୍ରେଷ୍ଠ ପ୍ରାର୍ଥୀଙ୍କୁ ନିର୍ବାଚନରେ ଅବତୀର୍ଣ୍ଣ କରିଥିଲା । ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଅରବିନ୍ଦ କେଜ୍ରିୱାଲ ଏବଂ କୁମାର ବିଶ୍ୱାସ୍ । ଅରବିନ୍ଦ କେଜ୍ରିୱାଲ କହୁଥିଲେ ଯଦି AAP ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିପାରିବ ତେବେ ଦେଶର ରାଜନୀତିରେ ପରିବର୍ତ୍ତନ ଆସିବ। ହେଲେ ତାହା ଘଟିଲା ନାହିଁ । ବାରାଣାସୀରେ ଅରବିନ୍ଦ କେଜ୍ରିୱାଲ ଦ୍ୱିତୀୟ ରେ ରହିଲେ ଏବଂ କୁମାର ବିଶ୍ୱାସ୍ (Kumar Vishwas)ଆମେଥି ରେ ଅମାନତ ହାରିଥିଲେ । ଏହାସହିତ ସବୁଠାରୁ ଆଶ୍ଚର୍ଯ୍ୟର କଥା, AAP ଦିଲ୍ଲୀର ସମସ୍ତ ସଂସଦୀୟ ଆସନ ମଧ୍ୟ ହରାଇଥିଲା । ତେବେ ପଞ୍ଜାବ ଏକମାତ୍ର କ୍ଷେତ୍ର ଥିଲା ଯେଉଁଠାରେ ଆପ୍  ଚାରିଟି ସିଟ୍ ଜିତିଥିଲା ।


୨୦୧୪ ଆପ୍ ର ଜାତୀୟ ଅଭିଳାଷ ଅନେକ ଗୁରୁତ୍ୱପୁର୍ଣ୍ଣ ଥିଲା । ସାଧାରଣ ନିର୍ବାଚନର ଛଅ ମାସ ମଧ୍ୟରେ ଦିଲ୍ଲୀର ୭୦ ଟି ଆସନ ମଧ୍ୟରୁ ୬୭ ଟି ଆସନ ଜିତି ପୁନଃ ଇତିହାସ ରଚନା କରିଥିଲା । କିନ୍ତୁ ପରବର୍ତ୍ତୀ ସାଧାରଣ ନିର୍ବାଚନରେ ଏହା ଗୋଟିଏ ବି ଲୋକସଭା ଆସନରେ ଜିତିନଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ AAP ଦିଲ୍ଲୀରେ ମଧ୍ୟ ଦ୍ୱିତୀୟ ସ୍ଥାନ ଦଖଲ କରିପାରିନଥିଲା । ବିଜେପି ୫୬.୮୬% ଭୋଟ୍ ସହିତ ସମସ୍ତ ସାତୋଟି ସିଟ୍ ଜିତିଥିବାବେଳେ ୨୨.୫୧% ଭୋଟ୍ ସହିତ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା ।  କେଜ୍ରିୱାଲଙ୍କ କଠିନ ପରିଶ୍ରମ ସତ୍ତ୍ୱେ ଆପ୍( AAP) କେବଳ ୧୮.୧୧% ଭୋଟ୍ ପାଇବାରେ ସକ୍ଷମ ହୋଇଥିଲା । ପୁନଶ୍ଚ, ୨୦୨୦ ରେ ବିଧାନସଭା ନିର୍ବାଚନରେ AAP ୫୩.୫୭% ଭୋଟ୍ ଏବଂ ୬୨ ଟି ସିଟ୍ ପାଇ ସରକାର ଗଢିବାରେ ସକ୍ଷମ ହୋଇଥିଲା । ୮ ଟି ଆସନ ଏବଂ ୩୮.୫୧ % ଭୋଟ୍ ସହିତ ବିଜେପି  ଦ୍ୱିତୀୟ ସ୍ଥାନରେ ରହିଥିଲା । କିନ୍ତୁ ଜାତୀୟ ସ୍ତରରେ AAP କେବଳ ଗୋଟିଏ ସିଟ୍ ଜିତିବାରେ ସକ୍ଷମ ହୋଇଥିଲା । ପଞ୍ଜାବର ମୁଖ୍ୟମନ୍ତ୍ରୀ( Punjab Chief Minister)  ଭଗଓ୍ୱନ୍ତ ମାନ୍(Bhagwant Mann) କେବଳ ସାଙ୍ଗରୁର ନିର୍ବାଚନମଣ୍ଡଳୀରେ ନିଜର ଲୋକସଭା ଆସନ ବଜାୟ ରଖିଥିଲେ। ତେବେ, ୨୦୧୪ ରେ AAP ର ଚାରିଜଣ ସାଂସଦ ରହିଥିବାବେଳେ ୨୦୧୯ ରେ ଏହା କେବଳ ୫୪୩ ଲୋକସଭା ଆସନ ମଧ୍ୟରୁ ମାତ୍ର ଗୋଟିଏ ଜିତିବାରେ ସକ୍ଷମ ହୋଇଥିଲା । ୨୦୧୯ରେ, ଦିଲ୍ଲୀରେ କେବଳ ୨୦୧୪ ନିର୍ବାଚନ ତୁଳନାରେ AAP ଭୋଟ୍ ଅଂଶ 14% ହ୍ରାସ ପାଇଛି । ତେବେ ଭୋଟର ମାନଙ୍କ ନିଷ୍ପତ୍ତି ଉପରେ ହିଁ ସବୁ ନିର୍ଭର କରେ ସେମାନେ ଦିଲ୍ଲୀ ମଡ଼େଲ ଚାହିଁବେ ନା ମୋଦୀଙ୍କୁ ନିର୍ଭର କରିବେ ।


ତେବେ ତିନୋଟି ଦିଗକୁ ଦୃଷ୍ଟି ଦିଆଯାଇପାରେ :


(୧)ଦୁଇଟି ରାଜ୍ୟରେ ଦୃଢ଼ ଉପସ୍ଥିତି ସହିତ ଆପ୍(AAP)ହେଉଛି ଏକ ଆଞ୍ଚଳିକ ଶକ୍ତି, କିନ୍ତୁ ଜାତୀୟ ସ୍ତରରେ ଏହାକୁ ଗୁରୁତର ସହ ନିଆଯାଏ ନାହିଁ ।


(୨)ସମଗ୍ର ଦେଶରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆପ୍(AAP)ର  ଅଭିଳାଷ ହେଉଛି ଏକ ସିଗାରେଟ୍ ର ଧୁଆଁ ସଦୃଶ । ଯେହେତୁ ଏହା ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ଲୋକଙ୍କ ଆତ୍ମବିଶ୍ୱାସ ହାସଲ କରିବାକୁ  ପୁଣି ଚେଷ୍ଟା କରୁଛି ।


(୩)ଅରବିନ୍ଦ କେଜ୍ରିୱାଲ ଜାତୀୟ ସ୍ତରରେ ନରେନ୍ଦ୍ର ମୋଦୀଙ୍କ ପାଇଁ କୌଣସି ବିପଦ ନୁହଁନ୍ତି । ଆପ୍(AAP) ର ଅଭିଯାନ ଯେ ନରେନ୍ଦ୍ର ମୋଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡରୁଛନ୍ତି, ଏହା କେବଳ ରାଜ୍ୟସ୍ତରୀୟ ନିର୍ବାଚନ ପାଇଁ କେଜ୍ରିୱାଲଙ୍କ ସପକ୍ଷରେ ଭୋଟରଙ୍କୁ ଟାଣିବା ଏବଂ ଭବିଷ୍ୟତ ପାଇଁ ଏକ ପିଚ୍ ସୃଷ୍ଟି କରିବା ।