Prime Minister Narendra Modi : ଭୁବନେଶ୍ୱର: ଓଡ଼ିଶାଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରବଳ ବର୍ଷିଛନ୍ତି। ଏପରିକି କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଥିବା ରାଜ୍ୟ ନେତୃତ୍ୱକୁ ‘ବେଇମାନ’ ବୋଲି ବି କହିଛନ୍ତି।  ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଆରେ ନକହିବା ପ୍ରସଙ୍ଗକୁ ଉଠାଇଛନ୍ତି ମୋଦୀ। ସଭା ମଧ୍ୟରୁ ବିଭିନ୍ନ ବର୍ଗର ଆଗନ୍ତୁକଙ୍କଠାରୁ ଛବି, ଉପହାର ଗ୍ରହଣ କରିବା ସମୟରେ ସେ କହିଥିଲେ ‘ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆଙ୍କ ହୃଦୟରେ ରହିଛି’। ଦିଲ୍ଲୀ ପହଞ୍ଚିବା ପରେ ସମସ୍ତଙ୍କୁ ଓଡ଼ିଆରେ ପତ୍ର ଲେଖିବି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 


COMMERCIAL BREAK
SCROLL TO CONTINUE READING

ବ୍ରହ୍ମପୁରଠାରେ ସେ ଏକ ନିର୍ବାଚନୀ ପ୍ରଚାର ସଭାରେ ଆଜି ଯୋଗ ଦେଇଥିଲେ। ପୂର୍ବାହ୍ଣରେ ଆୟୋଜିତ ଏହି ସଭାରେ ମୋଦୀ କହିଛନ୍ତି କେନ୍ଦ୍ରରେ ମୋଦୀ ସରକାର ରାଜ୍ୟକୁ ଅେନକ ଯୋଜନାରେ ଆର୍ଥିକ ସହାୟତା ଯୋଗାଇଛନ୍ତି। ହେଲେ ସରକାର ଏହାକୁ ଖର୍ଚ୍ଚ କରିପାରୁ ନାହାନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶା ସରକାର ହଡ଼ପ କରି ନିଜ ନାଁରେ ପ୍ରଚାର କରୁଛନ୍ତି େବାଲି ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ଯେଉଁ କଥାକୁ ରାଜ୍ୟରେ ଅନ୍ୟ କେନ୍ଦ୍ରୀୟ ନେତା, ମନ୍ତ୍ରୀ କହୁଥିଲେ ଆଜି ଖୋଦ୍‍ ପ୍ରଧାନମନ୍ତ୍ରୀ ସେହି ଶବ୍ଦରେ ନବୀନ ପଟ୍ଟନାୟକଙ୍କ୍ ନେତୃତ୍ୱକୁ ସମାଲୋଚନା କରିଛନ୍ତି। 


ସେ କହିଛନ୍ତି ଜୁନ୍‍ ୪ ହେଉଛି ବିଜେଡିର ଏକ୍ସପାୟରୀ ଡେଟ୍‍। ଏହାପରେ ରାଜ୍ୟରେ ବିଜେପି ସରକାର ଗଠନ କରିବ। ଜୁନ୍‍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ। ଯିଏ ମୁଖ୍ୟମନ୍ତ୍ରୀ ହେବେ ସେ ଓଡ଼ିଶା ମାଟିର ହୋଇଥିବେ।   ଓଡ଼ିଆ ସଂସ୍କୃତିକୁ ବୁଝୁଥିବେ, ଓଡ଼ିଶା ସଂସ୍କୃତିକୁ ନେଇ ବଞ୍ଚୁଥିବେ, ଗର୍ବ କରୁଥିବେ। ଓଡ଼ିଶା ପ୍ରତି ସମର୍ପିତ ଥିବା ବ୍ୟକ୍ତି ହିଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିବା ସହ ଏହା ହେଲେ ଆପଣଙ୍କ ସମସ୍ୟାର ସମାଧାନ ଜଲଦି ହେବ ବୋଲି ସେ କହିଥିଲେ। ସେଥିପାଇଁ ବିଜେପିର ସରକାର ହେବା ଦରକାର। ଏଥର ବିଜେପିର ଶପଥ ସମାରୋହ ହେବ ଏବଂ ସେଠାକୁ ଆପଣ ସମସ୍ତଙ୍କୁ ଆସିବାକୁ ହେବ େବାଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। 


ମୋଦୀ ଗାଁରେ ସଡ଼କ ତିଆରି ପାଇଁ ଟଙ୍କା ଦେଉଛନ୍ତି। କିନ୍ତୁ ଏଠାରେ  ସରକାର ତାହାଙ୍କୁ ଖର୍ଚ୍ଚ କରିପାରୁ ନାହାନ୍ତି। ଏଣୁ ଗାଁ ଗାଁରେ ଭଲ ସଡ଼କ ଦେଖିବାକୁ ମିଳୁ ନାହିଁ। ମାଗଣା ଚାଉଳ ପାଇଁ ପଇସା ପଠାଉଛି। କିନ୍ତୁ ବିଜେଡି ସରକାର ଏହି ଯୋଜନାରେ ନିଜର ଫଟୋ ଲଗାଇ ବାଣ୍ଟୁଛି। ମାଗଣା ଚାଉଳ ବ୍ୟାଗରେ ନିଜ ନାଁ ଲେଖୁଛି । ଏହି ବେଇମାନୀ ସେମାନଙ୍କୁ କରିବାକୁ ପଡ଼ୁଛି କାରଣ ସେମାନେ କିଛି କରନି ନାହାନ୍ତି। ଯଦି କରି ଥାନ୍ତେ ତେବେ ମୋଦୀ କାମରେ ନିଜ ଫଟୋ ଲଗାଇଥାଆନ୍ତା କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।


ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗରେ ସେ କହିଥିଲେ ରାଜ୍ରରେ ଏହାକୁ ଲାଗୁ କରାଯାଇନାହିଁ। ଏଥିପାଇଁ ଦୋଷୀ କିଏ? ଉତ୍ତରରେ ବିଜେଡି ସରକାର ବୋଲି ସେ କହିଥିଲେ। ଏବେ ମୋଦୀ ଆଉ ଏକ ଗ୍ୟାରେଣ୍ଟି ଦେଇଛି। ୧୦ ଜୁନ୍‍କୁ ଭୁବନେଶ୍ୱରରେ ଯେମିତି ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ସେହିଦିନ ସମସ୍ତ ଗରିବ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପ୍ରଦାନ ଆରମ୍ଭ ହେବ। ୭୦ ବର୍ଷ ବୟସ ଉପରେ ଯେଉଁମାନେ ରହିଛନ୍ତି ତାଙ୍କ ଚିକିତ୍ସା ସରକାର କରିବେ। ଏହାଦ୍ୱାରା ବୟସ୍କଙ୍କ ନୁହେଁ ପରିବାରର ଯୁବକମାନଙ୍କ ଫାଇଦା ହେବ। ବାପା ମା’ଙ୍କ ଚିନ୍ତା ମୋଦୀ ମୋଦୀ କରିବେ।


ପିଲାଙ୍କଠୁ ଚିତ୍ର ସଂଗ୍ରହ କଲେ ମୋଦୀ। ମା’, ଭଉଣୀ ଓ ନୌ-ଯବାନଙ୍କଠାରୁ ଚିତ୍ର ଗ୍ରହଣ କରିଲେ। ସେଇ ଛବି ପଛରେ ନିଜର ଠିକଣା ଲେଖିବାକୁ କହିଲେ। ଓଡ଼ିଆରେ ପତ୍ର ଲେଖିବେ ଏବଂ ମୁଖ୍ୟମନ୍ତ୍ର୍ରୀ ନବୀନ ପଟ୍ଟନାୟକଙ୍କ ଭଳି ନୁହଁନ୍ତି ବୋଲି କହିଥିଲେ ମୋଦୀ। 
ଗର୍ଭବତୀ ମହିଳାଙ୍କୁ ମୋଦୀ ସରକାର ୬୦୦୦ ଟଙ୍କା ଦେଉଛନ୍ତି। ଏହାଦ୍ୱାରା ତାଙ୍କ ଘରେ ମା’ଙ୍କୁ ପୋଷଣ ମିଳିବ। କିନ୍ତୁ ଏଠାରେ ମା’ ଭଉଣୀଙ୍କୁ ସ୍ନେହ କରିବା ଯୋଜନାକୁ ମଧ୍ୟ ଏଠାରେ ଲାଗୁ କରି ନାହାନ୍ତି। ବିଜେଡି ସରକାରଙ୍କୁ କୌଣସି ମା କ୍ଷମା କରିବେ ନାହିଁ। ବିଜେପି ସରକାର ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧ। ଏଥିଲାଗି ଓଡ଼ିଶା ବିଜେପି ସ୍ୱଥନ୍ତ୍ର ସୁଭଦ୍ରା ଯୋଜନା ଆଣିବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। 


‘ଓଡ଼ିଶା ବିଜେପି ଆଣିବ ସୁଭଦ୍ରା ଯୋଜନା। ଏହା ମହିଳା ସଶକ୍ତିକରଣ ଯୋଜନା। ଆର୍ଥିକ ଭାବେ ମଜଭୁତ କରିବ’ ବୋଲି ସେ କହିଛନ୍ତି। ବିଜେପି ଅନେକ ଗୌରବସହ ଓଡ଼ିଶାାର ମାଟିରେ ଜନ୍ମ ଓଡ଼ିଶାର ଝିଅଙ୍କୁ ଦେଶର ସବୁଠାରୁ ବଡ଼ ପଦ ଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି। ସେ ସବୁବେଳେ ଓଡ଼ିଶାର ବିକାଶ ପାଇଁ ବହୁତ କଥା କହିଛନ୍ତି। ତାଙ୍କ ମାର୍ଗ ଦର୍ଶନରେ ମୁଁ ବହୁତ କିଛି ଓଡ଼ିଶା ପାଇଁ କରିପାରିବି। ଥରେ ସେବା କରିବାର ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ଏକନମ୍ବର ରାଜ୍ୟରେ ପରିଣତ କରାଯିବ। ବିଜେପିର ପରିଚୟ ହେଉଛି ସୁଶାସନ। ଯେଉଁଠାରେ ସେବା କରିବାର ମୌକା ମିଳେ ସେଠାରେ ବିକାଶ ନୂଆ ଦିଗ ନେଇଥାଏ। ଏହାର ଉଦାହରଣ ସ୍ୱରୂପ ତ୍ରିପୁରା, ଆସାମ, ଉତ୍ତରପ୍ରଦେଶ, ଛତିଶଗଡ଼ ଶାସନ ବ୍ୟବସ୍ଥାକୁ ସେ ସୂଚନା ଦେଇଥିଲେ। 


ତ୍ରିପୁରାକୁ ୩୦ ବର୍ଷ ଶାସନ କାଳରେ କମ୍ୟୁନିଷ୍ଟ ସରକାର ନଷ୍ଟ କରିଦେଇଥିଲେ। ସେଠାରେ ବିଜେପିକୁ ଲୋକେ ଭୋଟ ଦେଲେ।  ସବୁ ନୂଆ ସଦସ୍ୟ  ବିଧାନସଭାକୁ ଆସିଲେ। ୫ ବର୍ଷ ସେମାନେ ଏତେ ଭଲ କାର୍ଯ୍ୟ କଲେ ଆଜି ସୁଶାସନ ଚାଲିଛି। ଲୋକେ ପୁଣିଥରେ ତ୍ରିପୁରାରେ ବିଜେପିକୁ ସରକାରରେ ବସାଇଛନ୍ତି ବୋଲି କହିଛନ୍ତି ମୋଦୀ।  ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିଲା। ଏବେ ଯୋଗୀଙ୍କ ନେତୃତ୍ୱରେ ସେଠାରେ ସୁଶାସନ ରହିଛି। ନିବେଶ କଥା କହିଲା ଉତ୍ତର ପ୍ରଦେଶ କଥା ସାମ୍ନାକୁ ଆସୁଛି। ଆସାମରେ ମଧ୍ୟ ସେଇ ଅବସ୍ଥା। ଛତିଶଗଡ଼ରେ ପୁଣିଥରେ ସରକାରଙ୍କୁ ଆସିବା ପରେ ବିକାଶ ରାସ୍ତା ବଢ଼ିଛି। ତାହା ଓଡ଼ିଶାରେ ହେବାକୁ ଯାଉଛି ବୋଲି ସେ କହିଥିଲେ। 


ସାମୁଦ୍ରିକ ସାମର୍ଥ୍ୟକୁ ବଢ଼ାଇବା ଲାଗି ନିବେଶ ହେଉଛି। ଆମେ ପ୍ରଥମଥର ମତ୍ସ୍ୟଚାଷ ମନ୍ତ୍ରଣାଳୟ ହୋଇଛି। ଅଲଗା ମତ୍ସ୍ୟ ବିଭାଗ ମନ୍ତ୍ରୀ ହୋଇଛନ୍ତି।  ମତ୍ସ୍ୟଚାଷୀଙ୍କୁ କ୍ରେଡିଟ୍‍କାର୍ଡ ଦିଆଯାଇଛି।  ମତ୍ସ୍ୟଚାଷୀଙ୍କ ସୁରକ୍ଷା ପାଇଁ ଆମେ ଚେଷ୍ଟିତ। ସେମାନଙ୍କ ବୀମା, ଉତ୍ପାଦନ, ପ୍ରକ୍ରିୟାକରଣ ଉପରେ ଦ୍ରୁତଗତିରେ କାର୍ଯ୍ୟ ଚାଲିଛି। ଉପକୂଳ ସର୍କିଟ ଯୋଜନାରେ ଉପକୂଳ ପର୍ଯ୍ୟଟନକୁ ବିକାଶ ମିଳୁଛି। ଗଞ୍ଜାମ ଦେଶର ସବୁଠାରୁ ଆକର୍ଷକ କ୍ଷେତ୍ର ହେବ ସେଥିପାଇଁ ଆମେ ସଂକଳ୍ପବଦ୍ଧ ବୋଲି କହିବା ସହ ବ୍ରହ୍ମୁପର ଏବଂ ଆସ୍କାର ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେଲା ତାଙ୍କ ହାତମୁଠା ଟାଣ ହେବ ବୋଲି ନିର୍ବାଚନ ସଭାରେ କହିଛନ୍ତି ମୋଦୀ।