MP Mission 2023: ଚଳିତ ବର୍ଷ ସେପ୍ଟମ୍ବର ୧୭ ତାରିଖରେ ୭୨ ବର୍ଷରେ ପଦାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ନିଜର ଜନ୍ମ ଦିନ ଅବସରରେ ମଧ୍ୟ ପ୍ରଦେଶ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି। ନିଜର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପାଲପୁର କୁନୋ ଜାତୀୟ ଉଦ୍ୟାନରେ ନାମିବିଆ ଦେଶରୁ ଆସୁଥିବା ଏକ ଚିତା ଦଳକୁ ପ୍ରବେଶ କରାଇବେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିବେ। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ (Madhya Pradesh Assembly Election 2023) । ଏହାର ବର୍ଷକ ପରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ (Lok Sabha Election 2024) ।  ମାତ୍ର ଚଳିତ ବର୍ଷ ନିଜର ଜନ୍ମଦିନ ଅବସରରେ ମଧ୍ୟ ପ୍ରଦେଶ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି (PM Modi)।  ଏହି ଗସ୍ତ ଅବସରରେ ସେ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ ଲାଗି ଦଳ ପକ୍ଷରୁ ନିର୍ବାଚନ ବିଗୁଲ ବଜାଇବେ। ମୋଟ ଉପରେ କହିବାକୁ ଗଲେ ଏହି ଗସ୍ତ ମାଧ୍ୟମରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ସିଧାସଳଖ ବାର୍ତ୍ତା ଦେବେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ କ୍ଷମତାସୀନ ବିଜେପି ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପରେ ରାଜ୍ୟକୁ ଆହୁରି ଅନେକ ଗସ୍ତ ହୋଇପାରେ। ତାହା ହେଉଛି ଇନ୍ଦୋର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ନିବେଶକ ସମ୍ମିଳନୀ  ଏବଂ ଉଜ୍ୱୈନ କରିଡର ଉଦଘାଟନ କାର୍ଯ୍ୟକ୍ରମ। 


ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modis Madhya Pradesh Tour) ରାଜ୍ୟ ଗସ୍ତକୁ ନେଇ ଉତ୍ସାହିତ ହୋଇଉଠିଛି ମଧ୍ୟ ପ୍ରଦେଶ ବିଜେପି (Madhya Pradesh BJP Unit) ଏବଂ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର (Madhya Pradesh BJP Govt)। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ସହ ଜଡିତ ସମସ୍ତ ଦିଗ ସହ ଅଧିକାରୀଙ୍କ ସହ ଆଲୋଚନା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ (MP CM Shivraj Singh Chouhan) କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ମୁଖ୍ୟତଃ କୁନୋ ଜାତୀୟ ଉଦ୍ୟାନରେ ଚିତା ଦଳର ପ୍ରବେଶ ଏବଂ କରହାଲ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ସହ ଜଡ଼ିତ ରହିଛି। ଏହି ଅବସରରେ ଏକ ବିକାଶ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ମଧ୍ୟ ପ୍ରଦେଶର ବିଭିନ୍ନ ଜିଲ୍ଲାରେ One District One Product ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ମଧ୍ୟ ଅନ୍ତର୍ଭୂକ୍ତ ହେବ। 


Allso Read: PM Modi: 'ଭାରତ ଇତିହାସରୁ ସବୁଦିନ ପାଇଁ ଲିଭିଗଲା ରାଜପଥ'


ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ଖାସ କରିବାକୁ ଚାହୁଁଛି ମଧ୍ୟ ପ୍ରଦେଶ ବିଜେପି। ଏନେଇ ପ୍ରତିକ୍ରିୟା ରଖି ମଧ୍ୟ ପ୍ରଦେଶ ବିଜେପି ଅଧ୍ୟକ୍ଷ ବିଷ୍ଣୁଦତ୍ତ ଶର୍ମା (MP BJP President VD Sharma) କହିଛନ୍ତି ରାଜ୍ୟର ଦଳୀୟ କର୍ମତ୍ତାଙ୍କ ଲାଗି ଗର୍ବର ବିଷୟ ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ୮ ଆଫ୍ରିକୀୟ ଚିତା ବାଘକୁ କୁନୋ ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର କରିବାକୁ ଆସୁଛନ୍ତି। ଦଳୀୟ କର୍ମକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଉତ୍ସାହିତ ଅଛନ୍ତି ଏବଂ ତାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଠାରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅକ୍ଟୋବର ୨ ପର୍ଯ୍ୟନ୍ତ ବିଜେପି ସେବା ସପ୍ତାହ ପାଳନ କରିବ। ଏହି କାର୍ଯ୍ୟକ୍ରମ ଅଧିନରେ ରକ୍ତଦାନ ଶିବିର ସମେତ ଅନେକ ସେବା ଅଭିଯାନ ଆୟୋଜନ କରିବ।  


ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ମାଧ୍ୟମରେ ମଧ୍ୟ ପ୍ରଦେଶ ବିଜେପି ସହିତ ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଶଙ୍ଖନାଦ କରିବ ଏବଂ ଦଳର ନିର୍ବାଚନୀ ରଣନୀତି କ'ଣ ରହିଛି ତାହା ଦୃଶ୍ୟମାନ ହେବ। ମୋଟାମୋଟି ଭାବେ କହିବାକୁ ଗଲେ ବିଜେପି ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ  ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ। କାରଣ ବିଜେପି ୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ମିଳିଥିବା ଝଟକାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଭୁଲିନାହିଁ |